କିବ୍ : ୟୁକ୍ରେନ ସହର ମାରିଓପୋଲରେ ଥିବା ୟୁକ୍ରେନୀୟ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ରୁଷ ପକ୍ଷରୁ ଦିଆଯାଇଥିବା ସମୟସୀମା ଶେଷ ହୋଇଯାଇଛି। ମାତ୍ର ୟୁକ୍ରେନୀୟ ସୈନ୍ୟମାନେ ଆତ୍ମସମର୍ପଣ କରିବାକୁ ମନା କରିବା ସହ ଜୀବନର ଶେଷ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ମାରିଓପୋଲର ଏକ ଷ୍ଟିଲ ପ୍ଲାଣ୍ଟ ପରିସରରେ ଲୁଚିଥିବା ୟୁକ୍ରେନୀୟ ସୈନ୍ୟମାନେ ଜୀବନର ଅନ୍ତିମ ସଂଗ୍ରାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ରୁଷ ସୈନ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ […]

କାବୁଲ: ଆଫଗାନିସ୍ତାନର ଖୋସ୍ତ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ ଘଟଣାକୁ ନେଇ ଖପ୍ପା ହୋଇଛି ତାଲିବାନ। ଆଫଗାନିସ୍ତାନର ଖୋସ୍ତ ଏବଂ କୁନାର ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ତାଲିବାନ ରବିବାର ଦିନ ପାକିସ୍ତାନକୁ ଚେତାବନୀ ଦେଇଛି। ତାଲିବାନ, ଆଫଗାନିସ୍ତାନର ଧୈର୍ଯ୍ୟ ପରୀକ୍ଷା ନକରିବାକୁ ପାକିସ୍ତାନକୁ କହିଛି। ଶୁକ୍ରବାର ରାତିରେ ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନ ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏହି ଆକ୍ରମଣରେ ୪୦ରୁ ଅଧିକ ସାଧାରଣ […]

ଇସଲାମାବାଦ: ନିର୍ଦ୍ୱନ୍ଦରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବଡ଼ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ସରକାରୀ କର୍ମଚାରୀଙ୍କ ବେତନ ଏବଂ ପେନ୍‌ସନ୍‌ରେ ୧୦ ପ୍ରତିଶତ ବୃଦ୍ଧି ସହ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ୨୫୦୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ଶେହବାଜ। ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ସେ ତାଙ୍କର ପ୍ରଥମ ଭାଷଣ ଦେବାବେଳେ ଏହି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ […]

ନ୍ୟୁୟର୍କ : ଜାତିସଂଘ ମାନବ ଅଧିକାର ପରିଷଦରୁ ରୁଷକୁ ବିଦା କରିବାକୁ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀ ବୈଠକ ଆରମ୍ଭ ହୋଇଛି। ଏହି ବୈଠକକୁ ଆମେରିକା ପକ୍ଷରୁ ଡକାଯାଇଥିଲା। ବୁଚା ଗଣହତ୍ୟା ପାଇଁ ଦାୟୀ କରି ରୁଷକୁ ମାନବ ଅଧିକାର ପରିଷଦରୁ ବାହାର କରିବାକୁ ଏହି ବୈଠକରେ ଭୋଟ ଗ୍ରହଣ କରାଯିବ। ଭାରତ ଏହି ଗଣହତ୍ୟାକୁ ପୂର୍ବରୁ ହିଁ ନିନ୍ଦା କରିବା ସହ ମୁକ୍ତ ତଦନ୍ତ ପାଇଁ ଦାବି […]

ଇସ୍‌ଲାମାବାଦ: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଜାତୀୟ ବିମାନ ବାହକ (ପିଆଇଏ) ଏହାର କ୍ୟାପଟେନ୍‌ ଏବଂ ପ୍ରଥମ ଅଧିକାରୀମାନଙ୍କୁ ଚଳିତ ପବିତ୍ର ରମଜାନ ମାସରେ ଉପବାସ ପାଳନ କରିବାକୁ ବାରଣ କରିଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସ (ପିଆଇଏ)ର ଆଦେଶ ଦୁଇ ବର୍ଷ ପୂର୍ବେ କରାଚିରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାର ପୃଷ୍ଠଭୂମିରେ ଆସିଛି ଯେଉଁଥିରେ କ୍ରୁ ସଦସ୍ୟଙ୍କ ସମେତ ପ୍ରାୟ ୧୦୦ ଯାତ୍ରୀଙ୍କ ମୃତ୍ୟୁ ଘଟଥିଲା। ସେହି ବିମାନର […]

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି। ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି ହୋଇଥିବାରୁ ରୁଷ ଏହି ନିଷ୍ପତ୍ତି ନେଇଛି। ରୁଷର ଉପ-ପ୍ରତିରକ୍ଷାମନ୍ତ୍ରୀ ଆଲେକ୍ସାଣ୍ଡାର ଫୋମିନ କହିଛନ୍ତି ଯେ ୟୁକ୍ରେନ ନିରପେକ୍ଷ ରହିବା ଓ ଅଣ-ଆଣବିକ […]

ନୂଆଦିଲ୍ଲୀ : ଉତ୍ତର କୋରିଆ ପକ୍ଷରୁ ଗତ କାଲି କରାଯାଇଥିବା ଅନ୍ତ୍ଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ସାରା ବିଶ୍ୱରେ ଚିନ୍ତା ପ୍ରକାଶ ପାଇଛି। ଆମେରିକା ସମେତ ଭାରତ ବି ଏହାକୁ ନେଇ ଚିନ୍ତା କରିଛି। ତେବେ ଏହି ପ୍ରସଙ୍ଗରେ ଭାରତ ପାକିସ୍ତାନ ନାଁ ନ ନେଇ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଜାତିସଂଘରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ ଭାରତ ଉତ୍ତରକୋରିଆ […]

ନୂଆଦିଲ୍ଲୀ: ୟୁକ୍ରେନର ରିଭନେରେ ଥିବା ଏକ ଟିିଭି ଟାୱାର ଉପରେ ରୁଷୀୟ ସୈନ୍ୟବାହିନୀର ଆକ୍ରମଣରେ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ୯ ଜଣ କ୍ଷତାକ୍ତ ହୋଇଥିବା ସୂଚନା ରହିଛି। ଗଭର୍ଣ୍ଣର ଭିଟାଲି କୋଭାଲ୍‌ କହିଛନ୍ତି, ‘ପୀଡ଼ିତ ଆହୁରି ବି ଥାଇପାରନ୍ତି। ଏହି ଆକ୍ରମଣ ୧୪ ତାରିଖ ରାତିରେ ହୋଇଛି। ଉଦ୍ଧାରୀକାର୍ଯ୍ୟ ଏବେ ବି ଜାରି ରହିଛି। ଉତ୍ତର-ପଶ୍ଚିମ ୟୁକ୍ରେନ୍‌ର ଆଞ୍ଚଳିକ ରାଜଧାନୀ […]

ନୂଆଦିଲ୍ଲୀ: ଘନ ଘନ କ୍ଷେପଣାସ୍ତ୍ର ମାଡ଼ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ(ଏମଇଏ) ନେଲା ବଡ଼ ନିଷ୍ପତ୍ତି। ଦୂତାବାସର କାମ ସୁରଖୁରୁରେ କରିବା ପାଇଁ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବରେ ପୋଲାଣ୍ଡକୁ ସ୍ଥାନାନ୍ତର କରାଯିବ ବୋଲି କହିଛି ଏମଇଏ। ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦେଇଥିବା ବିବୃତିରେ କୁହାଯାଇଛି ଯେ ଦେଶର ପଶ୍ଚିମ ଭାଗରେ ଆକ୍ରମଣ ବଢ଼ିବା ସହ ୟୁକ୍ରେନର ସୁରକ୍ଷା ଅବସ୍ଥା ଦ୍ରୁତଗତିରେ ଖରାପ […]

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ଏକ ଭୟାନକ ତଥ୍ୟ। ଋଷ ଗୁଳିଗୋଳା ଆଉ ବମରେ ଯୁଦ୍ଧ ନ କରି ଉଠାଇବ ବଡ ଅସ୍ତ୍ର। ୟୁକ୍ରେନ ଉପରେ ଖୁବ ଶୀଘ୍ର ଋଷ କେମିକାଲ ଆଟାକ କରିପାରେ ବୋଲି ଚେତାବନୀ ଦେଇଛି ଆମେରିକା। ହ୍ୱାଇଟ ହାଉସ ତରଫରୁ ଏକ ବୟାନ ଜାରି କରି ଏ ନେଇ ଆମେରିକା ସୂଚନା ଦେଇଛି। ବୋମା ପରିବର୍ତ୍ତେ ଏବେ ବାୟୋଲୋଜିକାଲ ଏବଂ କେମିକାଲକୁ ହତିଆର ବନେଇପାରେ […]

Social media & sharing icons powered by UltimatelySocial