ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ନେଇ ବିଧିବଦ୍ଧ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। କିନ୍ତୁ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସରକାର କୋଭିଡ୍‌ -୧୯ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଏକ ବିଶେ‌ଷ ସୂତ୍ରରୁ ଜଣାପଡ଼ିଛି। ପ୍ରଥମ ଥର ପାଇଁ ଲୋକସଭା ଓ ରାଜ୍ୟସଭାର ଉଭୟ ଚାମ୍ବର ଏବଂ ଗ୍ୟ‌ାଲେରି ବ୍ୟବହାର ହେବ। ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମୀ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ରେକର୍ଡ କରିଛନ୍ତି। ଦେଶର ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଶାସନ କରିବାର ସୁଯୋଗ ‌୬୭ ବର୍ଷୀୟ ମୋଦୀ ହାସଲ କରିଛନ୍ତି। ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ୨୨୬୮ ଦିନ ଶାସନ କରିବାର ସୋଭାଗ୍ୟ ହାସଲ କରିଥିଲେ। ମୋଦୀ ଆଜି ସେହି ରେକର୍ଡକୁ ଭାଙ୍ଗିଛନ୍ତି ବୋଲି ବିଜେପିର ଆଇଟି ଶାଖା ପକ୍ଷରୁ ଟ୍ବିଟ୍ […]

୨୧ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ, ଦ୍ବିତୀୟ ଧାଡ଼ିରେ ବସିଲେ ସଚିନ ଜୟପୁର : କଂଗ୍ରେସ ନେତା ସଚିନ ପାଇଲଟଙ୍କ ଅ‌‌ସନ୍ତୋଷ ଯୋଗୁଁ ରାଜସ୍ଥାନ ସରକାରରେ ଗତ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ଦେଖାଦେଇଥିବା ରାଜନୈତିକ ସଂକଟ ଶେଷରେ ଟଳିଯାଇଛି। ବିଧାନସଭାରେ ଗତକାଲି ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ବିଜୟୀ ହୋଇଛି। ଆସ୍ଥାଭୋଟରେ ସରକାର ବିଜୟୀ ହେବା ପରେ ବାଚସ୍ପତି ଆସନ୍ତା ୨୧ ତାରିଖ […]

ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ମହିଳା ପ୍ରଭାରୀ ନିଯୁକ୍ତ ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁ ଜିଲ୍ଲା ପାଇଁ ବରିଷ୍ଠ ମହିଳା ନେତ୍ରୀମାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନେତ୍ରୀମାନେ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାର ବିଜେଡି ମହିଳା ଶାଖାର ସାଂଗଠନିକ କାର୍ଯ୍ୟର ତଦାରଖ କରିବେ। ଏ ସଂକ୍ରାନ୍ତରେ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରେସ ଇସ୍ତାହାର ଜରିଆରେ ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା […]

ନୂଆଦିଲ୍ଲୀ: କୋଭିଡ -୧୯ ସଙ୍କଟ ମଧ୍ୟରେ ଦେଶର କୃଷି କ୍ଷେତ୍ର ତଥା କୃଷକମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷ‌ାନ ସମ୍ମାନ ନିଧି ଯୋଜନା ଅଧୀନରେ ଆନୁମାନିକ ୮.୫ କୋଟି ଚାଷୀଙ୍କୁ ୧୭,୦୦୦ କୋଟି ଟଙ୍କା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଗତ ଦେଢ଼ ବର୍ଷ ମଧ୍ୟରେ […]

ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ: ଦେଶର ନୂଆ ସିଏଜି(ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ଗତକାଲି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ। ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ। ଜମ୍ମୁ ଓ କଶ୍ମୀରର ପୂର୍ବତନ ଉପ-ରାଜ୍ୟପାଳ […]

ଭୁବନେଶ୍ୱର : ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ କରାଯିବ। ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଏ ନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ନେତା ଓ କର୍ମୀମାନଙ୍କ ମତାମତ ନିଆଯାଇଛି। ଲୋକଙ୍କ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ବ ଦେଇ ଏଣିକି ଗଣ ଆନ୍ଦୋଳନ କରିବାକୁ ଆଲୋଚନାରେ ସ୍ଥିର କରାଯାଇଛି। ସଂଗଠନର ଜାତୀୟ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ […]

ଭୁବନେଶ୍ୱର : କରୋନା ସଂକ୍ରମଣ ଗଞ୍ଜାମରେ ଭୟଙ୍କର ରୂପ ନେଲାଣି। ସେଠି ବର୍ତ୍ତମାନ‌ ଅସମ୍ଭାଳ ସ୍ଥିତି ଉପୁଜିଛି। ସରକାରଙ୍କ ଘୋଷଣା ମୁତାବକ କାର୍ଯ୍ୟ ହେଉନି। ଗଞ୍ଜାମର କୋଭିଡ୍‌ ପରିଚାଳନାକୁ ନେଇ ଏପରି ଉଦବେଗ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସଂକ୍ରମିତ ବ୍ୟକ୍ତିଙ୍କ ପରୀକ୍ଷା ଠିକ ଭାବେ ହେଉନି କି ଗ୍ରାମାଞ୍ଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଗତକାଲି ଏକ ପ୍ରେସ୍‌ […]

ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଗୁରୁବାର ଦିନ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ସୂଚନ‌ା ଅନୁଯାୟୀ, ଜୁଲାଇ ୩୦ରେ ସନ୍ଧ୍ୟା ୭ଟା ସମୟରେ କଂଗ୍ରେସ ଅଧ୍ୟକ୍ଷାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି।ସୂଚନା ମୁତାବକ, ଗତ କିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷା ସୋନିଆ […]

ନୂଆଦିଲ୍ଲୀ : କଂଗ୍ରେସର ରାଜ୍ୟସଭା ସାଂସଦଙ୍କ ସହ ଗୁରୁବାର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏକ ଭର୍ଚୁଆଲ୍‌ ବୈଠକରେ ଦଳର ବରିଷ୍ଠ ଓ କନିଷ୍ଠ ନେତାମାନଙ୍କ ମଧ୍ୟରେ ରହିଥିବା ମତଭେଦ ପଦାକୁ ଆସିଛି। ଦଳ ନିଜ କାର୍ଯ୍ୟକଳାପର ଆତ୍ମସମୀକ୍ଷା ପାଇଁ ଜଣେ ବରିଷ୍ଠ ନେତା ପରାମର୍ଶ କଲା ବେଳେ ଜଣେ ରାହୁଲ ସମର୍ଥକ କନିଷ୍ଠ ନେତାଙ୍କ ଅପ୍ରତ୍ୟାଶିତ ପ୍ରତିକ୍ରିୟା ହିଁ ଦଳର ପିଢ଼ିଗତ ଫାଟକୁ ସ୍ପଷ୍ଟ କରିଥିବା ଚର୍ଚ୍ଚା ହେଉଛି। […]

Social media & sharing icons powered by UltimatelySocial