ଭୁବନେଶ୍ୱର : ବାତ୍ୟା ‘ନିଭାର୍’ର ପ୍ରଭାବ ନ ସରୁଣୁ ଆଉ ଏକ ବଡ଼ ଲଘୁଚାପ ତାମିଲନାଡ଼ୁ ପ୍ରତି ବିପଦ ସୃଷ୍ଟି କଲାଣି। ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ଡିସେମ୍ବର ୨ ତାରିଖ ଦିନ ତାମିଲନାଡୁ ଓ ପୁଡ଼ୁଚେରି ଉପକୂଳ ଦେଇ ଅବପାତ ରୂପରେ ଅତିକ୍ରମ କରିବ। ପ୍ରଭାବରେ ତାମିଲନାଡୁ ଓ ପୁଡ଼ୁଚେରିରେ ପ୍ରବଳ ବର୍ଷା ହେବ ବୋଲି […]

ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ମାମଲା କେବଳ ରାଜଧାନୀ ନୁହେଁ, ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟଭାବେ ଜଣାପଡ଼ି ନ ଥିଲେ ମଧ୍ୟ ତେଲ କମ୍ପାନିଗୁଡ଼ିକ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ପମ୍ପ ଗୁଡ଼ିକରେ ଫ୍ଲେକ୍ସ ବୋର୍ଡ ଲଗାଯିବା ସହ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ମାତ୍ର କିଛି ପମ୍ପ […]

ଭୁବନେଶ୍ବର: ବଙ୍ଗୋପସାଗରରେ ରହିଥିବା ଅବପାତ ଗତକାଲି ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ‘ନିଭାର’ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସମୁଦ୍ର ମଧ୍ୟ‌ରେ ଅଧିକରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାର ରୂପ ନେବ। ଆଜି ସଂଧ୍ୟା ସୁଦ୍ଧା ଏହା ତାମିଲନାଡ଼ୁ ଓ ପୁଡୁଚେରି ନିକଟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏଥିଯୋଗୁଁ ଓଡ଼ିଶାକୁ ବିପଦ ନଥିଲେ ହେଁ ଆସନ୍ତାକାଲିଠାରୁ ରାଜ୍ୟରେ […]

ପିଅନଙ୍କ ହାତରେ ଡାକ୍ତରଖାନା ଦାୟିତ୍ବ ଆଠଗଡ଼: ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ କନ୍ଦରପୁରରେ ସ୍ଥାପନ କରାଯାଇଥିବା ୭୦ବର୍ଷର ପୁରାତନ ସରକାରୀ ଆୟୁର୍ବେଦିକ୍‌ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଘେରରେ ରହିଥିବା ଜଣାପଡ଼ିଛି। ଚିକିତ୍ସାଳୟର ଡାକ୍ତର ୮ମାସ ହେଲା କୋଭିଡ୍‌ ଡ୍ୟୁଟିରେ ଥିଲା ବେଳେ ଦୀର୍ଘବର୍ଷ ହେଲା ଫାର୍ମାସିଷ୍ଟ ପଦ ଖାଲି ପଡ଼ିଛି। ଫଳରେ ଏହି ଆୟୁର୍ବେଦିକ୍‌ ଚିକିତ୍ସାଳୟର ଜଣେ ପିଅନ ଡାକ୍ତରଖାନା ଦାୟିତ୍ବରେ ରହିଥିବା ଜଣାପଡ଼ିଛି। ଏହାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ଷୋଭ […]

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଶାନ୍ତିସ୍ତୁପ ଧଉଳି ଏବଂ ଏହାର ଆଖପାଖ ଅଞ୍ଚଳର ବ୍ୟାପକ ବିକାଶ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏହାର ବିକାଶ ଲାଗି କେନ୍ଦ୍ର ସରକାର ଯେଉଁ ୫ କୋଟି ଟଙ୍କାର ଅନୁଦାନ ଦେଇଥିଲେ, ତାହାର ସଠିକ୍ ବିନିଯୋଗ ହୋଇ ନ ଥିବାର ଅଭିଯୋଗ ଆଣିଛନ୍ତି ସାଂସଦ। ସେ ଏହି ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ […]

ବାରଙ୍ଗ/ତ୍ରିଶୂଳିଆ: ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା କରୁଥିବା ଜଗତସିଂପୁର ବାଲିକୁଦାର ସତ୍ୟବ୍ରତ ଦାସ (୨୬) ଆଜି ବାରଙ୍ଗ ବ୍ଲକରେ ପହଞ୍ଚିଥିଲେ। ହାତରେ ଜାତୀୟ ପତାକା ଧରି ଓଡ଼ିଶା ପରିଭ୍ରମଣ କରୁଥିବା ସତ୍ୟବ୍ରତ ଏହି ଅବସରରେ ବିଡିଓ ପ୍ରଭାକର ପଣ୍ଡାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜି ସୁଦ୍ଧା ସେ ୫୦୩ ଦିନର ପଦଯାତ୍ରା କରି ୨୭୯ ବ୍ଲକରେ ପହଞ୍ଚି ସାରିଲେଣି। ଏହି ସମୟ ମଧ୍ୟରେ […]

ଭୁବନେଶ୍ୱର: ଗତ ରାତିରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ଦେହାନ୍ତ ହୋଇଯାଇଛି। କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ହୋଇ ସେ ଗତ ନଭେମ୍ବର ୧ ତାରିଖରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ରାଜ୍ୟର ‘ପ୍ରଥମ ମହିଳା’ ଶ୍ରୀମତୀ ସୁଶୀଳା ଦେବୀଙ୍କ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ […]

ବେଗୁନିଆପଡ଼ା: ଗଛ ମଣିଷ ବାଇଧର ମଣ୍ଡଳ। ବୟସ ପାଖାପାଖି ୫୪। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ତାଳସର ପଂଚାୟତର ହଂସତୁଳି ଗ୍ରାମରେ ତାଙ୍କର ଘର। ବୃକ୍ଷ ହିଁ ତାଙ୍କ ଜୀବନ। ବୃକ୍ଷକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ବାଇଧର ଆଜି ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି। ବୃକ୍ଷରୋପଣ ସହ ବୃକ୍ଷ ସେବା ହିଁ ତାଙ୍କୁ ସମସ୍ତଙ୍କ ପାଖରେ ପରିଚିତ କରିଛି। ବାଇଧର ଜଣେ […]

‘ମ୍ୟାଜିକ କାଳିରେ ଲେଖା ହେଉଛି ଟ୍ରାଞ୍ଜିଟ୍‌ ପାସ୍‌’ ଭୁବନେଶ୍ୱର : ଆଜିଠାରୁ ‌ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଆରମ୍ଭ ହେଉଛି ଟ୍ରକ୍‌ ଧର୍ମଘଟ। ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ବାଲି, ପଥର ଓ ମୋରମ୍‌ ଭଳି ନିର୍ମାଣ ସାମଗ୍ରୀ ପରିବହନ କରିବେନି ଟ୍ରକ୍‌, ହାଇୱା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଏକାଧିକ ସଂଘକୁ ନେଇ ଗଠିତ ଟ୍ରକ୍‌ ମାଲିକ ସଂଘ ସମନ୍ବୟ କମିଟି […]

ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଛି ବେକାରୀ ପ୍ରସଙ୍ଗ। ରାଜ୍ୟରେ ବଢୁଛି ବେକାରୀ ସଂଖ୍ୟା। ଅକ୍ଟୋବର ମାସ ସୁଦ୍ଧା ରାଜ୍ୟରେ ୮ଲକ୍ଷ ୯୬ହଜାର ୮୩୮ଜଣ ପଂଜିକୃତ ବେକାର ଥିବା ଜଣାପଡ଼ିଛି। ଏନେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ସେହିପରି ୬ବର୍ଷ ଭିତରେ ୧୩ ଲକ୍ଷ ୬୬ହଜାର ୧୬୬ ଜଣ ଯୁବକ ଓ ଯୁବତୀଙ୍କୁ […]

Social media & sharing icons powered by UltimatelySocial