ଭୁବନେଶ୍ବର : ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ସରିବ। ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା। କିନ୍ତୁ ଏହି କାର୍ଯ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଯ଼ଥା […]

କୋଲକାତା: କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। ବାସ୍ତବରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି। ଯେଉଁଥିରେ ଏନଏଚଆରସି (ଜାତୀୟ ମାନବାଧିକାର କମିଶନ) ଟିମକୁ ପଶ୍ଚିମବଙ୍ଗକୁ ଆସିବା ବନ୍ଦ କରିବାକୁ ଦାବି କରାଯାଇଥିଲା। ସୂଚନା ଥାଉ କି ଯେ ଜୁନ୍ ୧୮ ରେ ହାଇକୋର୍ଟ କହିଥିଲେ ଯେ ଏନଏଚଆରସିର ଏକ ଟିମ୍ ନିର୍ବାଚନ ଫଳାଫଳ ଘୋଷଣା ପରେ ହୋଇଥିବା ହିଂସା ଘଟଣାର […]

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ଶୁକ୍ରବାର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା କରାଯାଇଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ଅନ୍ୟ ନେତାମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ପ୍ରତୀକ ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ରାଜ୍ୟ ସରକାର […]

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ରୁଜୁ। କୋଲକାତାର ସଲ୍ଟ ଲେକ୍ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ହୋଇଥିବା ଚୁକ୍ତିନାମା ସହ ଜଡିତ ଦୁର୍ନୀତି ଅଭିଯୋଗରେ ସିବିଆଇ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ୍ ଟୁକିଙ୍କ ବିରୋଧରେ ଏକ ନୂତନ ଏତଲା ପଞ୍ଜିକରଣ କରିଛି। ଏନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ସିବିଆଇ ପ୍ରାଥମିକ ଅନୁସନ୍ଧାନ କରିବା ପରେ ଅଭିଯୋଗ କରିଛି ଯେ ଅରୁଣାଚଳ […]

ନୂଆଦିଲ୍ଲୀ: ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯତୀନ ପ୍ରସାଦ ଆଜି ‘ବିଜେପି’ରେ ଯୋଗ ଦେଇଛନ୍ତି। ‘ବିଜେପି’ରେ ଯୋଗ ଦେବା ପୂର୍ବରୁ ଆଜି ସକାଳେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ସାକ୍ଷାତ୍ କରିଥିଲେ। ପୂର୍ବରୁ ‘ବିଜେପି’ ସାସଂଦ ତଥା ମୁଖପାତ୍ର ଅନୀଲ ବଲୁନୀ ଟୁଇଟ କରିଥିଲେ ଯେ ଆଜି ଦିବା ୧ଟା ବେଳେ ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଦଳରେ ଯୋଗ […]

ଭୁବନେଶ୍ବର: ଟିକାକୁ ନେଇ ଜୋର ଧରିଲା ବିଜେଡି-ବିଜେପି କଳି। ଗତକାଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ ଡବ୍ଲୁଏଚଓର ଅନୁମୋଦନ ନଥିବାରୁ ବିଦେଶକୁ ଯାଇପାରୁନାହାନ୍ତି କୋଭାକ୍ସିନ ନେଇଥିବା ଓଡ଼ିଶାର ଛାତ୍ରଛାତ୍ରୀ। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ତେବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି। ସାଂସଦ ଜନବିରୋଧୀ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି […]

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ନୀତି ଆୟୋଗ ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅମର ପଟ୍ଟନାୟକ। ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ପଟ୍ଟନାୟକ। ସୂଚନାଯୋଗ୍ୟ, ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ […]

କୋଲକାତା: ଆଜି ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ଧନଖଡ଼ଙ୍କ କାର୍ଯ୍ୟକାଳ ପୂରିଗଲେ ଜନତାଙ୍କଦ୍ବାରା ଦାଏର ହୋଇଥିବା ଅଭିଯୋଗର ବିଚାର ହେବ ଓ ତାଙ୍କୁ ‘ପ୍ରେସିଡେନ୍‌ସି ଜେଲ୍‌’କୁ ପଠାଯିବ। ସମ୍ପ୍ରତି ‘ନାରଦା ଦୁର୍ନୀତି’ ମାମଲାରେ ଗିରଫ ହୋଇ ତୃଣମୂଳ କଂଗ୍ରେସର ୪ଜଣ ନେତା ‘ପ୍ରେସିଡେନ୍‌ସି ଜେଲ୍‌’ରେ ଅଛନ୍ତି। କଲ୍ୟାଣଙ୍କ ଏତାଦୃଶ କଥା ଶୁଣି ‘ହତଭମ୍ବ’ ହୋଇଯାଇଛନ୍ତି ବୋଲି ପଶ୍ଚିମବଙ୍ଗର ରାଜ୍ୟପାଳ […]

ଭୁବନେଶ୍ବର : ଗତବର୍ଷ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସ ପକ୍ଷରୁ ଘଣ୍ଟିକିଆ ଧାରଣା ଦିଆଯିବ। ଏଥିରେ ରାଜ୍ୟ ମହିଳା, ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ସାମିଲ ହେବେ। ଗତକାଲି ଏ ସମ୍ପର୍କରେ ଏକ ପ୍ରେସ୍‌ ବିବୃତି ଜାରି କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ। ହେଲେ ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ। ହେଲେ ଭବାନୀପୁରରୁ ବିଧାୟକ ଭାବେ ଜିତିଥିବା ଟିଏମସି ନେତା ଶୋଭନ ଦେବ ଆଜି ବିଧାୟକ ପଦରୁ ଇସ୍ତଫା ଦେବା ପରେ ମମତା ବାନାର୍ଜର ଭବାନୀପୁର ଆସନରୁ ପ୍ରାର୍ଥୀ […]

Social media & sharing icons powered by UltimatelySocial