ଓଡ଼ିଶା ସରକାରଙ୍କ ଘୋଷଣା: ଭାରତ ବନ୍ଦ ଯୋଗୁଁ ସୋମବାର ଛୁଟି ରହିବ ସମସ୍ତ ସ୍କୁଲ

ଭୁବନେଶ୍ୱର: କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁଁ ସେପ୍ଟେମ୍ବର ୧୦ (ସୋମବାର) ଓଡ଼ିଶାର ସମସ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। କଂଗ୍ରେସ ଗୁରୁବାର କହିଛି କ୍ରମାଗତ ଭାବରେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଜନତା ଅତିରିକ୍ତ ଖର୍ଚ୍ଚାନ୍ତ ହେଉଛନ୍ତି। କ୍ରମାଗତ ଭାବରେ ପେଟ୍ରୋଲ ଦର ବଢୁଥିବାରୁ ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ମୋଦି ସରକାରକୁ ଜାଗ୍ରତ କରିବା ପାଇଁ ଓ ଦେଶର ଲୋକଙ୍କ ମନରେ ଆକ୍ରୋଶ ଭାବନା ସୃଷ୍ଟି କରିବାକୁ ପାର୍ଟି ପକ୍ଷରୁ ସେପ୍ଟେମ୍ବର ୧୦ରେ ଭାରତ ବନ୍ଦ ଆହ୍ଵାନ ଦିଆଯାଉଛି। ଏହି ଭାରତ ବନ୍ଦ ସକାଳ ୯ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ଦ୍ୱାରା ଦେଶର କୋଟି କୋଟି ଜନତା ପ୍ରଭାବିତ ହେବେ।

Share Now:

Kalinga News Beuro

Leave a Reply

Next Post

ତାରକା ହୋଟେଲ ଯୋଜନାକୁ ବାଟ ଫିଟିଲା

Sun Sep 9 , 2018
ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ସ୍ଥାନରେ ଖାଲି ପଡ଼ିଥିବା ସରକାରୀ ଜମିରେ ତାରକା ହୋଟେଲ ନିର୍ମାଣ ପାଇଁ ବିଡିଏ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ରୂପ ନେବାକୁ ଯାଉଛି। ଯଦିଓ ବିଡିଏ ପକ୍ଷରୁ ୧୦ଟି ସ୍ଥାନରେ ହୋଟେଲ ନିର୍ମାଣ ପାଇଁ ଜମିର ଇ-ନିଲାମ ଡକାଯାଇଥିଲା। ଏଥିରୁ ୫ଟି ଜମିରେ ହୋଟେଲ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ସର୍ବାଧିକ ମୂଲ୍ୟ ଡାକିଥିବା ସଂସ୍ଥାଗୁଡ଼ିକୁ ଖୁବ୍‌ ଶୀଘ୍ର ଜମି ହସ୍ତାନ୍ତର କରିବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial