ପ୍ରଥମ ଥର ପାଇଁ ସମ୍ବିତଙ୍କ ସହ ନଜର ଆସିବେ ଦେବଯାନୀ

ଭୁବନେଶ୍ୱର: ଓଲିଉଡର ଜଣେ ଲୋକପ୍ରିୟ ନାୟକଙ୍କ ସହିତ ପ୍ରଥମ ଥର ପାଇଁ ନାୟିକା ଦେବଯାନୀ କାମ କରୁଛନ୍ତି। ଏହି ନାୟକଜଣକ ହେଲେ ସମ୍ବିତ । ଯେଉଁ ସିନେମାରେ ସମ୍ବିତ- ଦେବଯାନୀ ଯୋଡ଼ି ପ୍ରଥମ ଥର ପାଇଁ ଏକାଠି ଆସୁଛନ୍ତି, ତାହାର ଶୀର୍ଷକ ହେଲା ‘ଇନ୍ଦ୍ରଜାଲ’। ରମେଶ ବାରିକ ଏହି ସିନେମାର ପ୍ରଯୋଜନା କରିଥିବା ବେଳେ, ଏହାର ନିର୍ଦ୍ଦେଶକ ହେଲେ ପିନୁ ନାୟକ । ‘ଇନ୍ଦ୍ରଜାଲ’ରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବି ଦେଖିବାକୁ ମିଳିବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ପ୍ରଯୋଜକ ରମେଶ ବାରିକ ଆଗରୁ ‘ଟାଇଗର’, ‘ରୋମିଓ ଜୁଲିଅଟ୍’, ‘ଜଷ୍ଟ ମୋହବତ୍’, ‘ଦେଖା ହେଲା ପ୍ରେମ ହେଲା’, ‘ବ୍ରେକ୍ଅପ୍ ଲଭ୍’ ଭଳି ସିନେମା ନିର୍ମାଣ କରିଛନ୍ତି। ସୂଚନାଯୋଗ୍ୟ, ସମ୍ବିତ ‘ପ୍ରେମ ଓ୍ଵଡ୍ସ ପ୍ରିୟା’ରୁ କ୍ୟାରିଅର୍ ଆରମ୍ଭ କରିବା ପରେ ବାଳୁଙ୍ଗା ଟୋକା, ଓମ୍ , ଗଞ୍ଜା ଲଢ଼େଇ, ସଲାମ୍ ସିନେମା , ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ‘ଆଶିକ୍’ , ‘ଲେଖିଛି ନାଆଁ ତୋର’,‘ଛାତି ତଳେ ଡିଂ ଡଙ୍ଗ୍’, ‘ହାପି ଲକି’ ‘ମନ ଖାଲି ତତେ ଚାହେଁ’ ଓ ‘ପ୍ରେମ ପାଇଁ ମହାଭାରତ’ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି । ଅପରପକ୍ଷରେ ଦେବଯାନୀ ନାୟିକାଭାବେ ଓଡ଼ିଆ ଛବି ‘ରଙ୍ଗିଲା ଟୋକା ’, ‘ଖାସ୍ ତୁମରି ପାଇ’ ଓ ‘ଅଜାତ ଶତ୍ରୁ’ ଆଦି ସିନେମାରେ ଅଭିନୟ କରିଛନ୍ତି । ପ୍ରଥମ ଥରପାଇଁ ସମ୍ବିତ – ଦେବଯାନୀ ଯୋଡ଼ି କି କମାଲ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

Share Now:

Kalinga News Beuro

Leave a Reply

Next Post

ଘରୁ ରାଗି ଭାଇକୁ ଭେଟିବାକୁ ଯାଉଥିବା ସମୟରେ ବସ ଭିତରେ ଦୁଷ୍କର୍ମର ଶିକାର ହେଲା ଭଉଣୀ

Fri Dec 27 , 2019
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଲୋକଙ୍କ ଉପରେ ରାଗି ଘରୁ ବାହାରି ଆସିଥିବା ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ବସ୍‌ ଭିତରେ ଦୁଷ୍କର୍ମ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ଏହି ଘଟଣାର ଯାଞ୍ଚ କରିବା ପରେ ଜଣେ ଦୁଷ୍କର୍ମକାରୀକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାଜଗଡ଼ ଜିଲ୍ଲା ମୁଠାଲିଆରେ ବସବାସ କରୁଥିବା ନାବାଳିକା ସ୍ୱପ୍ନା (ଛଦ୍ମନାମ) […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial