ନ୍ୟୁୟର୍କ : ଜାତିସଂଘ ମାନବ ଅଧିକାର ପରିଷଦରୁ ରୁଷକୁ ବିଦା କରିବାକୁ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀ ବୈଠକ ଆରମ୍ଭ ହୋଇଛି। ଏହି ବୈଠକକୁ ଆମେରିକା ପକ୍ଷରୁ ଡକାଯାଇଥିଲା। ବୁଚା ଗଣହତ୍ୟା ପାଇଁ ଦାୟୀ କରି ରୁଷକୁ ମାନବ ଅଧିକାର ପରିଷଦରୁ ବାହାର କରିବାକୁ ଏହି ବୈଠକରେ ଭୋଟ ଗ୍ରହଣ କରାଯିବ। ଭାରତ ଏହି ଗଣହତ୍ୟାକୁ ପୂର୍ବରୁ ହିଁ ନିନ୍ଦା କରିବା ସହ ମୁକ୍ତ ତଦନ୍ତ ପାଇଁ ଦାବି କରିଛି। ଏହା ସତ୍ତ୍ବେ ଭୋଟିଂ ବେଳ ଭାରତ ଆଭିମୁଖ୍ୟ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ବୈଠକ ବେଳେ ଜାତିସଂଘରେ ୟୁକ୍ରେନର ପ୍ରତିନିଧି କହିଛନ୍ତି ୟୁଏନଏଚଆରସିରୁ ରୁଷକୁ ବାହାର କରିବା ଏକ ବିକଳ୍ପ ନୁହେଁ ବରଂ ଏକ କର୍ତ୍ତବ୍ୟ। ଅନ୍ୟପକ୍ଷରୁ ରୁଷ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ମାନବ ଅଧିକାର ପରିଷଦ ଢାଞ୍ଚାକୁ ନଷ୍ଠ କରିବାକୁ ପାଶ୍ଚାତ୍ୟ ଦେଶମାନଙ୍କର ଏହା ଏକ ଚକ୍ରାନ୍ତ। ପାଶ୍ଚାତ୍ୟ ଦେଶଙ୍କ ଷଡ଼ଯନ୍ତ୍ର ସତ୍ତ୍ବେ କିବ ସହ ଆଲୋଚନା ଜାରି ରହିବ। ସୂଚନାଯୋଗ୍ୟ ଯେ, ୟୁକ୍ରେନ ରାଜଧାନୀ କିବଠାରୁ ୩୭ କିଲୋମିଟର ଉତ୍ତର-ପୂର୍ବରେ ଥିବା ବୁଚା ସହରରେ ଏସବୁ ଗଣହତ୍ୟା ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଲୋକଙ୍କ ଶବ ଚିହ୍ନଟ ହୋଇଛି। ଅଧିକାଂଶ ଲୋକଙ୍କ ହାତଗୋଡ଼ ବାନ୍ଧି ଅତି ନିକଟରୁ ଗୁଳି କରାଯାଇଛି। ଏହି ଗଣହତ୍ୟା ସମଗ୍ର ବିଶ୍ବରେ ଚହଳ ପକାଇଦେଇଛି।
ବୁଚା ଗଣହତ୍ୟା ପ୍ରସଙ୍ଗରେ ଜାତିସଂଘର ଜରୁରୀ ଅଧିବେଶନ : ଭାରତର ଆଭିମୁଖ୍ୟ ଉପରେ ନଜର

Share Now: