ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସଭାପତି ଅମିତ ଶାହ ବିଜେଡିକୁ ଓପାଡ଼ି ଫିଙ୍ଗିଦେବା ଲାଗି ପ୍ରତି ସଭାରେ ଗର୍ଜନ କରୁଥିଲେ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ କେନ୍ଦ୍ରରେ ବିଜେପି କ୍ଷମତାକୁ ଫେରିବ, ଏ ନେଇ ବାରମ୍ବାର ସନ୍ଦେହ ପ୍ରକଟ କରି କଟାକ୍ଷ କରିଥିଲେ। ନିର୍ବାଚନ ପରେ ରାଜନୀତି ଦୃଶ୍ୟପଟ୍ଟ ବଦଳିଯାଇଛି। ଉଭୟ ଏମିତି ବନ୍ଧୁତାରେ ଆବଦ୍ଧ ହୋଇଛନ୍ତି ଯେ ବିଜେଡି ନିଜର ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ […]

ଖଣ୍ଡଗିରି : ଭରତପୁର ନିକଟ ଜିଏ ପ୍ଲଟିଂ କଲୋନି ପଡ଼ିଆକୁ ଆବର୍ଜନାବୁହା ଗାଡ଼ି କବ୍‌ଜା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଆବର୍ଜନା ଗାଡ଼ିଗୁଡ଼ିକର ଅସ୍ଥାୟୀ ଟର୍ମିନାଲ୍‌କୁ ହଟାଇବା ପାଇଁ ସ୍ଥାନୀୟ ଲୋକେ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକଙ୍କୁ ଗୁହାରି କରିବା ପରେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ଏହି ଜନଅସନ୍ତୋଷ ଏବେ ବଢ଼ିବା‌ରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସା‌ରେ, ଏହି ପଡ଼ିଆରେ […]

ମଶାଙ୍କ ସାନ୍ଦ୍ରତା ସର୍ଭେ ହେଉନି, ଟିଫା ମେସିନ୍‌ ବୁଲୁଛି, ତେଲ ବି ସ୍ପ୍ରେ’ ହେଉଛି ଭୁବନେଶ୍ୱର : ଚିଡ଼ିଆଖାନାରେ ଲୋକମାନେ ଖୁଆଡ଼ ପାଖରେ ଛିଡ଼ା ହୋଇ ଯେମିତି ପାଟି କରି ବାଘକୁ ଦେଖନ୍ତି ଏବେ ସେମିତି ମଶାମାନେ ମଶାରି ବାହାରେ ଭଁ ଭଁ ହୋଇ ଲୋକଙ୍କୁ ଦେଖୁଛନ୍ତି। ଚିଡ଼ିଆଖାନାରେ ଲୋକ ଖୁଆଡ଼ ଭିତରକୁ ପଶିବାକୁ ଚାହାନ୍ତିନି, କିନ୍ତୁ ମଶାରି ବାହାରେ ଥିବା‌ ମଶା କେମିତି ଭିତରକୁ ପଶିବ ସେ ବାଟ […]

ଭୁବନେଶ୍ୱର : ‘୫-ଟି’ରେ ସାମିଲ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ରାଜଧାନୀର କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ମାତ୍ର ଏହା କେତେ ଦୂର ଫଳପ୍ରଦ ହୋଇଛି, ତାହା ଜଳଜଳ ଦେଖାଯାଉଛି। ଖୋଦ୍‌ ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନଥିବା ବେଳେ ଉପାନ୍ତ ଅଞ୍ଚଳରେ ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟସେବା ମିଳୁଛି, ତାହା ସ୍ପଷ୍ଟ ଅନୁମେୟ। ଏନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ […]

ଜନ୍ମଦିନରେ ରକ୍ତର ଜବାବ୍ ରକ୍ତରେ ଖଣ୍ଡଗିରି: ମଙ୍ଗଳବାର ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟା ବେଳେ ଯାଁଳା ଫାଣ୍ଡି ଅଧୀନ ମଦନପୁରସ୍ଥିତ ନିସ୍‌ କଲେଜର ଜଣେ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଛାତ୍ରଜଣକ ହେଲେ, ସୁନ୍ଦରପଦା ଗାଁର ବିଜୟ ଗଜେନ୍ଦ୍ରଙ୍କ ପୁଅ ଜଗଜିତ୍‌(୧୯)। ସେ ନିସ୍ କଲେଜରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଦ୍ଵିତୀୟ ବାର୍ଷର ଛାତ୍ର। ପ୍ରାୟ ୧୫ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା […]

ବିଲ୍ ସଂଖ୍ୟାଲଘୁ ବିରୋଧୀ ନୁହେଁ: ଅମିତ ଶାହ,ବିଲ୍‌ର କପି ଚିରିଲେ ଅୱେସି, ବିଲ୍‌କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ବିରୋଧ ଆଦିଲ୍ଲୀ :‌ ଲୋକସଭାରେ ଆଜି ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଛି। ଆଜି ଦିନରେ ଆଗତ ହୋଇଥିବା ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଅନୁମୋଦନ ଲାଭ କରିଛି। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର […]

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ଅସନ୍ତୋଷ ଦେଖା ଦେବାପରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ବନ୍ଦ କରାଯାଇଥିବା ଜଣାଯାଇଛି । ମନ୍ଦିରର ପ୍ରଶାସକଙ୍କ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ। ଏଥିରେ ଦୋକାନ ହରାଇଥିବା ବ୍ୟବସାୟୀମାନେ ନିଜର ମତ ରଖିପାରିବେ ଏବଂ ସେଥିରେ ଥଇଥାନ ନେଇ ନିଷ୍ପତ୍ତି କରାଯିବ । ସୂଚନାଯୋଗ୍ୟ, ଆଗେ ଥଇଥାନ […]

ଭୁବନେଶ୍ୱର: ଡିସେମ୍ବର ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ | ଅର୍ଥାତ ନୂଆ ବର୍ଷରେ ପିଆଜ ଦର କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି | ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି । ୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦେଶରେ ଦୈନିକ ଆବଶ୍ୟକ । ୧ […]

ଭୁବନେଶ୍ୱର: ୧୩ ବର୍ଷ ହେଲା କେହି କାହାକୁ ଭେଟି ନଥିଲେ। ପରସ୍ପର ସହ କଥା ବି ହୋଇ ନଥିଲେ। ଆଉ କେବେ ଦେଖା ହେବ କି ନ ହେବ, ସେନେଇ ଆଶା ଆଶଙ୍କାରେ ଦିନ କାଟୁଥିଲେ। ତେବେ ଭିଡ଼ ଭିତରେ ଧଳା ପଗଡ଼ିଟିଏ ଚିହ୍ନାଇଦେଲା ପୁରୁଣା ବନ୍ଧୁଙ୍କୁ। ଆଉ ଶେଷରେ ଯାହା ହେଲା, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତଙ୍କ ମୁହଁରୁ ଭାସି ଆସିଥିଲା ଗୋଟିଏ କଥା ‘ବନ୍ଧୁ […]

ଅବସ୍ଥା ସଂକଟାପନ୍ନ, ଆଇସିୟୁରେ ଭର୍ତ୍ତି, ଅଭିଭାବକମହଲରେ ତୀବ୍ର ପ୍ରତିକ୍ରିୟା, ଆଜି ସ୍କୁଲ୍ ଡିସି କାର୍ଯ୍ୟାଳୟ ଘେରାଉ ଚନ୍ଦ୍ରଶେଖରପୁର : ବିନା କାରଣରେ ସର୍ବ ସମ୍ମୁଖରେ ପିଇଟି ଶିକ୍ଷୟିତ୍ରୀଙ୍କଠାରୁ ମାଡ଼ ଖାଇଥିବା ଜଣେ ଛାତ୍ରୀ ଆଜି ସ୍କୁଲର ୩ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଞ୍ଚେଶ୍ୱରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ପରିସରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ […]

Social media & sharing icons powered by UltimatelySocial