ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ନିୟମ ଏଣିକି କଡ଼ାକଡ଼ି ପାଳନ କରାଯିବ। ମହାଶିବରାତ୍ରି ଉପଲକ୍ଷେ ଶୁକ୍ରବାର ଅନୁଷ୍ଠିତ ସମନ୍ୱୟ ବୈଠକରେ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ପାଇଁ ନିୟମ ଗତ ଜାନୁଆରି ୧୫ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ […]

ସମାଜ ପାଇଁ ଉଦାହରଣ ପାଲଟିଲେ ମୟଙ୍କ ଆଜମେର: ଯୌତୁକ ପାଇଁ କେତେବେଳେ ପତ୍ନୀକୁ ହତ୍ୟା ତ ପୁଣି କେବେ ପତ୍ନୀ ସହ ବାରମ୍ବାର ଝଗଡ଼ାର ଅନେକ ଖବର ଆପଣ ପଢ଼ିଥିବେ I ଯୌତୁକ ପାଇଁ ଶ୍ୱଶୁରଘର ଉପରେ ବର ପକ୍ଷରୁ ଚାପ ପକାଇଥିବାର କଳା କାହାଣୀ ବାବଦରେ ବି ଆପଣ ଜାଣିଥିବେ I କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବରଙ୍କ କାହାଣୀ କହିବୁ ଯିଏ କି ପାଖାପାଖି […]

ଭୁବନେଶ୍ୱର: କଳା ଓ କଳାକାରଙ୍କ ଉପରେ ଆୟୋଜିତ ହୋଇ ଆସୁଥିବା ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଆସନ୍ତା ୮ ଓ ୯ ତାରିଖ ଦୁଇଦିନ ଧରି ଇଡ୍‌କଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ଏଥି‌ମଧ୍ୟରେ ଓଡ଼ିଆ ଓ ଓଡ଼ିଶା ସଂକ୍ରାନ୍ତ ୧୨ଟି ଚଳଚ୍ଚିତ୍ର ଦେଖିବାର ସୁ‌ଯୋଗ ମିଳିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଏକାମ୍ର କ୍ଷେତ୍ର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା’ ଘୋଷଣା କରିଥିବା ବେଳେ ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ‌ଲୋକମାନେ କିପରି ସୁବିଧାରେ ଜମି ଦେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ୬ ମାସ ମଧ୍ୟରେ ଏହି ଯୋଜନାକୁ ରୂପ ଦେବାକୁ ଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା […]

ଭୁବନେଶ୍ୱର: ମହାନ୍‌ ତ୍ୟାଗ ନିମନ୍ତେ ଦିଂବଗତ ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୂୟସୀ ପ୍ରଶଂସା କରିଛନ୍ତି। ସେମାନେ ମୃତା ପ୍ରିୟଙ୍କାରାଣୀଙ୍କ ‘ବୃକ୍କ’ ବା କିଡ୍‌ନି ଦାନ କରିଥିଲେ। ଏଥିଯୋଗୁଁ କଟକ ବଡ଼ ଡାକ୍ତରଖାନା ଓ ଭୁବନେଶ୍ୱରସ୍ଥିତ ଆପୋଲୋ ସହ୍‌ପିଟାଲ୍‌ରେ ଦୁଇଜଣ ରୋଗୀଙ୍କ ଠାରେ ତାହା ପ୍ରତିରୋପଣ କରାଯାଇ ସେମାନଙ୍କ ଜୀବନ ରକ୍ଷା କରାଯାଇ ପାରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ […]

ଭୁବନେଶ୍ୱର : ‘ଆଇନ ପିଠିରୁ ଚମଡ଼ା ଉତାରି କରିବାକୁ ହବ ଜୋତା.., ବେଆଇନ ଭାବେ ଆଣିବାକୁ ହେବ ମଣିଷର ସ୍ୱାଧୀନତା.. ଭଳି କବିତା ପଙ୍‌କ୍ତିରେ ସେ ସୃଷ୍ଟି କରିଥିଲେ ବିପ୍ଳବର ବହ୍ନି। ‘ଚରମପତ୍ର ଦେଲି ଭଗବାନ ଚରମପତ୍ର ଘେନ.., ଆଗାମୀ କାଲିର ଏଇ ପ୍ରଭାତରେ ଖାଲିକର ତମେ ଗୋଲକ ସିଂହାସନ.. ପଙ୍‌କ୍ତିରେ ସେ ଭଗବାନଙ୍କୁ ଆହ୍ୱାନ ଦେବାର ସତ୍‌ସାହସ ବି କରିଥିଲେ। ଖାସ୍‌ ଏଇଥିପାଇଁ କବିତା ସାମ୍ରାଜ୍ୟ ଭିତରେ ବାରି […]

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟ ଗଣଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶକୁ ଆସନ୍ତାକାଲି (ଫେବ୍ରୁଆରି ୧ ତାରିଖ, ସକାଳ ୬ଟାରେ) କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପାତିଆଲା ହାଉସ କୋର୍ଟ ଦ୍ୱିତୀୟ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି। ଫାଶୀ ଦଣ୍ଡଦେଶରେ ଦଣ୍ଡିତ ଚାରି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ତିହାର ଜେଲ ପରିସର ମଧ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଏପରିକି ଘାତକ ମଧ୍ୟ […]

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଗୁରୁବାର ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ସେମାନଙ୍କ ଉପରକୁ ଗୁଳିଚାଳନା କରିବା ଘଟଣାକୁ କେନ୍ଦ୍ର କରି ଦେଶର ରାଜନୀତି ଆଜି ଉଷ୍ମ ହୋଇ ପଡ଼ିଛି। ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପିକୁ ଘେରିଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ […]

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦେବିନ୍ଦର ସିଂହଙ୍କ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ତାହା ହେଲା କି ଦେବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନଠାରୁ ନିର୍ଦ୍ଧାରିତ ଦରମା ଭଳି ଟଙ୍କା ମିଳୁଥିଲା । ତଦନ୍ତ କରୁଥିବା ସଂସ୍ଥାର କର୍ମଚାରୀମାନେ ଏହି ସନ୍ଦେହ କରୁଥିବା ଜଣାପଡ଼ିଛି । ଜାନୁଆରି ୧୧ ତାରିଖରେ କୁଖ୍ୟାତ ଆତଙ୍କବାଦୀ ନଭୀଦ ମୁସ୍ତାକ୍ ସହିତ ଦେବିନ୍ଦରଙ୍କୁ ଗିରଫ କରାଯାଇଥିଲା […]

ଚୀନ୍‌ରେ ମୃତ୍ୟୁସଂଖ୍ୟା ୧୩୨, ୬୦୫୫ ଭାଇରସ୍‌ ଆକ୍ରାନ୍ତ; କେରଳରେ ୬୩୩ ଜଣ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଦେଇଥିବା କରୋନା ଭାଇରସ୍‌ ଚୀନ୍‌ରେ ୧୩୨ ଜଣଙ୍କ ଜୀବନ ନେଲାଣି। ଆହୁରି ୬,୦୫୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ଏବେ ପ୍ରାୟ ୧୫ଟି ରାଷ୍ଟ୍ରକୁ କରୋନା ଭାଇରସ୍‌ ବ୍ୟାପିଥିବା ବେଳେ ଭାରତ ସମେତ ୩୦ ରାଷ୍ଟ୍ରରେ […]

Social media & sharing icons powered by UltimatelySocial