ଯାଜପୁର ପୌରପାଳିକାର ଦେଢ଼ଶହ ବର୍ଷ ପୂର୍ତ୍ତିି ଉତ୍ସବ ଜିଲ୍ଲା ପାଳିଲା ରୌପ୍ୟ ଜୟନ୍ତୀ, ଲକ୍ଷାଧିକ ଲୋକ ସାମିଲ ଯାଜପୁର : ଯାଜପୁର ଏକ ଗୁରୁତ୍ଵପୂର୍ଣ୍ଣ ଜିଲ୍ଲା। ଯାଜପୁର ଜିଲ୍ଲାରେ କୃଷି ଓ ଶିଳ୍ପର ବିକାଶ ହୋଇଛି। ବିଜୁବାବୁ ବିକାଶ ପାଇଁ ନୂତନ ଜିଲ୍ଲା ଗଠନ କରିବା ସହିତ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥାପନ କରିଥିଲେ। ସେ ଯେଉଁ ଛୋଟ ଗଛ ଲଗାଇଥିଲେ, ତାହା ଆଜି ବିରାଟ ଦ୍ରୁମରେ ପରିଣତ ହୋଇଛି। କଳିଙ୍ଗନଗର […]
ରାଜ୍ୟ
ବ୍ରହ୍ମପୁର/ଗୋଳନ୍ଥରା : ବ୍ରହ୍ମପୁରର ବହୁଚର୍ଚ୍ଚିତ ଆର୍ଟିଆଇ କର୍ମୀ ଗଣେଶ ପଣ୍ଡା ଓରଫ୍ ବୁବୁ ପଣ୍ଡା ହତ୍ୟା ମାମଲାରେ ଏବେ ଛନ୍ଦି ହୋଇ ଯାଇଛନ୍ତି ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନା। ରମେଶ ଏବେ ଛତ୍ରପୁର ଜେଲ୍ରେ। ମାମଲାର ମୁଖ୍ୟ ସାକ୍ଷୀଙ୍କୁ ତାଙ୍କ ସହଯୋଗୀଙ୍କ ଜରିଆରେ ପ୍ରଥମେ ଅପହରଣ କରି ନେବା ଏବଂ ସେମାନଙ୍କୁ ଛତ୍ରପୁର ଜେଲ୍ରେ ପହଞ୍ଚାଇ ମୁଲାକାତ୍ ନାଁରେ ଧମକ୍ ଦେବା ଅଭିଯୋଗରେ ପୁଲିସ ରମେଶଙ୍କ ବିରୋଧରେ ମାମଲା […]
ଭୁବନେଶ୍ୱର: ବିଏମ୍ସିର ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ପ୍ରସ୍ତୁତ ହୋଇଥିବା ଚିଠା ପ୍ରସ୍ତାବକୁ ବିଜେଡି ଦଳରୁ ବିରୋଧ ଆରମ୍ଭ ହେଲାଣି। କେତେକ କର୍ପୋରେଟର ଭୟରେ ମୁହଁ ଖୋଲୁନଥିବାବେଳେ ଆଜି ଓ୍ଵାର୍ଡ ୪୩ର କର୍ପୋରେଟର ରାଜଲକ୍ଷ୍ମୀ ନାୟକ ଖୋଲାଖୋଲି ଭାବେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ଏପରିକି ଚିଠା ପ୍ରସ୍ତାବରେ ଯେଉଁ ସୀମା ନିର୍ଦ୍ଧାରଣ ହୋଇଛି ତାକୁ ପରିବର୍ତ୍ତନ କରିବା ଏବଂ […]
କେନ୍ଦ୍ରାପଡ଼ା: ପରିବେଶ ସୁସ୍ଥ ରହିଲେ ଆମେ ସମସ୍ତେ ସୁସ୍ଥ ରହିବା। ଏହି କ୍ରମରେ ସମଗ୍ର ଦେଶରେ ଚାଲିଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଆଉପାଦେ ଆଗକୁ ନେଇଛନ୍ତି ଜଣେ ଜିଲ୍ଲାପାଳ। ଏହି ବିରଳ ଦୃଶ୍ୟ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଳା। ସବୁବେଳେ ଆମେ ସ୍ୱଚ୍ଛତା ପାଇଁ ସଫେଇ କର୍ମଚାରୀଙ୍କ ଉପରେ ନିର୍ଭର କରୁଥାନ୍ତି। ମାତ୍ର ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରୁଘୁଜୀ ନିଜେ ହାତରେ ସଫେଇ ଗ୍ଳୋବ୍ ଲଗାଇ ନିଜର ଅନ୍ୟ […]
ଭୁବନେଶ୍ୱର: ଗତ ମଧ୍ୟ ରାତ୍ରୀ ପରେ ବାଣୀବିହାର ଅନ୍ତର୍ଗତ ସତ୍ସଙ୍ଗ ବିହାର ମନ୍ଦିର ସମ୍ମୁଖ ରାସ୍ତାକଡ଼ରେ ରଖାଯାଇଥିବା ଏକ ଟୁରିଷ୍ଟ୍ ବସ୍ ଏବଂ ଏକ କ୍ୟାବିନ୍ରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା କୌଣସି ଅଜ୍ଞାତ ଲୋକ ନିଅାଁ ଲଗାଇ ଦେଇଛନ୍ତି। ଖବର ପାଇ କଳ୍ପନା ଅଞ୍ଚଳରୁ ୨ଟା ଦମକଳ ଆସି ନିଅାଁ ଲିଭାଇ ଥିଲା। ଘଟଣାସ୍ଥଳରେ ସହିଦ ନଗର ପୁଲିସ ମଧ୍ୟ ପହଞ୍ଚି ଥିଲା। ନିଅାଁର ପ୍ରଭାବରେ କ୍ୟାବିନ୍ଟି ସମ୍ପୂର୍ଣ୍ଣ […]
ବ୍ରହ୍ମପୁର: ହୋଲି ଖେଳ ପରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି ସିଦ୍ଧାନ୍ତ ପାତ୍ର ନିଜର ଅନ୍ୟ ସାଙ୍ଗମାନଙ୍କ ସହିତ ଶୁକ୍ରବାର ହୋଲି ଖେଳିଥିଲେ। ହୋଲି ଖେଳ ପରେ ସେ ଅପରାହ୍ଣରେ ଗୋପାଳପୁରସ୍ଥିତ ହରିପୁର ଘାଟକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମୁଦ୍ରର ଢ଼େଉ ପ୍ରଭାବରେ ୪ଜଣ ଭାସିଯାଇଥିଲେ। ଜଣେ ଯୁବକ ଉଦ୍ଧାର ହୋଇଥିବା ବେଳେ ପି […]
ନୂଆଗାଁ : ଚାଷୀ ପେଟକୁ ଲାତ। ଚେକ୍ଡ୍ୟାମ ନାଁରେ ଆସୁଥିବା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ନିର୍ମାଣ ହୋଇଥିବା ଚେକ୍ଡ୍ୟାମ୍ ନିମ୍ନମାନର ହେବା ସହ ବିପଦସଂକୁଳ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୨୦୧୬-୧୭ ଆର୍ଥିକ ବର୍ଷରେ ଜଳସମ୍ପଦ ବିଭାଗ ପକ୍ଷରୁ ନୂଆଗାଁ ବ୍ଲକ୍ରେ ମୋଟ ୧୭ଟି ଚେକ୍ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସବୁ ଚେକ୍ଡ୍ୟାମ୍ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ ଚେକ୍ଡ୍ୟାମ୍ ପାଇଁ […]
ବରଗଡ଼: ବିଜେପୁର ବିଧାନସଭା ଆସନ ଉପ ନିର୍ବାଚନ ପାଇର୍ ଆଜି ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଲୋକେ ଧାଡ଼ି ବାନ୍ଧି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ବରପାଲି ଓ ଗାଏସିଲେଟ୍ ବ୍ଲକ୍ର କେତେକ ବୁଥ୍ରେ ଇଭିଏମ ତ୍ରୁଟି ଯୋଗୁଁ ପ୍ରାୟ ୨ ଘଣ୍ଟା ଧରି ଭୋଟ୍ ଗ୍ରହଣ ବନ୍ଦ ରହିଛି। ମିଳିଥିବା ସୂଚନା ଅନୁଯାୟୀ,ବରପାଲି ବ୍ଲକ୍ର ବୁଥ ନମ୍ବର ୨୦ ଓ ବୁଥ ନମ୍ବର ୧୪୧ରେ […]
ଭୁବନେଶ୍ୱର : ଆଜି ଏଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପରସ୍ପର ବିରୋଧରେ ପୁଣି ଫେରାଦ ହୋଇଛନ୍ତି ଦୁଇ ଦଳ ବିଜେଡି ଏବଂ ବିଜେପି। ବିଜେଡି ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି। ସେହିଭଳି ପ୍ରଶାସନ ଓ ପୁଲିସ୍ର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି ବିଜେପି। ବିଜେଡି ଅଭିଯୋଗ କରିଛି, ଶ୍ରୀ ପ୍ରଧାନଙ୍କ ଦ୍ୱାରା ପେଟ୍ରୋଲ ପମ୍ପ, […]
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬ଲକ୍ଷ ୮ହଜାର ୩୧ ଜଣ ଛାତ୍ରଛାତ୍ରୀ। ଏଥର ୨ ହଜାର ୮୧୮ ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ଆଜି ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ। ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା। ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଉତ୍ତରଖାତା […]