ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା : ରିପୋର୍ଟ ଦେଲା ରାଜ୍ୟ ସରକାରଙ୍କ ତିନି ଜଣିଆ କମିଟି ନୂଆଦିଲ୍ଲୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଭିତରେ ଓ ବାହାରେ ଧାଡ଼ି ବ୍ୟବସ୍ଥା କରିହେବ। ଲୋକମାନେ ବର୍ତ୍ତମାନ ପରି ମାଗଣା ଦର୍ଶନ କରିପାରିବେ। କିନ୍ତୁ ଟିକେଟ୍‌ ବ୍ୟବସ୍ଥା ବି ରହିବ। ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ଦର୍ଶନ ପାଇଁ ଟିକେଟ୍‌ ନିର୍ଦ୍ଧାରଣ କରାଯିବ। ଟିକେଟ୍‌ କରିଥିବା ଲୋକଙ୍କୁ ଅଲଗା ଧାଡ଼ିରେ […]

ବାରଙ୍ଗ: ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ମୁଣ୍ଡଳି ଗାଁରେ ପଥର କାନ୍ଥ ପଡ଼ି ଉଷାରାଣୀ ବେହେରାଙ୍କର ୨୪ଟି ଛେଳି ମରିଯାଇଛନ୍ତି। ୧୦ ଛେଳି ଚିକିତ୍ସାଧୀନ ଅଛନ୍ତି। ହଠାତ୍‌ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଉକ୍ତ ଘରେ ଉଷାରାଣୀ ୫୦ଟି ଛେଳି ବାନ୍ଧିଥିଲେ। ମୁଣ୍ଡଳି ସରପଞ୍ଚ ଶ୍ରୀକାନ୍ତ ଜେନା ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଜଣଙ୍କ ବିଧବା ଓ […]

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସ୍ଥାନରେ ଖାଲି ପଡ଼ିଥିବା ସରକାରୀ ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ରୂପ ନେବାକୁ ଯାଉଛି। ଯଦିଓ ବିଡିଏ ପକ୍ଷରୁ ୧୦ଟି ସ୍ଥାନରେ ହୋଟେଲ ନିର୍ମାଣ ପାଇଁ ଜମିର ଇ-ନିଲାମ ଡକାଯାଇଥିଲା। ଏଥିରୁ ୫ଟି ଜମିରେ ହୋଟେଲ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସର୍ବାଧିକ ମୂଲ୍ୟ ଡାକିଥିବା ସଂସ୍ଥାଗୁଡ଼ିକୁ ଖୁବ୍‌ ଶୀଘ୍ର ଜମି ହସ୍ତାନ୍ତର କରିବାକୁ […]

ଭୁବନେଶ୍ୱର: କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁଁ ସେପ୍ଟେମ୍ବର ୧୦ (ସୋମବାର) ଓଡ଼ିଶାର ସମସ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। […]

ଭୁବନେଶ୍ୱର: ବିଦ୍ୟୁତ କାଟ ହେଲେ ସଂପୂର୍ଣ୍ଣ ଏମ୍‌ସକୁ ନିରନ୍ତର ଆଲୋକ ଯୋଗାଇ ପାଇଁ ୨୨ଶହ କେଭି ଏମ୍ପିୟର୍‌ର ଏକ ୟୁପିଏସ୍‌ ଅଣାଯାଇଥିଲା। ଏହା ଭିତରେ ୩ବର୍ଷ ବିତି ଗଲାଣି, ୟୁପିଏସ୍‌ଟି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ମାତ୍ର ଏବେ ଅସ୍ତ୍ରୋପଚାର ଗୃହ ବା ଓଟି ପାଇଁ ଆଉ ଏକ ୟୁପିଏସ୍‌ କିଣିବା ପାଇଁ ଯୋଜନା ହୋଇଛି। ତେବେ ପୂର୍ବରୁ କିଣା ହୋଇଥିବା ଦାମୀ ୟୁପିଏସ୍‌ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି ସେଥିପାଇଁ ଏମ୍‌ସ […]

ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୋରଡ଼ା ବ୍ଲକ୍‌ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ଦଳର ଶତାଧିକ କର୍ମୀ ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସଙ୍କ ନେତୃତ୍ୱରେ ବନ୍ଦରେ ସାମିଲ ହୋଇଥିଲେ। ତେବେ ବନ୍ଦ ପାଳନ ବେଳେ ବିଜେପି କର୍ମୀଙ୍କ ସହ ଏକ ଘରୋଇ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷଙ୍କ ମତାନ୍ତରକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। କଲେଜ ପିଲାଙ୍କ […]

ଜାତୀୟ ରାଜପଥ ଅବରୋଧ, ମୁଖ୍ୟ ଅଭିଯୁକ୍ତ ଗିରଫ ଧଉଳି: ପେଟ୍ରୋଲ୍‌ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡି ପକ୍ଷରୁ ଚାଲିଥିବା ବିକ୍ଷୋଭ ସଭାରେ ଗୁଳି ଫୁଟିଛି। ଧଉଳି ଥାନା ଅଧୀନରେ ଥିବା ଦୁଇଟି ପେଟ୍ରୋଲ୍‌ ଟାଙ୍କିରେ ଆଜି ପୂର୍ବାହ୍ଣରେ ଏହି ବିକ୍ଷୋଭ ସଭା ଚାଲୁଥିଲା। ଗୁଳିକାଣ୍ଡରୁ ଶିଶୁପାଳଗଡ଼ ଅଞ୍ଚଳର ବିଜେଡି ନେତା ରବୀନ୍ଦ୍ର ପାତ୍ର ଓ କିଛି କର୍ମୀ ବର୍ତି ଯାଇଛନ୍ତି। ଘଟଣାରେ ପୁଲିସ ନୂଆଗାଁର ଚିନ୍ମୟ […]

ଜୟପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ଜଣେ ତଫସିଲଭୁକ୍ତ ଜାତିର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। lତବେ ଗତକାଲି ରାତିରେ ଉଭୟ ଗାଁ ସ୍କୁଲରେ ମିଳିତ ହେଉଥିବାର ଖବର ପାଇ ଯୁବତୀଙ୍କ ପରିବାର ଆସି ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ।। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀଙ୍କ ପରିବାର ତରଫରୁ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଯୁବତୀଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ […]

ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାସ୍ତାରେ ଘଳିଆ ସୃଷ୍ଟି ହୋଇ ଆଜି ଏକ ଅଘଟଣ ଘଟିଛି। ନିକୋ ପାର୍କ ରାସ୍ତା ସୁନାଦେଈ ମନ୍ଦିର ନିକଟରେ ରାସ୍ତା ୫ଫୁଟ ଧସିଯାଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଏକ କାର୍‌ ସେଇ ରାସ୍ତା ବାଟ ଦେଇ ଅତିକ୍ରମ କରିବା ବେଳେ ରାସ୍ତା ଧସି ଯାଇଥିଲା। ସୌଭାଗ୍ୟବଶତଃ ସେହି ନିର୍ଦିଷ୍ଟ ସମୟରେ କେହି ରାସ୍ତାରେ ଯାଉ ନଥିବାରୁ ବଡ଼ ଦୁର୍ଘଟଣା ଘଟି ନଥିଲା। […]

ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଲୋମଶ ବାଳକ କାହ୍ନାକୁ ଆଜି ଡିସଚାର୍ଜ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ତାକୁ ଆଇସିୟୁରେ ରଖା ଯାଇଥିଲା। ତା’ପରେ ଗତ ୨୩ ତାରିଖରୁ ତାକୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଅଣା ଯାଇଥିଲା। ସେଠାରେ ପ୍ରାୟ ୨ସପ୍ତାହ ରହିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି କାହ୍ନା ମେଡିକାଲରୁ ଘରକୁ ଫେରିଛି। ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ କାହ୍ନା […]

Social media & sharing icons powered by UltimatelySocial