କଟକ: ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିଲେ ବି କଟକର ଅନ୍ୟତମ ପରିଚୟ ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀ ପୀଠ ପ୍ରତି ଅବହେଳାକୁ ନେଇ ବିଭିନ୍ନ ମହଲରେ ସ୍ୱର ଉଠୁଛି। କଟକ ଚଣ୍ତୀଙ୍କ ପୀଠର ବିକାଶ ପାଇଁ ଏଯାଏ ଆବଶ୍ୟକ ସର୍ବନିମ୍ନ ପଦକ୍ଷେପ ବି ନେଇ ନାହାନ୍ତି। […]

ପୁରୀ: ପୁରୀର ବିକାଶ ହେଉଛି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ସୁନ୍ଦର ଦିଶୁଛି। ସିଂହଦ୍ୱାର ଯିଏ ଦେଖୁଛି ବାହାରେ ବାଃ କହୁଛି। ହେଲେ ପୁରୀ ଆଗ ଭଳି ଆଉ ଗରିବଙ୍କୁ ସୁହାଉ ନାହିଁ। ପୁରୀ ବଡ଼ବଡ଼ିଆଙ୍କ ସହର ହୋଇଯାଇଛି। ଯେତେ ସୁବିଧା ହେଉଛି, ଗରିବଙ୍କ ପାଇଁ ସେତେ ଅପହଞ୍ଚ ହେଉଛି। ଭିଡ଼ ଭିତରେ ଗରିବଙ୍କ ମୁଣ୍ଡ ଗୁଞ୍ଜିବାକୁ ବେଡ୍‌ଟିଏ ମିଳୁନି। ପୁରୀରେ ହୋଟେଲରେ ରହି ପାରୁନଥିବା ଭକ୍ତଙ୍କ ପାଇଁ ସେଭଳି କିଛି […]

ଭୁବନେଶ୍ୱର: ଆଜି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଶାମ୍ବ ଦଶମୀକୁ […]

ଭୁବନେଶ୍ୱର : ‘‘ସେଦିନ ଥିଲା ୨୦୧୬ ମସିହା ଜାନୁଆରି ପହିଲା। ସବୁ ବର୍ଷ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ। ପଛରେ ମୁଁ ବସିଥିଲି। ଗୋଟିଏ କି ଦୁଇଟି ଜାଗାରେ ମୁଖ୍ୟମନ୍ତ୍ରୀ ହୋର୍ଡିଂରେ ଲାଗିଥିବା ମହାପ୍ରଭୁଙ୍କ ଫଟୋକୁ ନମସ୍କାର କରୁଥିବା ପୂର୍ବରୁ ମୁଁ ଦେଖିଥିଲି। ଭାବୁଥିଲି, ବୋଧହୁଏ ମହାପ୍ରଭୁଙ୍କ ଉପରେ ଆଖି ପଡିଯାଇଥିବ, ଏଣୁ ମୁଖ୍ୟମନ୍ତ୍ରୀ ପ୍ରଣାମ କରୁଛନ୍ତି। କିନ୍ତୁ […]

ଭୁବନେଶ୍ୱର: ମହାପୁରୁଷଙ୍କୁ ସମ୍ମାନ ଦେବାରେ ଆମର ଆଡ଼ମ୍ବର କମ୍‌ ନୁହଁ। ମାତ୍ର ଏହି ସମ୍ମାନକୁ ବଜାୟ ରଖିବାରେ ଆମ ପ୍ରଶାସନ କେତେ ସଜାଗ ତାହା ଜଳଜଳ ହୋଇ ବିଭିନ୍ନ ପ୍ରତିମୂର୍ତି ସ୍ଥଳର ସ୍ଥିତିରୁ ବୁଝା ପଡ଼ିଯାଉଛି। ଜନ୍ମଦିନ କିମ୍ବା ତିରୋଧାନ ଦିବସ ଆସିଲେ ସରକାରଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଫୁଲ ମାଳ ପିନ୍ଧାଇବାକୁ ପ୍ରତିଯୋଗିତା କରନ୍ତି। ମାତ୍ର ଦିନ ସରିଗଲେ, ମାନସିକତା ବଦଳିଯାଏ। ଦିନକ ପରେ ରାଜଭବନ ଛକସ୍ଥିତ ବିପ୍ଳବୀ […]

ଅମୃତସର: ଦେଶ ବିଭାଜନ ପରଠାରୁ ବନ୍ଦ ରହିଥିବା ଆଉ ଏକ ହିନ୍ଦୁ ମନ୍ଦିରକୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଜାନୁଆରି ମାସରେ ଖୋଲିବାକୁ ଯାଉଛି ପାକିସ୍ତାନ। ଏହା ହେଉଛି ପାକିସ୍ତାନ ଅନ୍ତର୍ଗତ ପେଶଓ୍ଵାର୍‌ର ପଞ୍ଜ ତୀର୍ଥ ମନ୍ଦିର। ଅଜ୍ଞାତବାସ କାଳରେ ପାଣ୍ଡବମାନେ ଯେଉଁ ସ୍ଥାନରେ କିଛି ସମୟ ପାଇଁ ବାସ କରିଥିଲେ ଠିକ୍‌ ସେହି ସ୍ଥାନରେ ଏହି ମନ୍ଦିରଟି ନିର୍ମାଣ ହୋଇଥିବା ବିଶ୍ୱାସ କରାଯାଏ। ଏହି ସ୍ଥାନକୁ ଖାଇବର ପଖ୍‌ତୁନ୍‌ଖ୍ଵା ପ୍ରଦେଶ ଜାତୀୟ […]

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ଭାବେ ଘୋଷଣା କରାଯାଇଥିବାବେଳେ ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ଜୋରଦାର୍ ଉଚ୍ଛେଦ ଚାଲିଛି। ଶ୍ରୀଲିଙ୍ଗରାଜ ଥାନା, ଭଜନ ମଣ୍ଡପ ଆଦି ଭଙ୍ଗା ଯାଇଥିବାବେଳେ ଆଜି ଠାରୁ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥାନା କର୍ମଚାରୀଙ୍କ କ୍ୱାଟର୍ସ ଭଙ୍ଗା କାମ ଆରମ୍ଭ ହୋଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ବି ଭଙ୍ଗାଯିବ। ଶୁକ୍ରବାର ମନ୍ଦିର ଚତୁଃପାର୍ଶ୍ଵରୁ ଉଚ୍ଛେଦ ଶେଷ ହେବ ବୋଲି ଜଣାପଡ଼ିଛି। ତିନି […]

ଭୁବନେଶ୍ୱର: ଆରମ୍ଭ ହୋଇଛି ବିରଳ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଉଛି। ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇଛି ଏବଂ ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ସକାଳ ୯ଟା ୪୬ ମିନିଟ୍‌ରେ ଓଡ଼ିଶାରେ ସର୍ବାଧିକ ଅଂଶ ଦେଖାଯିବ। ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୬ ପ୍ରତିଶତ ଘୋଡ଼ାଇଦେବ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ […]

ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା ଭୁବନେଶ୍ୱର: ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟୋପରାଗ । ଏହି ଦିନ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ । ଓଡ଼ିଶାବାସୀଙ୍କ ପାଇଁ […]

ଭୁବନେଶ୍ୱର: ଓଡ଼ିଶାର ସୁପ୍ରସିଦ୍ଧ ତବଲାବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦ ଆଉ ନାହାନ୍ତି। ସେ ‘ହରିବୋଲ’ ନାଆଁରେ ଓଡ଼ିଶା ସଙ୍ଗୀତ ଜଗତରେ ପରିଚିତ ଥିଲେ। ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ରାଧାକାନ୍ତ ନନ୍ଦ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। […]

Social media & sharing icons powered by UltimatelySocial