ଜାକର୍ତ୍ତା/ପାଲେମବାଙ୍ଗ : ଦୂତିଙ୍କ ପୁଣି ରୁପେଲି ଚମକ। ୧୦୦ ଭଳି ୨୦୦ ମିଟରରେ ମଧ୍ୟ ଦୂତି ଜିତିଛନ୍ତି ରୌପ୍ୟ ପଦକ। ଏହା କରି ପୁଣି ଥରେ ସେ ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ କରିଛନ୍ତି ଗୌରବାନ୍ଵିତ। ଏସିଆଡ଼୍‍ରେ ଏକକାଳୀନ ଦୁଇଟି ପଦକ ଜିତିବାରେ ପ୍ରଥମ ଓଡ଼ିଆ ହେବା ସହ ବୁଧବାର ମହାନ ଧାବିକା ପିଟି ଉଷାଙ୍କ ସହ ଦୂତି ହୋଇଛନ୍ତି ସମକକ୍ଷ। ପବିତ୍ର ଜାତୀୟ କ୍ରୀଡ଼ା ଦିବସରେ ଦେଶବାସୀଙ୍କୁ […]

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ୧୦ ମିଟର ଏୟାର ରାଇଫଲ ପିସ୍ତଲରେ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୬ ବର୍ଷୀୟ ସୌରଭ ଫାଇନାଲ୍‌ରେ ୨୪୦.୭ ସ୍କୋର ହାସଲ କରି ଶୀର୍ଷ ରହିଛନ୍ତି। ଏଥିସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଛି। ସେହିଭଳି ଏହି ବର୍ଗରେ ହରିୟାଣାର ଅଭିଷେକ ବର୍ମା ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୯ ବର୍ଷୀୟ ଅଭିଷେକ ୨୧୯.୩ ସ୍କୋର କରିଥିଲେ। ଏହି ବର୍ଗରେ […]

ଜାକର୍ତ୍ତା /ପାଲେମବାଙ୍ଗ : ଅଷ୍ଟାଦଶ ଏସୀୟ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗଟ ଐତିହାସିକ ସଫଳତା ଲାଭ କରିଛନ୍ତି। ସୋମବାର ଜାପାନର ୟୁକି ଇରିଙ୍କୁ ଏକତରଫା ଭାବେ ୬-୨ରେ ହରାଇ ୫୦ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍‌ କୁସ୍ତିରେ ସେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏଥିସହିତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ବିନେଶ ଭାରତର ପ୍ରଥମ ମହିଳା କୁସ୍ତିଯୋଦ୍ଧା ହୋଇଛନ୍ତି। ବ୍ୟକ୍ତିଗତ ଭାବେ ମଧ୍ୟ ଏହି […]

ଜାକର୍ତ୍ତା: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ହିଁ ଭାରତ ପଦକ ଖାତା ଖୋଲିଛି। ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ଦୁଇଟି ପଦକ ଜିତି ନେଇଛି। ବନ୍ଧୁକ ଚାଳନାର ୧୦ ମିଟର ଏୟାର ରାଇଫଲ୍‌ରେ ରବି କୁମାର ଓ ଅପୂର୍ବୀ ଚାନ୍ଦିଲା କାଂସ୍ୟ ଜିତି ଦେଶବାସୀଙ୍କୁ ପ୍ରଥମ ପଦକ ଉପହାର ଦେଇଥିଲେ। ହେଲେ ରବିବାରର ସବୁଠାରୁ ବଡ଼ ଖୁସି ଖବର କୁସ୍ତି ଆଖଡ଼ାରୁ ମିଳିଛି। ହରିଆଣା ପହିଲମାନ […]

ଜାକର୍ତ୍ତା: ଇଣ୍ଡୋନେସିଆର କାକର୍ତାସ୍ଥିତ ଗେଲୋରା ବଙ୍ଗ୍‌ କର୍ନୋ ମେନ୍‌ ଷ୍ଟାଡିୟମ୍‌ରେ ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଦୋଦୋ ଏକ ମନୋଜ୍ଞ ଉତ୍ସବରେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପରେ ପରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତ ଓ ନୃତ୍ୟର ତାଳେ ତାଳେ ଖେଳାଳିମାନେ ମାର୍ଚ ପାଷ୍ଟ କରିଥିଲେ। ତାରକା ଖଚିତ ଉଦ୍‌ଘାଟନୀ ଉତ୍ସବରେ ଇଣ୍ଡୋନେସିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଆଙ୍ଗନ୍‌, ରାଇସା, […]

ଭୁବନେଶ୍ୱର: ‘ସକାଳେ ପର୍ଯ୍ୟଟନ, ସଂଧ୍ୟାରେ ହକି’ କିମ୍ବା ‘ସକାଳେ ସର୍ଫିଂ, ସଂଧ୍ୟାରେ ଆକ୍ସନ’ର ପରିକଳ୍ପନା ନେଇ ଆସିଛି ବିଶ୍ୱକପ୍‌ ହକି। ଓଡ଼ିଶା ହକି ବିଶ୍ୱକପ୍‌ ପାଖେଇ ଆସୁଛି। ୪ ମାସରୁ କମ୍‌ ସମୟ ରହିଛି। ଏହି ଖେଳକୁ ସମର୍ଥନ କରିବା ପାଇଁ ସବୁ ଭାରତୀୟଙ୍କ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ଓଡ଼ିଶା ସରକାର ଏବେ ୩୬୦ ଡିଗ୍ରି ଅଭିଯାନ ଆରମ୍ଭ କରିସାରିଛନ୍ତି। ଲଣ୍ଡନ୍‌ରେ ଚାଲିଥିବା ମହିଳା ବିଶ୍ୱକପ୍‌ ବେଳେ […]

ନୂଆଦିଲ୍ଲୀ: ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିରେ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଇଟାଲୀକୁ ୩-୦ ଗୋଲ୍‌ରେ ପରାସ୍ତ କରି ଦଳ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି। ଗତକାଲି ମ୍ୟାଚ୍‌ରେ ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି। ଦଳ ପକ୍ଷରୁ ପ୍ରଥମ ୯ ମିନିଟ୍‌ରେ ଲାଲ୍‌ ରେମିସିଆନି ପ୍ରଥମ ଗୋଲ୍‌ ସ୍କୋର୍‌ କରିଥିଲେ। ୪୫ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ କରିଥିଲେ ନେହା ଗୋୟଲ। ସେହିପରି ୫୫ ମିନିଟ୍‌ରେ ବନ୍ଦନା […]

ହାରି କେନ୍‌ଙ୍କୁ (ଇଂଲଣ୍ଡ) ସ୍ୱର୍ଣ୍ଣ ଜୋତା, ଲୁକା ମୋଡ୍ରିକ୍‌ଙ୍କୁ (କ୍ରୋଏସିଆ) ସ୍ୱର୍ଣ୍ଣ ବଲ୍‌ ମସ୍କୋ : ରୁଷିଆ ରଣକ୍ଷେତ୍ରରେ ଫ୍ରାନ୍ସର ବାଜିମାତ୍‌। ଆର୍ଜେଣ୍ଟିନା ଓ ଇଂଲଣ୍ଡ ଭଳି ଅଭିଜ୍ଞ ତଥା ଶକ୍ତିଶାଳୀ ଦଳକୁ ଧରାଶାୟୀ କରିଥିବା ଚମତ୍କାରୀ କ୍ରୋଏସିଆକୁ ରବିବାର ଅନୁଷ୍ଠିତ ଫାଇନାଲରେ ୪-୨ ଗୋଲ୍‌ରେ ଧୂଳି ଚଟାଇ ଦ୍ୱିତୀୟବାର ବିଶ୍ୱ ବିଜୟୀ ହୋଇଛି ଫ୍ରାନ୍ସ। ପୂରା ପ୍ରତିଯୋଗିତାରେ ଅପରାଜେୟ ରହି ୩୨ ଦଳିଆ ମସ୍କୋ ମହାସମରର ଶ୍ରେଷ୍ଠ ଦଳ […]

ମସ୍କୋ: ଦୀର୍ଘ ଏକ ମାସ ଧରି ଚାଲିଥିବା ଫିଫା ବିଶ୍ୱକପ୍‌ ୨୦୧୮ ଫାଇନାଲ ମ୍ୟାଚ୍‌ ପରେ ଚାମ୍ପିଅନ ଟିମ୍‌ର ମୁଣ୍ଡ ଉପରେ ଟଙ୍କାର ବର୍ଷା ହେବ। ଆଉ କେଇ ଘଣ୍ଟା ପରେ ୨୬୦ କୋଟି ଟଙ୍କା ଓ ୧୮ କ୍ୟାରେଟ୍‌ ସୁନାରେ ତିଆରି ଚିକ୍କଣ ଟ୍ରଫି ପାଇଁ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ। ରୁଷିଆର ରାଜଧାନୀରେ ହେବାକୁ ଥିବା ଫିଫା ବିଶ୍ୱକପର ୨୧ତମ ସଂସ୍କରଣରେ ଏହି […]

ସେଣ୍ଟ୍‌ ପିଟର୍ସବର୍ଗ: ଚଳିତ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ପ୍ରଥମେ ପାଦ ଥାପିଛି ୧୯୯୮ ବିଜେତା ଫ୍ରାନ୍‌ସ। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଫରାସୀ ଦଳ ୧-୦ ଗୋଲ୍‌ରେ ନିଜ ୟୁରୋପୀୟ ପ୍ରତିଦ୍ୱନ୍ଦ୍ୱୀ ବେଲ୍‌ଜିୟମ୍‌କୁ ପରାସ୍ତ କରି ଦ୍ୱିତୀୟ ଥର ବିଶ୍ୱ ମୁକୁଟ ଜିତିବାର ସୁଯୋଗ ସୃଷ୍ଟି କରିଛି। ପ୍ରଥମାର୍ଧ ଗୋଲଶୂନ୍ୟ ବିତିବା ପରେ ୫୧ତମ ମିନିଟ୍‌ରେ ତାରକା ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ଙ୍କ କର୍ନର ବଲ୍‌କୁ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରି […]

Social media & sharing icons powered by UltimatelySocial