ପୁରୀ: ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଦା ମୂରତୀ। କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି […]

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଓଭରବ୍ରିଜ ନିକଟରେ ଥିବା ପଦ୍ମା କାର୍‌ ମାର୍ଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସନ୍ଧ୍ୟା ୭ଟା ବେଳେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସୋ ରୁମ୍‌ଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରାତ୍ରିକାଳୀନ କର୍ଫ୍ୟୁ ଯୋଗୁଁ ଦୋକାନ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି। ତେବେ ଏଥିରେ ଥିବା ୨୦ରୁ ୩୦ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ଜଳି ଯାଇଛି। ଖବର ପାଇ ଅଗ୍ନିଶମ […]

ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ରୁ ଭୋର ୫, ୧୦ ଜିଲ୍ଲାରେ ଶନିବାର, ରବିବାର ସଟ୍‌ଡାଉନ୍ ଭୁବନେଶ୍ବର: ରାତ୍ରୀକାଳୀନ କର୍ଫ୍ୟୁ ସୀମା ରାତି ୯ଟାରୁ ଭୋର ୫ଟା ଯାଏ ବଳବତ୍ତର ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ଖୋଲିପାରିବ ନାହିଁ। ହେଲେ ପରୀକ୍ଷା ଓ ମୂଲ୍ୟାୟନ ହୋଇପାରିବ। ଜୁଲାଇ ୩୧ ଯାଏ ଧାର୍ମିକ ଅନୁଷ୍ଠାନକୁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ। ଅନ୍ତର୍ଜାତୀୟ ବିମାନ ସେବା, […]

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୪ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୯୨ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା […]

ଭୁବନେଶ୍ବର : ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ରାଜ୍ୟବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଛି। ଆସନ୍ତା ୪ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର-ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରଫ ଲାଇନ ସମୁଦ୍ର ପତ୍ତନ ଠାରୁ ୩.୧ କିମି ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା […]

ଭୁବନେଶ୍ବର : ଜୁନ୍‌ ମାସର ପ୍ରତି ଶନିବାର ଓ ରବିବାର ହୋଇଥିବା ସଟ୍‌ଡାଉନ୍‌ ଜୁଲାଇ ମାସରେ ବି ଜାରି ରହିବ। ଜୁନ୍‌ ମାସରେ ରାଜଧାନୀରେ ଯେଉଁଭଳି କୋଭିଡ୍‌-୧୯ କଟକଣା ଜାରି ରହିଛି ତାହା ବି ଜୁଲାଇ ମାସରେ ବଳବତ୍ତର ରହିବ। କୌଣସି ପ୍ରକାରର ନିୟମ କୋହଳ ହେବନି। ଅର୍ଥାତ୍‌ ଶୁକ୍ରବାର ସଂଧ୍ୟା ୭ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଦୋକାନ ବଜାର, ଯାତାୟାତ ବନ୍ଦ ରହିବ। ରାଜ୍ୟ ସରକାର ସଟ୍‌ଡାଉନ୍ […]

ବାହାରିଲେଣି ୨୪ ପଜିଟିଭ୍‌, ୨୪ ନିର୍ମାଣ ଶ୍ରମିକ ବି ଆକ୍ରାନ୍ତ ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍‌ ୧ରୁ ଜୁନ୍‌ ୨୭ ଭିତରେ ୨୧୮ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ୨୭ଦିନରେ ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କିନ୍ତୁ ଏଥିରେ ବସ୍ତିରୁ ବାହାରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିନ୍ତାଜନକ […]

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୩୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ କେହି ଜଣେ ବି ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ […]

ମେଣ୍ଢାଶାଳ: ଛତାବର ପଞ୍ଚାୟତର ଗୁପ୍ତପଡ଼ା ଗ୍ରାମରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗୁପ୍ତପଡ଼ା ବନ୍ଧରେ ୨ଟି ମଗରମୁଁହା କୁମ୍ଭୀର ଦେଖିବାକୁ ମିଳିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁର ଋଷି ପରିଡ଼ାଙ୍କର ଛେଳି ଛୁଆ ଓ କୈଳାସ ବେହେରାଙ୍କ କୁକୁରକୁ କୁମ୍ଭୀର ଖାଇ ଦେଇଥିବା ଜଣାପଡ଼ିବା ପରେ ଗାଁରେ କୋକୁଆ ଭୟ ଖେଳି‌ ଯାଇଛି। ସୂଚନାଯୋଗ୍ୟ ଯେ ଚନ୍ଦକା ଅଭୟାରଣ୍ୟର ହଳଦିଆ ରେଞ୍ଜ ଅଧୀନରେ ଥିବା ଏହି ଗୁପ୍ତପଡ଼ା ବନ୍ଧ ଉପରେ […]

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ […]

Social media & sharing icons powered by UltimatelySocial