ଜାଫରାବାଦ ଅଞ୍ଚଳରେ ହିନ୍ଦୁଙ୍କୁ ସୁରକ୍ଷା ଦେଲେ ମୁସଲିମ୍‌ ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ଓ ଘୃଣାର ତାଣ୍ଡବ ଭିତରେ ବି ହିନ୍ଦୁ-ମୁସ୍‌ଲିମ ଏକତାର ଅନେକ ଉଦାହରଣ ଲୋକଙ୍କୁ ଆଶ୍ୱସ୍ତ କରିଛି। ୪ ଦିନ ଧରି ଉତ୍ତର ପୂର୍ବ ଦିଲ୍ଲୀରେ ଯେଉଁ ହିଂସା ଲାଗି ରହିଥିଲା ସେଥିଯୋଗୁଁ ଅନେକ ଲୋକଙ୍କ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଦଙ୍ଗାକାରୀମାନେ ଘରଦ୍ୱାର ଏବଂ ଦୋକାନ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିଯୋଗୁଁ ଶହ […]

ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ ଭୁବନେଶ୍ୱର: ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ମାର୍ଚ୍ଚ ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଆରମ୍ଭ ହୋଇଛି ରାଜ୍ୟସଭା ରେସ୍‌ । ଆସନ୍ତା ଏପ୍ରିଲ ମାସରେ […]

ମଦୁରାଇ: ୟୋକୋହାମା ବନ୍ଦରରେ ପୃଥକ କରି ରଖାଯାଇଥିବା ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଭାରତୀୟ ପରିଚାରକମାନଙ୍କୁ (କ୍ରୁ’ ମେମ୍ବର୍ସ) ସ୍ଥାନାନ୍ତର କରାଯାଇପାରେ। ଏଥି ନିମନ୍ତେ ପ୍ରସ୍ତୁତ ରହିବାକୁ ଜାପାନସ୍ଥିତ ଭାରତୀୟ ଦୂତାବାସ ତରଫରୁ ମଙ୍ଗଳବାର ଦିନ ସେମାନଙ୍କୁ କୁହାଯାଇଛି। ଏକ ଚାଟର୍ଡ ବିମାନରେ ସେମାନଙ୍କୁ ପାଣିଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଉଦ୍ଧାର କରାଯିବ। କେତେକ ଯାତ୍ରୀ ‘କରୋନାଭାଇରସ୍‌’ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ ପୃଥକ୍‌ ରଖାଯାଇଛି। ମଙ୍ଗଳବାର […]

ଭୁବନେଶ୍ୱର: ଦେଶରେ ବର୍ତ୍ତମାନର ପରିପାର୍ଶ୍ଵିକ ପରିସ୍ଥିତି ଯାହା ତାହାକୁ ଅଣଦେଖା କରି କେନ୍ଦ୍ର ସରକାର ବା ମୋଦି ସରକାର ନିଜର ପ୍ରଚାର ଉଦ୍ଦେଶ୍ୟରେ ଯାହା ସବୁ କରୁଛନ୍ତି ତାହା ବଡ ଦୁର୍ଭାଗ୍ୟ ଜନକ। ଦେଶରେ ବଢୁଥିବା ବେକାରୀ ସମସ୍ୟା,କୃଷି ଓ କୃଷକ ମାନଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ,ଶିକ୍ଷା ,ସ୍ୱାସ୍ଥ୍ୟ ,ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ମଧ୍ୟ ବର୍ଗିୟ ଲୋକମାନଙ୍କ ଅଣ୍ଟା ଭାଙ୍ଗୁଥିବା ବେଳେ ,ଭାରତକୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ […]

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସୋମବାର ଦିନ ୮ ରାଉଣ୍ଡ ଗୁଳିଚାଳନା କରିଥିବା ଯୁବକଙ୍କୁ ଅଟକ ରଖିଛି ପୁଲିସ । ଏହି ଯୁବକଙ୍କ ନାମ ଶାହରୁଖ ବୋଲି ଜଣାପଡିଥିବାବେଳେ ସ୍ଥାନୀୟ ଅଂଚଳରେ ଏହି ଯୁବକ ରହୁଥିବାର ଜଣାପଡିଛି | ଗତକାଲି ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଉକ୍ତ ଯୁବକ ହାତରେ ବନ୍ଧୁକ ଧରି ଫାୟାରିଙ୍ଗ୍ କରୁଥିବା […]

୧୦୦ କୋଟିର ଯୋଜନା ବିଏମ୍‌ସିର ଅପାରଗତା ପାଇଁ ଫୁସ ଭୁବନେଶ୍ୱର: କେଉଁଠି ପୋଖରୀ ପୋତି ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଇଛି ତ କେଉଁଠି କ˚କ୍ରିଟ ଆବର୍ଜନାରେ ଜଳାଶୟ ପୋତି ହୋଇ ପାଦେ ପାଣି ଅଛି। ଆଉ କେଉଁଠି ଖାଲି ପଙ୍କ। ରାଜସ୍ଵ ନକ୍ସାରେ ଯେଉଁଠି ଜଳାଶୟ ଥିଲା, ଏବେ ସେଠାରେ ତା’ର ଚିହ୍ନବର୍ଣ୍ଣ ମିଳୁନି। ଏହିଭଳି ଭାବେ ରାଜଧାନୀରୁ ୫୪ଟି ଜଳାଶୟ ଉଭାନ୍‌ ବା ଚୋରି ହୋଇଗଲାଣି। ଆଶ୍ଚର୍ଯ୍ୟର ବିଷୟ […]

ଭୁବନେଶ୍ୱର: ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦ୍‌ଘାଟନ କରିଛନ୍ତି। ଗାନ୍ଧୀଜୀଙ୍କ ସମ୍ପର୍କିତ ୬ଟି ପ୍ରଦର୍ଶନୀ କକ୍ଷ ଏହା ମଧ୍ୟରେ ରହିଛି। ପ୍ରତ୍ୟେକ କକ୍ଷରେ ଡିଜିଟାଲ ପରଦା ଜରିଆରେ ଗାନ୍ଧୀଜୀଙ୍କ ସମ୍ପର୍କିତ କଥା ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଜାଣିବାର ସୁଯୋଗ ମିଳୁଛି। ଏହି ପରିସରରେ ଅହିଂସା ଗ୍ୟାଲେରି, ଏକବିଂଶ ଶତାବ୍ଦୀରେ ମହାତ୍ମା, ମୋହନ ଦାସରୁ ମହାତ୍ମା, ମହାତ୍ମାରୁ ବାପୁ, ଗାନ୍ଧୀଙ୍କ ମାର୍ଗ ଓ ଶାଶ୍ୱତ ଗାନ୍ଧୀ […]

ନୂଆଦିଲ୍ଲୀ: ପରିବାର ସହ ଶେଷ ସାକ୍ଷାତ ନିମନ୍ତେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଚିଠି ଲେଖିଥିବା ଜଣାପଡ଼ିଛି। ଫାଶୀ ଲାଗି ନିର୍ଦ୍ଧାରିତ ଦିନ ମାର୍ଚ୍ଚ ୫ ତାରିଖ ପୂର୍ବରୁ ସେମାନେ ନିଜ ପରିବାରକୁ ଭେଟି ପାରିବେ ବୋଲି କୁହାଯାଇଛି। ଚାରି ଦୋଷୀଙ୍କ ମଧ୍ୟରୁ ମୁକେଶ ଓ ପବନ ସେମାନଙ୍କ ପରିବାରର ଲୋକମାନଙ୍କୁ ଭେଟି ସାରିଛନ୍ତି। ଫେବ୍ରୁଆରି ୧ ତାରିଖ ମୃତ୍ୟୁ ପର୍‌ଓ୍ଵାନା […]

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ଆଇପିଏସ୍ ଅଧିକାରୀ ନିଜ ପୂର୍ବ ପତ୍ନୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ପତ୍ନୀ ପିଲାମାନଙ୍କୁ ଭେଟିବାକୁ ଅନୁମତି ଦେଉନଥିବାରୁ ଆଇପିଏସ୍ ଅଧିକାରୀ ଏଭଳି କରିବା ପାଇଁ ବାଧ୍ୟ ହୋଇଛନ୍ତି। ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିବା ଅରୁଣ ରଙ୍ଗରାଜନଙ୍କର ନିଜ ପତ୍ନୀଙ୍କ ସହ ବିବାଦ ଚାଲୁଥିବାରୁ ତାଙ୍କ ପତ୍ନୀ ପିଲାମାନଙ୍କ ସହ ଭେଟ କରାଇବାକୁ ସଫା ସଫା ମନା କରିଦେଇଛନ୍ତି। ଅନେକ ଥର […]

ଭାରତରେ ହାଇ ଆଲର୍ଟ ନୂଆଦିଲ୍ଲୀ: ଉହାନ୍‌ରେ ଆଉ ୮୧ ଜଣଙ୍କର ମୃତ୍ୟୁ ଘଟିବାରୁ ରବିବାର ସୁଦ୍ଧା ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୮୦୩ ପହଞ୍ଚିଛି। ତେଣୁ, ଏହି ମହାମାରୀଜନିତ ମୃତ୍ୟୁସଂଖ୍ୟା ‘ସିଭର୍‌ ଆକ୍ୟୁଟ୍‌ ରେସ୍‌ପାଇରେଟରି ସିଣ୍ଡ୍ରମ୍‌’ (ସାର୍ସ)ଜନିତ ମୃତ୍ୟୁସଂଖ୍ୟାକୁ ଟପିଯାଇଥିବା କଥା ଆନୁଷ୍ଠାନିକଭାବେ ଘୋଷଣା କରାଯାଇଛି। ୨୦୦୨-୨୦୦୩ରେ ସମଗ୍ର ବିଶ୍ୱରେ ‘ସାର୍ସ’ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୭୭୪ ହୋଇଥିଲା। ସମ୍ପ୍ରତି ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୬୯୦ […]

Social media & sharing icons powered by UltimatelySocial