ଏପ୍ରିଲ ୩୦ରେ ପରୀକ୍ଷା ଫଳ ଭୁବନେଶ୍ୱର : ଶାନ୍ତିଶୃଙ୍ଖଳାର ସହ ଆଜି ଦୁଇଟି ସିଟିଂରେ ଶେଷ ହୋଇଛି ଜେଇଇ ମେନ୍‌ ଅଫ୍‌ଲାଇନ୍‌ ପରୀକ୍ଷା। ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁର ସହରର ୮୨ଟି କେନ୍ଦ୍ରରେ ପ୍ରାୟ ୩୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଜେଇଇ ମେନ୍‌ ପାଇଁ ୪୪,୪୮୮ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଫ୍‌ଲାଇନ୍‌(ପେନ୍‌ ଆଣ୍ଡ ପେପର୍‌)ରେ ୩୬,୪୯୯ ଛାତ୍ରଛାତ୍ରୀ […]

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲୁଙ୍ଗା ପାହାଡ଼ରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଲୁଙ୍ଗା ପାହାଡରେ ଏକ ମାଓ କ୍ୟାଂପ କରିଥିଲେ ମାଓବାଦୀ। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗତ ରାତି ୧୧ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି […]

ନରସିଂହପୁର : ନରସିଂହପୁର ବ୍ଲକ୍‌ ଚକାମୁଣ୍ଡା ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅକୁ ଗୁରୁତର ଅବସ୍ଥାରେ କଟକ ବଡମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହି ସମୟରେ ଘର ବାଡ଼ିରେ କାମ କରୁଥିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ବଂଚି ଯାଇଥିବା ବେଳେ ୨୦ ବର୍ଷର ପୁଅ ବି ବାହାରେ ଥିବାରୁ ବଂଚି ଯାଇଛି। ଘରେ ବାଣ ଗଚ୍ଛିତ ଥିବା ଯୋଗୁଁ ଏଭଳି ବିସ୍ଫୋରଣ […]

ନଡିଆ ପାଣି ସ୍ୱାସ୍ଥ୍ୟ ଲାଗି ଭାରି ଉପକାରୀ। ଏଥିରେ ଖଣିଜ ଲବଣ ଭରପୂର ମାତ୍ରାରେ ରହିଛି। ନିୟମିତ ନଡିଆ ପାଣି ପିଇବା ଦ୍ୱାରା ଅନେକ ରୋଗକୁ ଦୂର କରାଯାଇପାରିବ।ଏହା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ମଧ୍ୟ ବଢାଇଥାଏ। ତେବେ ଆସନ୍ତୁ ଜାଣିବା ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ। ୧.ନିୟମିତ ନଡ଼ିଆ ପାଣି ପିଇବା ଦ୍ୱାରା କିଡ୍‌ନୀ ସୁସ୍ଥ ରହେ। ୨.ଏହାର ପାଣି […]

ଟିଟିଲାଗଡ଼ : ଇଞ୍ଜିନ ଛାଡ଼ି ୧୫ କିଲୋମିଟର ଗଡ଼ିଗଲା ଟ୍ରେନ୍‌। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ଘଟିଛି। ଟ୍ରେନ୍‌ଟିକୁ କେସିଙ୍ଗାଠାରେ ଅଟକି ଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚି ଥିଲା। ପରେ ଏଠାରେ ଇଞ୍ଜିନ ବଦଳା ଯାଉଥିଲା। ଅସାବଧାନତା ଯୋଗୁଁ ହଠାତ ବଗି ଗୁଡ଼ିକ ଗଡ଼ି ଯାଇଥିଲା। ପାଖାପାଖି ୧୫ କିଲୋମିଟର […]

କେନ୍ଦ୍ରାପଡ଼ା ରାଜନୀତି ସରଗରମ   ରାଜନଗର : ରାଜନଗର ବିଧାୟକ ଅଂଶୁମାନ ମହାନ୍ତିି କଂଗ୍ରେସରେ ରହିବେ ନା ବିଜେଡିକୁ ଯିବେ? ଏ ପ୍ରସଙ୍ଗ ଏବେ ରାଜନଗର ରାଜନୀତିକୁ ସରଗରମ କରିଛି। କିନ୍ତୁ ଅଂଶୁମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସ୍ଥିତି ସ୍ପଷ୍ଟ ହୋଇପାରୁ ନାହିଁ। ଗତକାଲି ବ୍ଲକ କଂଗ୍ରେସ ବୈଠକରେ ବି ଏ ନେଇ ଜୋରଦାର ଆଲୋଚନା ହୋଇଥିଲା। କଂଗ୍ରେସର ସାଂଗଠନିକ ସ୍ଥିତି, ୱାର୍ଡକମିଟି ଗଠନ ଓ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ଶ୍ରାଦ୍ଧଉତ୍ସବ […]

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ବଢ଼ି ଚାଲିଥିବା ଦୁଷ୍କର୍ମ ମାମଲା କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟୁଇନ୍‌ସିଟି କଟକ ଓ ଭୁବନେଶ୍ୱରରେ ଏଭଳି ମାମଲା ପ୍ରତିବର୍ଷ ବଢ଼ି ବଢ଼ି ଚାଲିଥିବାବେଳେ ରାଜଧାନୀରେ ଏହା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କଟକରେ ଏଭଳି ମାମଲା ପ୍ରତିବର୍ଷ ବଢ଼ୁଥିଲେ ବି ରାଜଧାନୀରେ ଏହି ମାମଲାର ବର୍ଧିତ ହାର କଟକ ତୁଳନାରେ ବେଶ୍‌ ଅଧିକ। ସମାନ ପରିମାଣରେ ଚୋରି ଓ ରାହାଜାନୀ ବଢ଼ୁଥିଲେ […]

ଆଗକୁ ଚନ୍ଦନ ଯାତ୍ରା,ଦଳ ଓ ପଙ୍କରେ ଭର୍ତ୍ତି ବିନ୍ଦୁସାଗର ପୁରୁଣା ଭୁବନେଶ୍ୱର: ଆଗକୁ ଆସୁଛି ପବିତ୍ର ଚନ୍ଦନ ଯାତ୍ରା। ହେଲେ ବିନ୍ଦୁସାଗରରର ଅବସ୍ଥା ବେହାଲ୍‌। ଚାରିପଟୁ କିଛି ଦଳ ସଫା ହୋଇଥିଲେ ବି ବିଦୁସାଗର ଏବେବି ଦଳ ଭର୍ତ୍ତି ହୋଇ ରହିଛି। ମହାପ୍ରଭୁ ଚାପ ଖେଳିବାକୁ ବିନ୍ଦୁସାଗରକୁ ଆସିବେ ହେଲେ ଏହାର ପରିବେଶ ଯେପରି ହୋଇଛି ତାହା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କଲାଣି। ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗର ଏବେ […]

ଜଗନ୍ନାଥ ସାମଲ ଓ ସୁଦର୍ଶନ ଗୋଏଲଙ୍କ ନାମରେ ସମନ ଯାଜପୁର : ୬୨ ଲକ୍ଷ ଟଙ୍କାରେ ବିକିଦେଲେ ଦେବୋତ୍ତର ସଂପତ୍ତି। ସମ୍ପତ୍ତିର ମାର୍ଫତଦାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବେ ଏହାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଯାଜପୁର ବିଜେପି ନେତା ଜଗନ୍ନାଥ ସାମଲ ଓ ଶ୍ରୀ ଶାହଙ୍କ ପ୍ରତିନିଧି ସୁଦର୍ଶନ ଗୋଏଲଙ୍କ ନାମରେ ଯାଜପୁରରୋଡ଼ ସିଭିଲ୍‌ ଜଜ୍‌ ସିନିୟର୍‌ ଡ଼ିଭିଜନ […]

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ଓ୍ଵାର୍ଡ ସମେତ ବିଭିନ୍ନ ସ୍ଥାନରେ ନିକଟରେ ନବୀକରଣ କରାଗଲା। ସିଲିଂ ସହିତ ଚିକ୍କଣିଆ ଟାଇଲ ଲାଗିଲା। ମାତ୍ର ନବୀକରଣକୁ ୩/୪ମାସ ପୂରିନି, ଦୁଇ ଦିନ ତଳେ ହସ୍ପିଟାଲର ନିର୍ଦ୍ଦେଶକଙ୍କ ଡ୍ରାଇଭର୍‌ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିଲା। ଏଥିରେ ସେ ଆହତ ହୋଇଛନ୍ତି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଭଙ୍ଗାଗଢ଼ାରେ ହୋଇଥିବା କେଳେଙ୍କାରୀ ନେଇ ଅଭିଯୋଗ ହୋଇ ଆସୁଥିଲା। ଭଙ୍ଗାଗଢ଼ା ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌ […]

Social media & sharing icons powered by UltimatelySocial