ନୂଆଦିଲ୍ଲୀ: ରାହୁଲ‌ ଗାନ୍ଧିଙ୍କୁ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ କରିବା ଆଗି ଆଜି ଦଳର କିଛି ବରିଷ୍ଠ ନେତା ଏକ ଭର୍ଚୁଆଲ ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦାବି ଜଣାଇଛନ୍ତି। ଦଳର ପୁରୁଖା ନେତା ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂହ ଏହି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ। ଦେଶରେ ମହାମାରୀ କୋଭିଡ୍-୧୯ର ସ୍ଥିତି ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଉକ୍ତ ବୈଠକ ଆହୂତ […]

ଭୁବନେଶ୍ୱର : ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଅଭିଯୋଗର ଜବାବ ଦେଇଛି ବିଜେଡି। ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନବାଡ଼ି କର୍ମୀ, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୁଲିସ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବା […]

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୫ ଛୁଇଁବା ପରେ ବିଜେପି ସରକାରୀ ଦଳକୁ ଘେରିଛି। ଭୁବନେଶ୍ବରର ସ୍ଥିତି ଅଣାୟତ୍ତ ହୋଇଯାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନିଅନ୍ତୁ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

ସିନିଅର-ଜୁନିଅର ଲଢ଼େଇକୁ ନେଇ ଚର୍ଚ୍ଚା ନୂଆଦିଲ୍ଲୀ: ପ୍ରଥମେ ମଧ୍ୟ ପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏବେ ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହ କଂଗ୍ରେସକୁ ଯେତେ ଅଡ଼ୁଆରେ ପକାଇଥିଲା କଂଗ୍ରେସ ପାଇଁ ତାହାଠରୁ ଅଧିକ ଅପ୍ରୀତିକର ପରିସ୍ଥିିତି ସୃଷ୍ଟି କରିଛି ରାହୁଲଙ୍କ ମନ୍ତବ୍ୟ। ଚୀନ ସମ୍ପର୍କରେ ମୋଦୀ ସରକାରକୁ ଟାର୍ଗେଟ କରିବାକୁ ଯାଇ ରାହୁଲ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ତାଙ୍କ ଦଳ ଭିତରେ ରହିଥିବା ମତଭେଦକୁ ପଦାରେ ପକାଇ […]

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟରେ ୪୫ଟି ବିଧାନସଭା ଆସନ ପାଇଁ ସେପ୍‌ଟେମ୍ବର ଶେଷ ସପ୍ତାହରେ ଉପନିବର୍ବାଚନ ହୋଇପାରେ। ଏସଂପର୍କରେ ନିର୍ବାଚନ ଆୟୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା କରିଥିବାର ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଉପନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆୟୋଗଙ୍କ ଦ୍ବାରା ଏକାଧିକ ପଦକ୍ଷେପ ନିଆଯିବାର ମଧ୍ୟ ସମ୍ଭାବନା ରହିଛି। ସୂତ୍ର ଅନୁସାରେ ପ୍ରତି ବୁଥରେ ଭୋଟରଙ୍କ ସଂଖ୍ୟା ୧୦୦୦ରେ […]

୧,୭୦୦ରୁ ଅଧିକ ଥର ଶୁଣାଣି, ଦଣ୍ଡାଦେଶ ଘୋଷଣା ଆଜି ମଥୁରା: ୧୯୮୫ ମସିହାରେ ରାଜସ୍ଥାନର ଜଣେ ରାଜାଙ୍କ ହତ୍ୟା ମାମଲାରେ ଗତକାଲି ରାୟ ଆସିଛି। ରାଜସ୍ଥାନର ଏକ ଗଡ଼ଜାତ ରାଜ୍ୟ ଭରତପୁରର ରାଜା ମାନସିଂହଙ୍କ ହତ୍ୟା ମାମଲାରେ ଜଣେ ଡିଏସ୍‌ପିଙ୍କ ସମେତ ୧୧ ପୁଲିସ କର୍ମୀ ଦୋଷୀସାବ୍ୟସ୍ତ ହୋଇଛନ୍ତି। ପଶ୍ଚିମ ଉତ୍ତରପ୍ରଦେଶର ମଥୁରାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦୀର୍ଘ ୨ ଦଶନ୍ଧି ଧରି ମାମଲାର ଶୁଣାଣି କରିବାପରେ ‌ଶେଷରେ ୧୧ […]

ଅଭିଯୋଗ ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ମନଗଢ଼ା, ଆ‌ଗକୁ ଏଭଳି ଆହୁରି ଅନେକ ଅଭିଯୋଗ ଆସିବ: ପାଇଲଟ୍ ଜୟପୁର: ରାଜସ୍ଥାନ କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗା ଆଜି ସଚିନ ପାଇଲଟ୍‌ଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ପାଇଲଟ୍‌ ତାଙ୍କୁ ବିଜେପିରେ ଯୋଗ ଦେବାପାଇଁ ଟଙ୍କା ଯାଚିଥିଲେ। ପାଇଲଟ୍‌ଙ୍କ ବାସଭବନରେ ଏନେଇ କଥା ହୋଇଥିଲା। ବିଜେପି‌ରେ ଯୋଗ ଦେବାପାଇଁ ପାଇଲଟ୍‌ ତାଙ୍କୁ ଟଙ୍କା ଯାଚିଥିଲେ କିନ୍ତୁ ସେ […]

ନୂଆଦିଲ୍ଲୀ : ଓଡ଼ିଶାରୁ ୪ ନିର୍ବାଚିତ ରାଜ୍ୟସଭା ସଦସ୍ୟ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ୨୨ରେ ଶପଥ ଗ୍ରହଣ କରିବେ। ଏହି ଚାରି ଜଣ ସଦସ୍ୟ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଶପଥ ନେବାର ଥିଲା। କିନ୍ତୁ କରୋନା କଟକଣା ଓ ଲକ୍‌ଡାଉନ ଯୋଗୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡୁ ଶପଥ ଗ୍ରହଣ ଉତ୍ସବକୁ ବାତିଲ କରିଦେଇଥିଲେ। ଆଜି ରାଜ୍ୟସଭା ସଚିବାଳୟ […]

ଭୁବନେଶ୍ୱର : ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ପାଇଁ ସୋନିଆ ଓ ରାହୁଲ ହିଁ ଦାୟୀ। ଗଣମାଧ୍ୟମକୁ ଏଭଳି ବିସ୍ଫୋରକ ପ୍ରତିକ୍ରିୟା ଦେଇଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଏବେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇଛି। ସେ କହିଛନ୍ତି ଯେ, ଯେଉଁମାନେ ଦଳର ସଭାପତି ଦାୟିତ୍ୱରେ ଥିଲେ ଓ ଅଛନ୍ତି। ସେମାନେ ହିଁ ବର୍ତ୍ତମାନର ସ୍ଥିତି ପାଇଁ ଦାୟୀ। ତେବେ ରାହୁଲଙ୍କ ନିକଟ ଲୋକ କୁହାଯାଉଥିବା ପ୍ରଦୀପ ମାଝୀ […]

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କ ସମେତ ୧୮ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘଷୋଣା କରି ବିଧାନସଭା ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ନୋଟିସକୁ ବିରୋଧ କରି ପାଇଲଟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏହି ୧୮ ଜଣ ବିଧାୟକ ସଚିନଙ୍କୁ ସମର୍ଥନ କରୁଥିଲେ। ଆଜି ଅପରାହ୍ନ ୩ଟା ବେଳେ ରାଜସ୍ଥାନ ହାଇକୋର୍ଟରେ ଏହି […]

Social media & sharing icons powered by UltimatelySocial