ଲଦାଖ: ଦେଶପ୍ରେମ ସାମ୍ନାରେ ହାର ମାନିଲା ପ୍ରବଳ ଥଣ୍ଡା | ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଲଦାଖରେ ଆଜି ଯବାନମାନେ ତ୍ରିରଙ୍ଗା ଉଡ଼ାଇ ସାଧାରଣତନ୍ତ୍ର ଦିବସକୁ ଧୂମଧାମରେ ପାଳନ କରିଛନ୍ତି । ଦେଶବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଭାରତୀୟ ସେନାର ଯବାନ ମାନେ ୧୭ ହଜାର ଫୁଟ ଉଚ୍ଚରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ଯବାନମାନେ […]

ଭୁବନେଶ୍ୱର: ଦ୍ଵିତୀୟ ସନ୍ତାନ ଜନ୍ମ ହେବା ପରେ ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। ଡାକ୍ତର କହିଥିଲେ ଏବେ ଗର୍ଭଧାରଣର ଭୟ ନାହିଁ। ମାତ୍ର ଅସ୍ତ୍ରୋପଚାରର ବର୍ଷେ ନ ପୂରୁଣୁ ମହିଳାଜଣକ ୨ ମାସର ଗର୍ଭବତୀ ହୋଇଛନ୍ତି। ଏଭଳି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରର ଅଭିଯୋଗ ଆସିଛି କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ବିରୋଧରେ। ତେବେ କୌଣସି ପ୍ରକାରେ ଏହି ଘଟଣାକୁ ଚପାଇ ଦେବା ଲାଗି ସଂପୃକ୍ତ ମହିଳାଙ୍କୁ ଆସନ୍ତା ମଙ୍ଗଳବାର ଆସି ଡାକ୍ତରଙ୍କୁ ଭେଟିବା […]

ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ନିକଟରେ ପହଞ୍ଚିବ ଔଷଧ। କିଛି ଦିନ ପୂର୍ବରୁ ବାହାରୁ ଆୟୁର୍ବେଦିକ ଔଷଧ କିଣିବା ଲାଗି ଆୟୁଷ ନିର୍ଦେଶାଳୟ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏବେ ଗୋଟିଏ କମ୍ପାନି ପକ୍ଷରୁ ଔଷଧ ରାଜ୍ୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଔଷଧକୁ ରାଜ୍ୟର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସି‌କୁ ବିତରଣ କରାଯିବ। ଅପରପକ୍ଷରେ ଆୟୁଷ ନିର୍ଦ୍ଦେଶକ […]

ଭୁବନେଶ୍ୱର:ଖଣ୍ଡଗିରି ମାଘ ସପ୍ତମୀ ମେଳା ଏଥର ପ୍ରଶାସନର ଚିନ୍ତା ବଢ଼ାଇବ। ଖଣ୍ଡଗିରି ଛକରେ ନିର୍ମାଣାଧୀନ ଓଭରବ୍ରିଜ୍‌ ଭିଡ଼ ନିୟନ୍ତ୍ରଣରେ ବାଧକ ସାଜିବ। ଫେବ୍ରୁଆରି ୧ରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବା ବେଳେ ୧୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ମଞ୍ଚସ୍ଥ ହେବ। ଫଳରେ ଏଇ ୧୬ ଦିନ ଟ୍ରାଫିକ୍‌ ନିୟନ୍ତ୍ରଣ ପୁଲିସ୍‌ ପାଇଁ ଆହ୍ୱାନ ପାଲଟିବ। ଡୁମଡୁମା ଛକରୁ ଖଣ୍ଡଗିରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଜାତୀୟ ରାଜପଥର ମଧ୍ୟଭାଗ ଓଭରବ୍ରିଜ୍‌ ପାଇଁ […]

ଭୁବନେଶ୍ୱର:ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ସ୍ବପ୍ନ ଦେଖୁଛନ୍ତି, ତାହାକୁ ଆଜି ଏକ ବଡ଼ ଝଟ୍‌କା ଲାଗିଛି। ୮୭‌ କୋଟି ଟଙ୍କା ବିନମୟରେ ବିମାନବନ୍ଦରର ଟର୍ମିନାଲ୍‌ ୧ ଓ ୨କୁ ସଂଯୋଗ କରିବା ପାଇଁ ନିର୍ମାଣ ହେଉଥିବା ସେତୁ ଆଜି ଭୁଶୁଡ଼ି ପଡ଼ିଛି। ଫଳରେ ବିଶ୍ୱସ୍ତରୀୟ ସ୍ଵପ୍ନ ଆଶା ଆଶଙ୍କାକୁ ଠେଲି ହୋଇଯାଇଛି। ବିମାନବନ୍ଦରର ଟର୍ମିନାଲ୍‌ ୧ରେ ଅନ୍ତର୍ଜାତୀୟସ୍ତରର ସୁବିଧା […]

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ନିଖୋଜ ବିହାରୀ ଶିଶୁପୁତ୍ର ଉଦ୍ଧାର ହେବା ପରେ ଖାରବେଳନଗର ଥାନା ପୁଲିସ ଆଜି ଅପହର୍ତ୍ତାକୁ ଗୋଳନ୍ଥରାରୁ ଗିରଫ କରିଛି। ସେ ହେଲେ, ଜିତା ପାଲ୍‌। ଘର ଗଂଜାମ ଜିଲ୍ଲା ଗୋଳନ୍ଥରା ଗ୍ରାମରେ। ଗୋଳନ୍ଥରା ପୁଲିସ ଗତକାଲି ଅପହର୍ତ୍ତା ମହିଳାଙ୍କୁ ଥାନାରେ ଅଟକ ରଖିଥିଲା। ଖାରବେଳନଗର ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଆଜି ତାଙ୍କୁ ସେଠାରୁ ଗିରଫ କରି ଭୁବନେଶ୍ୱର ଆଣିବା ପରେ କୋର୍ଟଚାଲାଣ […]

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅଧା ଷ୍ଟାଫ୍ ନର୍ସ ପଦବି ଖାଲି ପଡ଼ିଛି। ୫୫୭ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଅଛନ୍ତି ମାତ୍ର ୮୨ଜଣ ଷ୍ଟାଫ୍ ନର୍ସ। ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ଏକ ଉନ୍ନତମାନର ହସ୍ପିଟାଲରେ ପରିଣତ କରିବା ପାଇଁ ଯୋଜନା କରୁଛନ୍ତି। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ କ୍ୟାପିଟାଲ ହସ୍ପିଟାଲରେ ‘ମୋ ସରକାର’ ଯୋଜନା ଆରମ୍ଭ ହୋଇଛି। ଗୋଟିଏ ପରେ ଗୋଟିଏ ନୂଆ ବିଭାଗ ହସ୍ପିଟାଲରେ ଖୋଲା ଯାଉଛି। ମାତ୍ର ଷ୍ଟାଫ୍ ନର୍ସ […]

ଜୟଦେବ ବିହାର-ନନ୍ଦନକାନନ ରାସ୍ତା ୫୮ଜଣ କୁକୁର କାମୁଡ଼ାର ଶିକାର, ଷଣ୍ଢ ଆକ୍ରମଣରେ ୩ ଆହତ ଚନ୍ଦ୍ର‌ଶେଖରପୁର: ରାତିରେ କୁକୁରଙ୍କ ଉତ୍ପାତ। ଆଉ ଦିନରେ ରାସ୍ତା ଉପରେ ମାଳ ମାଳ ଗାଈଗୋରୁ। ସ୍ଥିତି ଏମିତି ହେଲାଣି ଯେ ଏମାନଙ୍କ ଦାଉରୁ କେତେବେଳେ ଯେ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଜୀବନ ଚାଲିଯିବ, ତାହା କହିବା ମୁସ୍କିଲ୍‌। ଆଉ କୌଣସି ରାସ୍ତା କଥା କହୁନୁ, ବରଂ ରାଜଧାନୀର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିବା ଜୟଦେବ […]

ଭୁବନେଶ୍ୱର: ସ୍ଥାନ ଲୋୟର ପିଏମ୍‌ଜି। ସମୟ ଅପରାହ୍‌ଣ ୧୨ଟା ୧୫। ବିଧାନସଭା ଚାଲିବା ସମୟର ଗହଳିଚହଳି ନାହିଁ। ରାସ୍ତା ଫାଙ୍କା। ଜଣେ ଯୁବକ, ଜଣେ ମହିଳା ଓ ଗୋଟିଏ ଶିଶୁପୁତ୍ର ଯାଉଥିଲେ ଚାଲି ଚାଲି। ଲାଗୁଥିଲା ଗୋଟିଏ ପରିବାର ଭଳି। ହଠାତ୍‌ ମହିଳାଜଣଙ୍କ ଉପରେ ପଡ଼ିଲା ମାଡ଼। ପୁରୁଷଜଣଙ୍କ ମହିଳାଙ୍କ ଚୁଟିକୁ ଧରି ପିଠିରେ ବିଧା ଅଣ୍ଟାକୁ ଗୋଇଠା ମାରୁଥାନ୍ତି। ମହିଳା ଜଣକ ପଡ଼ି ଯାଉଥାନ୍ତି, ପୁଣି ଉଠୁଥାନ୍ତି ଆଉ […]

ଭୁବନେଶ୍ୱର : ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହେବ। ଏହାର ଶୃଙ୍ଖଳିତ ପରିଚାଳନା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍‌ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି। ୨୨ ତାରିଖ‌ ଅପରାହ୍‌ଣ ସାଢ଼େ ୨ଟାରୁ ୫ଟା ଓ ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ଏହି ସମୟରେ ମଧ୍ୟ ଜାରି ହୋଇଥିବା କଟକଣା ବଳବତ୍ତର ରହିବ। ଧାର୍ଯ୍ୟ ଜାଗାରେ […]

Social media & sharing icons powered by UltimatelySocial