ଭୁବନେଶ୍ୱର: ଜନତା କର୍ଫ୍ୟୁ ପାଇଁ କମିସନରେଟ୍ ପୁଲିସ ପାସ୍ ବ୍ୟବସ୍ଥା କରିଛି । ଘରୁ ବାହାରିବା ବେଳେ ସାଙ୍ଗରେ ପାସ ରଖିବା ବାଧ୍ୟତାମୂଳକ କରିଛି କମିସନରେଟ୍ ପୁଲିସ୍ । ଜରୁରୀ କାମ ଯଥା ହସ୍ପିଟାଲ କିମ୍ବା ଏୟାରପୋର୍ଟକୁ ଯାଉଥିଲେ ଏହି ପାସ୍ ମିଳିବ । ତେବେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ଆପଣ ଏହି ପାସ୍ ପାଇପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ପୁଲିସ ପକ୍ଷରୁ ଜାରି ହୋଇଥିବା ନିଶୁଳ୍କ ନମ୍ବର […]

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି । ଏଠାରୁ ସ୍ଥିତି ଚୀନ ପରି ନିୟନ୍ତ୍ରଣକୁ ଆସିପାରେ ଅଥବା ଇଟାଲି ପରି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପର ପ୍ରଭାବ ଅନୁସାରେ ସ୍ଥିତି ନିର୍ଭର କରିବ । ଏକ ଅଟକଳ ଅନୁସାରେ […]

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଲକ୍‌ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ ନଜରରେ ରଖି କ୍ରୁଟ୍‌ ପକ୍ଷରୁ ମୋ’ ବସ୍‌ ଚଳାଚଳ ଉପରେ ମାର୍ଚ୍ଚ ୨୩ରୁ ୨୯ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କେବଳ ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରୁଟ୍‌ରେ ମୋ’ ବସ୍‌ ଚାଲିବ। ତାହା ପୁଣି ପ୍ରତି ଘଣ୍ଟାଏରେ ଗୋଟିଏ ବସ୍‌ ଚାଲିବ। କ୍ରୁଟ୍‌ ପକ୍ଷରୁ […]

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ଘରେ ରହନ୍ତୁ, ସୁସ୍ଥ ରହନ୍ତୁ, ସୁରକ୍ଷିତ ରହନ୍ତୁ ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ କିଛି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଅତ୍ୟନ୍ତ ଜରୁରୀ କାର୍ୟ୍ୟ ବ୍ୟତୀତ ବାକି ସମସ୍ତ କାର୍ୟ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ ଜିନିଷପତ୍ର ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ। […]

ଭୁବନେଶ୍ୱର : ରାଜଧାନୀ‌ରେ ଆଉ ଜଣେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଏମସି ଅଧୀନରେ ଆସୁଥିବା ଅଞ୍ଚଳରେ କେବଳ ଖାଦ୍ୟ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ‌ଷ୍ଟୋର୍‌ ବନ୍ଦ କରିବାକୁ ନିର୍ଦେଶ ଜାରି ହୋଇଛି। ବିଶେଷକରି ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବା ରେସ୍ତୋରାଁ, ବାର୍‌, କଫି ସପ୍‌, […]

ଭୁବନେଶ୍ୱର : ଆସନ୍ତା କାଲି ଜନତା କର୍ଫ୍ୟୁ ପାଳନ କରାଯାଉଥିବାରୁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ । ରାଜ୍ୟର ପ୍ରାୟ ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଅନ୍ୟପକ୍ଷରେ ଜନତା କର୍ଫ୍ୟୁ ଯୋଗୁଁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ଜଣାଯାଇଛି । […]

ଭୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆକ୍ରାନ୍ତ ଜଣକ କରୋନା ପ୍ରଭାବିତ ଦେଶ ଭ୍ରମଣରେ ଯାଇ ଓଡ଼ିଶା ଫେରିଥିବା ଜଣାପଡ଼ିଛି। ପୂର୍ବରୁ ଜଣେ ଇଟାଲି ଫେରନ୍ତା ଯୁବକ କରୋନାର ଶିକାର ହୋଇଥିବା ବେଳେ ଏବେ ପୁଣି ଜଣେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ଆକ୍ରାନ୍ତ ଥିବା ଅବସ୍ଥାରେ ଚିହ୍ନଟ […]

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆଜି କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ନୂଆ ନିର୍ଦ୍ଦେଶନାମା ମୁତାବକ କୌଣସି ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବେନାହିଁ। ସେହିପରି ସମସ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ। ଖାଉଟି ସାମଗ୍ରୀ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ […]

ବାଲିଅନ୍ତା: ରାଜ୍ୟର ସମସ୍ତ ଐତିହ୍ୟ ସଂପନ୍ନ ପର୍ଯ୍ୟଟନ‌ସ୍ଥଳୀରେ କରୋନା କଟକଣା ବଳବତ୍ତର ରହିଛି। ରାଜଧାନୀରେ ଥିବା ସମସ୍ତ କଳା ଓ ସଂସ୍କୃତି ସଂପନ୍ନ ପୀଠକୁ ପ୍ରଶାସନ ପକ୍ଷରୁ ଏକ ପ୍ରକାର ସିଲ୍‌ କରି ଦିଆଯାଇଛି। ଦେଶୀ ହେଉ ଅବା ବିଦେଶୀ ପର୍ଯ୍ୟଟକ ମଠ, ମନ୍ଦିର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏଭଳି ସ୍ଥିତିରେ ରାଜଧାନୀରେ ଘୂରି ବୁଲୁଥିବା ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଏବେ ଉପକଣ୍ଠରେ ଥିବା […]

ଯେକୌଣସି ସମୟରେ ଚଢ଼ଉ କରିବ ପୁଲିସ ଭୁବନେଶ୍ୱର: ରାଜଧାନୀରେ ଜଣେ ବିଦେଶ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଆତଙ୍କ ସୃଷ୍ଟି ହୋଇଛି। କିଭଳି ଏହି ମହାମାରୀ ଉପରେ କାବୁ ପାଇ ହେବ, ସେ ନେଇ ସରକାରୀସ୍ତରରେ ମାନସମନ୍ଥନ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି କମିସନରେଟ୍‌ ପୁଲିସ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲୋକଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି। ଆଜି […]

Social media & sharing icons powered by UltimatelySocial