ଭୁବନେଶ୍ୱର:ଗାଡ଼ି ଚାଳକମାନେ ସାବଧାନ। ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ। ୧୦ଟି ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ଆଉ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଜରିମାନା ଆଦାୟ କରିବା ଲାଗି ଆଜି ସମସ୍ତ ଜିଲ୍ଲାପାଳ, ଆରକ୍ଷୀ […]

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ହୋଇଥିବା ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁ‌େମାଦନ କରିଛି। ୨୪ମାସରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ବସ୍‌ଷ୍ଟାଣ୍ଡକୁ ଅସ୍ଥାୟୀ ଭାବେ ଖଣ୍ଡଗିରି ବାରିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତିି ହୋଇଛି। ଖଣ୍ଡଗିରି ବାରିରେ ୭ଏକର ସରକାରୀ ଜମି ଥିବାରୁ ସେଠାକୁ ବସ୍‌ଷ୍ଟାଣ୍ଡ ଦୁଇ ବର୍ଷ ପାଇଁ ସ୍ଥାନାନ୍ତର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ […]

ଭୁବନେଶ୍ୱର: ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନ ବନ୍ଦରରୁ ଆଉ ଦୁଇଟି ସହରକୁ ନୂତନ ଭାବେ ବିମାନ ସେବା ଆରମ୍ଭ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଧବାର ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ କହିବାନୁସାରେ, ଝାରସୁଗୁଡା ବିମାନ ବନ୍ଦରରେ ଆରମ୍ଭ ହୋଇଥିବା ଏହି ନୂଆ ଉଡାଣ ସେବା କୋଲକାତା ଓ ବେଙ୍ଗାଲୁରୁ ପାଇଁ ରହିଛି। ଅର୍ଥାତ ଏବେ ଯାତ୍ରୀ ଝାରସୁଗୁଡା ବିମାନ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀ ଓ ଅମଲେଖଗଞ୍ଜ (ନେପାଳ) ମଧ୍ୟରେ ଏକ ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନର ଶୁଭ ଉଦଘାଟନ କରିଛନ୍ତି । ସେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ପାଇପଲାଇନର ଉଦଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ବହୁତ ଖୁସିର କଥା ଯେ ଦକ୍ଷିଣ ଏସିଆର ପ୍ରଥମ କ୍ରସ ବର୍ଡର (ସୀମାପାର) […]

ଟ୍ରାଫିକ୍‌ ନିୟମ ମାନିବାକୁ ସମସ୍ତ ଗାଡ଼ି ଚାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ଜରିମାନା ରାଶି ଆଦାୟକୁ ଦେଖି ରାଜ୍ୟର ଗାଡି ଚାଳକ ଓ ମାଲିକ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ପୁଣି ଏହାକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧୁଛି। ବିଭିନ୍ନ ସ୍ଥାନରେ ବିଶୃଂଙ୍ଖଳା ମଧ୍ୟ ଦେଖାଦେଇଛି। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଜରିମାନା ଆଦାୟକୁ […]

ଜିଆଇଜେଡ୍‌ ପ୍ରସ୍ତୁତ କରୁଛି ଚିଠା ପ୍ରସ୍ତାବ, ୬ମାସ ପରେ ଲାଗୁ ହେବ, ମଲ୍‌ରୁ ଦୋକାନ, ବଡ଼ ପ୍ରତିଷ୍ଠାନ ପାଇଁ ନିୟମ କଡ଼ାକଡ଼ି ହେବ ଭୁବନେଶ୍ୱର : ରାଜଧାନୀର ପାର୍କିଂ ବ୍ୟବସ୍ଥା ସଜାଡ଼ିବା ପାଇଁ ବିଏମ୍‌ସି ପକ୍ଷରୁ ଖୁବ୍‌ ଶୀଘ୍ର ନୂ୍ଆ ପାର୍କିଂ ନୀତି ଆସିବ। ଏନେଇ ଜିଆଇଜେଡ୍‌ ସଂସ୍ଥାକୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ବିଭିନ୍ନ ପ୍ରକାରର ପାର୍କିଂ ନିୟମ, କମିସନରେଟ୍‌ ପୁଲିସର ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଚିଠା ପ୍ରସ୍ତାବ […]

ଅହମଦାବାଦ୍‌ : ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରଠାରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଟ୍ରାଫିକ ନିୟମକୁ ବେଧଡ଼କ ଉଲ୍ଲଂଘନ କରୁଥିବା ଲୋକେ ଆଜି କଡ଼ା ଆଇନ ପ୍ରଣୟନ ପରେ ଚିନ୍ତାରେ ପଡ଼ିଛନ୍ତି । ଜଣ ଜଣଙ୍କଠାରୁ ଜରିମାନା ଆକାରରେ ହଜାର ହଜାର ଟଙ୍କା ଟ୍ରାଫିକ ପୁଲିସ ଆଦାୟ କରୁଥିବା ବେଳେ ଏବେ ଜଣେ ପୁଲିସ କନେଷ୍ଟବଳ ଆଇନର ଉଲ୍ଲଂଘନ କରି ଜରିମାନା ଭରିଥିବା […]

ବିଡିଏ ଚାହୁଁଛି ୮୦ ମିଟର ଉଚ୍ଚା, ୪୦ମିଟର ପାଇଁ ଏନ୍‌ଓସି ମିଳୁଛି, ଏଏଆଇ ଏନ୍‌ଓସି ମିଳିଲେ ଏମ୍‌ଓୟୁ ସ୍ଵାକ୍ଷର ହେବ ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ କାର୍ଯ୍ୟ ନିକଟ ଭବିଷ୍ୟତରେ ହେବା ନେଇ ଅନିଶ୍ଚିତତା ଦେଖାଦେଲାଣି। କାରଣ ଗୋଟିଏ ବିବାଦର ସମାଧାନ ହେଲା ବେଳକୁ ଆଉ ଗୋଟିଏ ବଡ଼ ବିବାଦ ଦେଖାଯାଉଛି। ଯେଉଁଥିପାଇଁ ଗତ ତିନି ବର୍ଷ ହେଲା ରେଳ ଷ୍ଟେସନ୍‌ର ଉନ୍ନତୀକରଣ କରିବା ପାଇଁ ଯୋଜନା […]

ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୀତି ଏବେ ଧରାଶାୟୀ ହୋଇପଡିଛି । ପରିବାଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟସବୁ ମହଙ୍ଗା ଦରରେ ବିକ୍ରି ହେଉଛି । ସେଠାକାର ଲୋକମାନେ ନାହିନଥିବା ଅସୁବିଧା ଭୋଗୁଛନ୍ତି । କିନ୍ତୁ ବର୍ତ୍ତମାନ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜ ଦେଶର ଅର୍ଥନୀତି କ’ଣ ସୁଧାରିବେ ଭାରତକୁ ଯୁଦ୍ଧ କରିବା ପାଇଁ ଉସକାଉଛନ୍ତି । ପାକିସ୍ତାନର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଲୋକଙ୍କୁ ପାଣି ମଧ୍ୟ […]

ବର୍ଷକୁ କୋଟି କୋଟି ଟଙ୍କା ହରାଉଛି, ତୁରନ୍ତ ବନ୍ଦ ନକଲେ ଘର ସିଲ୍‌ ହେବ ଭୁବନେଶ୍ୱର : ବିଏମ୍‌ସିକୁ ଆବାସିକ ଘର ପାଇଁ ହୋଲଡିଂ ଟିକସ ଦେଉଛନ୍ତି। କିନ୍ତୁ ଘରେ ହୋଟେଲ, ଗେଷ୍ଟହାଉସ୍ ଖୋଲାଯାଇଛି। ଏମିତି ଭାବେ ବର୍ଷ ବର୍ଷ ଧରି ବିଏମ୍‌ସିକୁ ଲକ୍ଷ ଲକ୍ଷ ଟଙ୍କା ଟିକସ ଫାଙ୍କି ଚାଲିଛନ୍ତି। ଏହିଭଳି ୪୦ଟି ଘରେ ଆଜି ବିଏମ୍‌ସିର ଉତ୍ତର ଜୋନ୍ ପକ୍ଷରୁ ଚଢ଼ଉ ହୋଇଛି। ବେଆଇନ ଭାବେ ଆବାସିକ […]

Social media & sharing icons powered by UltimatelySocial