ଝାରସୁଗୁଡ଼ା: ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ତଥା ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୁଲିସ୍ ଗତକାଲି ରାତି ପ୍ରାୟ ୯ଟା ୨୩ ମିନିଟ୍ ସମୟରେ ବ୍ରଜରାଜ ନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ […]

ଭୁବନେଶ୍ୱର: ଇକୋ ଟୁରିଜିମ୍‌ ଟୁର୍‌ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ୱାରା ବିପୁଳ ଆଦୃତ ହେବାରୁ ଆହୁରି ନୂଆ ଟୁର୍‌ ପ୍ୟାକେଜ୍‌ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗତ ଜାନୁଆରି ମାସରେ ଓଟିଡିସି ଓ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକା ଓ ସାତକୋଶିଆ ପାଇଁ ଦିନିକିଆ ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଟିକେଟ୍‌ ବୁକିଂ ତାରିଖରୁ ସପ୍ତାହେ ମଧ୍ୟରେ ସମସ୍ତ ବୁକିଂ ଶେଷ ହୋଇଯାଉଛି। ତେଣୁ ଏହି ସଫଳତାକୁ ଆଧାର […]

ଧରାକୋଟ: ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ ରଖି ଜୁଆ ଖେଳିବା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଓଡ଼ିଶା ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଗୋଟିଏପଟେ ପୋଲିସ ଅପରାଧ […]

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟ ଗଣଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶକୁ ଆସନ୍ତାକାଲି (ଫେବ୍ରୁଆରି ୧ ତାରିଖ, ସକାଳ ୬ଟାରେ) କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପାତିଆଲା ହାଉସ କୋର୍ଟ ଦ୍ୱିତୀୟ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି। ଫାଶୀ ଦଣ୍ଡଦେଶରେ ଦଣ୍ଡିତ ଚାରି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ତିହାର ଜେଲ ପରିସର ମଧ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଏପରିକି ଘାତକ ମଧ୍ୟ […]

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ଭେଡେନ୍ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା ତିନି ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ଓ ଶିଥିଳତାକୁ ନେଇ ପୁଲିସ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ନିଜ ଜୀବନ ବିପଦରେ ଥିବା ଦର୍ଶାଇ ପୀଡ଼ିତାଙ୍କ ଆବେଦନକୁ ଗ୍ରହଣ କରି ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। […]

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଗୁରୁବାର ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଅପରିଚିତ ଯୁବକ ସେମାନଙ୍କ ଉପରକୁ ଗୁଳିଚାଳନା କରିବା ଘଟଣାକୁ କେନ୍ଦ୍ର କରି ଦେଶର ରାଜନୀତି ଆଜି ଉଷ୍ମ ହୋଇ ପଡ଼ିଛି। ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପିକୁ ଘେରିଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁଳି ଚଳାଇଥିବା ଯୁବକ ବିରୋଧରେ ଦୃଢ଼ […]

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ପୂର୍ବତନ ଡିଏସପି ଦେବିନ୍ଦର ସିଂହଙ୍କ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ତାହା ହେଲା କି ଦେବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନଠାରୁ ନିର୍ଦ୍ଧାରିତ ଦରମା ଭଳି ଟଙ୍କା ମିଳୁଥିଲା । ତଦନ୍ତ କରୁଥିବା ସଂସ୍ଥାର କର୍ମଚାରୀମାନେ ଏହି ସନ୍ଦେହ କରୁଥିବା ଜଣାପଡ଼ିଛି । ଜାନୁଆରି ୧୧ ତାରିଖରେ କୁଖ୍ୟାତ ଆତଙ୍କବାଦୀ ନଭୀଦ ମୁସ୍ତାକ୍ ସହିତ ଦେବିନ୍ଦରଙ୍କୁ ଗିରଫ କରାଯାଇଥିଲା […]

ଦୁର୍ଘଟଣାଗ୍ରସ୍ତ ଗାଡି ଯାଞ୍ଚ ବେଳେ ଧରାପଡ଼ିଲା ଅନିୟମିତତା ସମ୍ବଲପୁର : ଗତକାଲି ଯୁଯୁମରା ଥାନା ଥର୍ଲି ବ୍ରିଜରେ ଟ୍ରାକ୍ଟରକୁ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପରିବହନ ବିଭାଗ ଓ ପୁଲିସର ଯାଂଚ ବେଳେ ସାମ୍ନାକୁ ଆସିଛି ସାଂଘାତିକ ସତ । ଦୁର୍ଘଟଣାଗ୍ରସ୍ତ ଉଭୟ ଟ୍ରାକ୍ଟର ଓ ବସର କାଗଜପତ୍ର ଠିକ ନ ଥିବାରୁ ମୋଟା […]

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ନିଖୋଜ ବିହାରୀ ଶିଶୁପୁତ୍ର ଉଦ୍ଧାର ହେବା ପରେ ଖାରବେଳନଗର ଥାନା ପୁଲିସ ଆଜି ଅପହର୍ତ୍ତାକୁ ଗୋଳନ୍ଥରାରୁ ଗିରଫ କରିଛି। ସେ ହେଲେ, ଜିତା ପାଲ୍‌। ଘର ଗଂଜାମ ଜିଲ୍ଲା ଗୋଳନ୍ଥରା ଗ୍ରାମରେ। ଗୋଳନ୍ଥରା ପୁଲିସ ଗତକାଲି ଅପହର୍ତ୍ତା ମହିଳାଙ୍କୁ ଥାନାରେ ଅଟକ ରଖିଥିଲା। ଖାରବେଳନଗର ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଆଜି ତାଙ୍କୁ ସେଠାରୁ ଗିରଫ କରି ଭୁବନେଶ୍ୱର ଆଣିବା ପରେ କୋର୍ଟଚାଲାଣ […]

ଭୁବନେଶ୍ୱର: ସ୍ଥାନ ଲୋୟର ପିଏମ୍‌ଜି। ସମୟ ଅପରାହ୍‌ଣ ୧୨ଟା ୧୫। ବିଧାନସଭା ଚାଲିବା ସମୟର ଗହଳିଚହଳି ନାହିଁ। ରାସ୍ତା ଫାଙ୍କା। ଜଣେ ଯୁବକ, ଜଣେ ମହିଳା ଓ ଗୋଟିଏ ଶିଶୁପୁତ୍ର ଯାଉଥିଲେ ଚାଲି ଚାଲି। ଲାଗୁଥିଲା ଗୋଟିଏ ପରିବାର ଭଳି। ହଠାତ୍‌ ମହିଳାଜଣଙ୍କ ଉପରେ ପଡ଼ିଲା ମାଡ଼। ପୁରୁଷଜଣଙ୍କ ମହିଳାଙ୍କ ଚୁଟିକୁ ଧରି ପିଠିରେ ବିଧା ଅଣ୍ଟାକୁ ଗୋଇଠା ମାରୁଥାନ୍ତି। ମହିଳା ଜଣକ ପଡ଼ି ଯାଉଥାନ୍ତି, ପୁଣି ଉଠୁଥାନ୍ତି ଆଉ […]

Social media & sharing icons powered by UltimatelySocial