ଭୁବନେଶ୍ୱର: ରିଆଲିଟି ସୋ’ ପ୍ଲାଟଫର୍ମରୁ ସିନେମାରେ ସୁଯୋଗ ପାଇଥିବା ଜଣେ ନାୟିକା ଆଜିକାଲି ବେଶ ଚର୍ଚ୍ଚାରେ। ସେ ହେଲେ ତମନ୍ନା। ତମନ୍ନାଙ୍କୁ ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୋକର୍’ରେ ବ୍ରେକ୍ ଦେଇଥିଲେ ,କିନ୍ତୁ ତାହା ଅଧାରେ ଅଟକି ଯାଇଥିଲା। ସେ ଯାହା ହେଉନା କାହିଁକି, ତମନ୍ନା ଏବେ ଓଲିଉଡର ଜଣେ ଆଗଧାଡ଼ିର ନାୟିକା ଭାବେ ମାନ୍ୟତା ପାଇଛନ୍ତି। ସେ ଇତିମଧ୍ୟରେ ‘ଭାଇନା କ’ଣ କଲା ସେ’,‘ନିଝୁମ୍ ରାତିର […]

ଭୁବନେଶ୍ୱର: ସବୁ ଆଖି ଚାହିଁ ରହିଥିଲା ଘଣ୍ଟାକୁ। ସବୁରି ହୃଦ୍‌ସ୍ପନ୍ଦନ ତାଳ ଦେଉଥିଲା ଘଣ୍ଟା କଣ୍ଟାର ଟିକ୍‌ଟିକ୍‌ ଶବ୍ଦକୁ। ସନ୍ଧ୍ୟାରୁ ନାଚଗୀତରେ ମତୁଆଲା ମଣିଷଙ୍କୁ କ୍ଷଣେ ତା’ ସାମ୍ନାରେ ଅଟକାଇ ଦେଇଥିଲା ଅମାନିଆ ଘଡ଼ି। ଊଣେଇଶ ପୂରି ତାକୁ ୨୦ ଛୁଇଁବା ମାତ୍ରେ ହ‌‌ର୍ଷ ଉଲ୍ଲାସର ଫାଟି ପଡ଼ିଥିଲା ପଲ୍ଲୀରୁ ସହର। ନୂଆବର୍ଷକୁ ଟିକେ ନିଆରା ରୂପରେ ସ୍ୱାଗତ କରିବା ପାଇଁ କିଏ ଜିରୋ ନାଇଟ୍‌ରେ ମଜିଥିଲା ତ କିଏ […]

ଭୁବନେଶ୍ୱର: ରବିବାର ସଂଧ୍ୟାରେ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ହରିଭାଇ କମେଡି କ୍ଲବ୍‌ ପକ୍ଷରୁ ‘ଫନ୍‌ ଆଣ୍ଡ୍‌ ଫେଲିସେସନ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଜ୍ଞା ରଞ୍ଜନ ଖଟୁଆଙ୍କ ଦ୍ୱାରା ଲିଖିତ ହାସ୍ୟ ରସାତ୍ମକ ନାଟକ ‘ଲଙ୍କେଶ୍ୱର’ ପରିବେଷଣ କରାଯାଇଥିଲା। ଦୀର୍ଘ ୪ରୁ ୫ ବର୍ଷ ହେବ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାୟ ୬୦ ଜଣ କଳାକାର ମିଶି ଦର୍ଶକଙ୍କ ମନୋରଞ୍ଜନ […]

ଭୁବନେଶ୍ୱର : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ’ର ଆଜି ଥିଲା ଚତୁର୍ଥ ଦିବସ। ପୂର୍ବାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମାଲେସିଆରୁ ଆସିଥିବା ଗୀତା ଶଙ୍କରନ ଓ ସାଥୀଙ୍କ ଦ୍ୱାରା ଦଳଗତ ନୃତ୍ୟରୁ। ପରେ ଏକକ ନୃତ୍ୟ ପରିବେଷଣ କରିଥିଲେ ବର୍ଦ୍ଧମାନର ପ୍ରୀତି ସରକାର, ପାରଳାଖେମୁଣ୍ଡିର ବିଷ୍ଣୁପ୍ରିୟା ମଣ୍ଡଳ, ଯାଜପୁରର ଶୁଭଲକ୍ଷ୍ମୀ […]

ଭୁବନେଶ୍ୱର : ନୂଆବର୍ଷ ଉପଲ‌େକ୍ଷ ହୋଟେଲ ଗୁଡ଼ିକରେ ହେବାକୁ ଥିବା ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନା ବିରୋଧ କରିବ ବୋଲି ଚେତାବନୀ ଦେଇଛି। ଆଜି ସେନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ସ୍ବାତୀଶ ରଂଜନ ସାହୁ କହିଲେ, ଶାନ୍ତି ଶୃଙ୍ଖଳାରେ କୌଣସି ଉତ୍ସବ ମନାଇବାକୁ କାହାରିକୁ ବାରଣ କରାଯିବ ନାହିଁ। ଯଦି ହୋଟେଲ ଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଏ ତେବେ ସେନା ପକ୍ଷରୁ ଏହାକୁ ବିରୋଧ […]

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନାୟକଙ୍କ ସହିତ ପ୍ରଥମ ଥର ପାଇଁ ନାୟିକା ଦେବଯାନୀ କାମ କରୁଛନ୍ତି। ଏହି ନାୟକଜଣକ ହେଲେ ସମ୍ବିତ । ଯେଉଁ ସିନେମାରେ ସମ୍ବିତ- ଦେବଯାନୀ ଯୋଡ଼ି ପ୍ରଥମ ଥର ପାଇଁ ଏକାଠି ଆସୁଛନ୍ତି, ତାହାର ଶୀର୍ଷକ ହେଲା ‘ଇନ୍ଦ୍ରଜାଲ’। ରମେଶ ବାରିକ ଏହି ସିନେମାର ପ୍ରଯୋଜନା କରିଥିବା ବେଳେ, ଏହାର ନିର୍ଦ୍ଦେଶକ ହେଲେ ପିନୁ ନାୟକ । ‘ଇନ୍ଦ୍ରଜାଲ’ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଦେଖିବାକୁ […]

ଭୁବନେଶ୍ୱର: ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ତିନିଦିନିଆ ଏକ କାର୍ଯ୍ୟକ୍ରମ ଆଜି ଆଦିବାସୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ‌ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀ ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଏକ ମଞ୍ଚ ଯୋଗାଇ ଦେବା ଉଦ୍ଦେଶ୍ୟରେ […]

କଟକ : କଟକର ଐତିହାସିକ ବାଲିଯାତ୍ରା ଇତିହାସରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ବାଲିଯାତ୍ରାରେ ପ୍ରଥମ କରି ଆରମ୍ଭ ହୋଇଥିବା ପଥ ଉତ୍ସବରେ ଆଜି ପୋଷ୍ୟ ସନ୍ତାନ ଗ୍ରହଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଲିକତାର ବଂଗୀୟ ଦମ୍ପତି ସାମିଲ ହୋଇ ଏକ ଦଶ ମାସର କନ୍ୟା ସନ୍ତାନକୁ କୋଳକୁ ନେଇଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ସମସ୍ତ ନିୟମ ପାଳନ କରି ସୁଦୀପ୍ତ […]

ବେଙ୍ଗାଲୁରୁ: ସମଗ୍ର ଦେଶରେ ଆଜି ବିପୁଳ ଆନନ୍ଦ ଉଲ୍ଲାସର ସହ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଗଣେଶଙ୍କର ବିଭିନ୍ନ ଆକୃତି ଓ କିସମର ପ୍ରତିମା ବିଭିନ୍ନ ପୂଜା ପେଣ୍ଡାଲମାନଙ୍କରେ ସ୍ଥାନ ପାଇବା ସହ ବିଘ୍ନ ବିନାଶକଙ୍କର ଆରାଧନା ଧୂମ୍‌ଧାମ୍‌ରେ କରାଯାଇଛି। ତେବେ, କର୍ଣ୍ଣାଟକ ବେଙ୍ଗାଲୁରର ଏକ ପୂଜା ପେଣ୍ଡାଲରେ ପ୍ରତିଷ୍ଠା କରା ଯାଇଥିବା ଗଣପତିଙ୍କର ଏକ ପ୍ରତିମାକୁ ନେଇ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ […]

Social media & sharing icons powered by UltimatelySocial