ଚିନ୍ତା ବଢ଼େଇବ ଖଣ୍ଡଗିରି ମେଳା:ଭିଡ଼ ନିୟନ୍ତ୍ରଣରେ ବାଧକ ସାଜିବ ଖଣ୍ଡଗିରି ଛକ

ଭୁବନେଶ୍ୱର:ଖଣ୍ଡଗିରି ମାଘ ସପ୍ତମୀ ମେଳା ଏଥର ପ୍ରଶାସନର ଚିନ୍ତା ବଢ଼ାଇବ। ଖଣ୍ଡଗିରି ଛକରେ ନିର୍ମାଣାଧୀନ ଓଭରବ୍ରିଜ୍‌ ଭିଡ଼ ନିୟନ୍ତ୍ରଣରେ ବାଧକ ସାଜିବ। ଫେବ୍ରୁଆରି ୧ରୁ ଖଣ୍ଡଗିରି ମେଳା ଆରମ୍ଭ ହେଉଥିବା ବେଳେ ୧୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ମଞ୍ଚସ୍ଥ ହେବ। ଫଳରେ ଏଇ ୧୬ ଦିନ ଟ୍ରାଫିକ୍‌ ନିୟନ୍ତ୍ରଣ ପୁଲିସ୍‌ ପାଇଁ ଆହ୍ୱାନ ପାଲଟିବ। ଡୁମଡୁମା ଛକରୁ ଖଣ୍ଡଗିରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଜାତୀୟ ରାଜପଥର ମଧ୍ୟଭାଗ ଓଭରବ୍ରିଜ୍‌ ପାଇଁ ଘେରାଇ ଦିଆଯାଇଥିବାରୁ ସର୍ଭିସ୍‌ ରୋଡ୍‌ ହିଁ ଏବେ ଜାତୀୟ ରାଜପଥ ପାଲଟିଛି। ତେଣୁ ଗାଡ଼ି ମୋଟର ଯା’ଆସଠୁ ନେଇ ପାର୍କିଂ କ୍ଷେତ୍ରରେ ସମସ୍ୟା ସାମ୍ନା କରିବାକୁ ପଡ଼ିବ। ତେବେ ପରମ୍ପରା ଓ ଐତିହ୍ୟକୁ ବଜାୟ ରଖି ଯେଭଳି ଶାନ୍ତି ଶୃଙ୍ଖଳାରେ ଏହି ବୃହତ୍‌ ମେଳାକୁ ଆୟୋଜନ କରାଯିବ, ସେନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ମାନସ ମନ୍ଥନ ଆରମ୍ଭ ହୋଇଛି। ଆସନ୍ତାକାଲିଠୁ ଖଣ୍ଡଗିରି ଛକରୁ ଜୟଦେବ ବାଟିକା ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ। ମେଳା ସ୍ଥଳରେ ଥିବା ଖାଲଖମାର ମରାମତି କରାଯିବ। ଦୋକାନ ପାଇଁ ଜାଗା ଓ ପାର୍କିଂ ଜାଗା ଚିହ୍ନଟ କରାଯିବ। ଟ୍ୟୁବ୍‌ୱେଲ୍‌ଗୁଡ଼ିକ ଅଚଳ ହୋଇ ପଡ଼ିଥିବାରୁ ସେଗୁଡ଼ିକର ମରାମତି କରାଯିବ। ଅସ୍ଥାୟୀ ପାଇଖାନା ଓ ଶୌଚାଳୟର ବ୍ୟବସ୍ଥା ହେବ। ପାନୀୟ ଜଳର ସ୍ୱତନ୍ତ୍ର ସୁବିଧା କରାଯିବ ବୋଲି ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଡାକ୍ତରଖାନାରେ ମିଳିବ ଆୟୁର୍ବେଦିକ ଔଷଧ, କୋଟି କୋଟି ଟଙ୍କାର ଔଷଧ ବିତରଣକୁ ନେଇ ଚିନ୍ତାରେ ଆୟୁଷ ନିର୍ଦ୍ଦେଶାଳୟ

Sun Jan 26 , 2020
ଭୁବନେଶ୍ୱର: ଦୀର୍ଘ ୮ ବର୍ଷ ପରେ ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ନିକଟରେ ପହଞ୍ଚିବ ଔଷଧ। କିଛି ଦିନ ପୂର୍ବରୁ ବାହାରୁ ଆୟୁର୍ବେଦିକ ଔଷଧ କିଣିବା ଲାଗି ଆୟୁଷ ନିର୍ଦେଶାଳୟ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏବେ ଗୋଟିଏ କମ୍ପାନି ପକ୍ଷରୁ ଔଷଧ ରାଜ୍ୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଔଷଧକୁ ରାଜ୍ୟର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସି‌କୁ ବିତରଣ କରାଯିବ। ଅପରପକ୍ଷରେ ଆୟୁଷ ନିର୍ଦ୍ଦେଶକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial