ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ଅସନ୍ତୁଷ୍ଟ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଂକଟର ସମାଧାନ କରିବାକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବ‌େ ଦିଲ୍ଲୀରୁ ଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଏଥିସହ ପାଇଲଟଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ସଚିନ୍ ପାଇଲଟଙ୍କୁ ସନ୍ତୁଷ୍ଟ କରିବା ଲାଗି ବହୁ ଚେଷ୍ଟା […]

ଭୁବନେଶ୍ୱର: ବଦଳିବେ କି ରାଜ୍ୟ କଗ୍ରେସର ମଙ୍ଗୁଆଳ? ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ୧୩ ଜଣ ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ। ନରସିଂହ ମିଶ୍ର, ଶରତ ରାଉତ, ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀଙ୍କ ନାଁ ସଭାପତି ରେସ ଆଗରେ ରହିଛି। ଜଣେ ଯୁବ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ସ୍ଥିତି ସୁଧୁରିବ ବୋଲି ସୁର ପ୍ରତିକ୍ରିୟା […]

ଭୁବନେଶ୍ୱର: ୧୫ ବିଜେଡି ନେତାଙ୍କୁ ଦଳର ବରିଷ୍ଠ ସାଧାରଣ ସଂପାଦକ ଦାୟିତ୍ୱ। ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଆସୀନ କରାଯିବା ସହ ବିଭିନ୍ନ କ୍ଷେତ୍ର(ୱିଙ୍ଗ)ର ଇନଚାର୍ଜ ମଧ୍ୟ କରାଯାଇଛି। ତେବେ ସର୍ବଭାରତୀୟ ସ୍ତରରେ ବିଜେଡି ପ୍ରଥମ ଦଳ ଭାବେ ନିଜର ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଏଭଳି ୱିଙ୍ଗର ଇନଚାର୍ଜ ଦାୟିତ୍ୱ ଦେଇଛି। ଯେଉଁ ନେତାମାନଙ୍କୁ ଆଜି ବରିଷ୍ଠ ସାଧାରଣ […]

ଥିରୁବନନ୍ତପୁରମ: ଜଣେ ମହିଳାଙ୍କ ଯୋଗୁଁ କେରଳରେ ବିଜୟନ ସରକାର ବିବାଦରେ ଫସିଯାଇଛି। ତାଙ୍କ ଯୋଗୁଁ ‌ଜଣେ ବରିଷ୍ଠ ଆଇଏଏସ୍ ଅଧିକ‌ାରୀଙ୍କ ଚାକିରୀ ମଧ୍ୟ ଯାଇଛି। ସେ ଏକ ବଡ଼ ଧରଣର ଆନ୍ତର୍ଜାତିକ ସୁନା ଚୋରା ଚାଲାଣ ରାକେଟରେ ସଂପୃକ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଢାଲ କରି ସେ ଦୀର୍ଘ ଦିନ ଧରି ଏହି ରାକେଟ ଚଳାଇଥିଲେ। ଗତକାଲି ବିମାନଘାଟୀରେ ୧୫ କୋଟି ଟଙ୍କାର ୩୦ କିଲୋ ସୁନା ଧରାପଡ଼ିବା ପରେ […]

ଆଜି ସନ୍ଧ୍ୟାରେ ବିଧାୟକ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଦେହାନ୍ତ। ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ବିଜେଡିର ଆଉ କିଛି […]

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସା˚ସଦ ଅନୁଭବ ମହାନ୍ତିଙ୍କ ଏକ ଟୁଇଟ୍‌ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିନେତାରୁ ନେତା ପାଲଟିଥିବା ଅନୁଭବ କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଏଥର ଟୁଇଟର‌୍‌ରେ ବଲିଉଡ୍‌ ସୁପରଷ୍ଟାର‌୍‌ ସଲମାନ୍‌ ଖାନ୍‌ଙ୍କଠୁ ଗୋଟିଏ ଲାଇକ୍‌ ପାଇଁ କାକୁତିମିନତି ହୋଇ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଏଥିପାଇଁ ବିଭିନ୍ନ ସାମାଜିକ ଗଣମାଧୢମରେ ତାଙ୍କୁ ଲୋକହସା ହେବାକୁ ପଡ଼ିଛି। ସା˚ସଦ ଅନୁଭବ ଜିମ୍‌ରେ ଅଭ୍ୟାସ […]

ଭୁବନେଶ୍ୱର: ବିଜୁ ଜନତା ଦଳରେ ଆଜି ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ଦଳ ସଭାପତି। ଦଳରେ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି ସଭାପତି । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସଂପାଦକ ନିଯୁକ୍ତି ହୋଇଛନ୍ତି।ବରିଷ୍ଠ ଉପସଭାପତିଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁଅଁରଙ୍କୁ ବରିଷ୍ଠ ଉପସଭାପତି ପଦରେ ନିଯୁକ୍ତି ମିଳିଛି। […]

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ଘରକୁ ବାହୁଡ଼ିଥିବା ପ୍ରବାସୀ ଶ୍ରମଜୀବୀଙ୍କ କର୍ମସଂସ୍ଥାନ ସୃଷ୍ଟି ପାଇଁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନ କର୍ମ ଯୋଜନା ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ଏହି ୫୦ ହଜାର […]

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ସେହିପରି ମୋଦୀଙ୍କ କାମ ପାଇଁ ୯୫ ପଏଣ୍ଟ ଦେଇଛି ଓଡିଶା। ଏଭଳି କିଛି ତଥ୍ୟ ପ୍ରକାଶ କରିଛି ସି ଭୋଟର। ବର୍ତ୍ତମାନ ଦେଶ କରୋନା ଭୂତାଣୁ ସହ ଲଢେଇ କରୁଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ସମୟରେ, ସରକାରଙ୍କ କାର୍ଯ୍ୟରେ ଲୋକମାନେ ଖୁସି ଅଛନ୍ତି କି ନାହିଁ ତାହା ଜାଣିବା […]

ନୂଆଦିଲ୍ଲୀ: ୧୮ଟି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୯ରେ ନିର୍ବାଚନ ହେବ। ଆଜି ଏ ନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ।ମାର୍ଚ୍ଚରେ ହେବାକୁ ଥିବା ଏହି ନିର୍ବାଚନ କରୋନାଭାଇରସ୍ ମହାମାରୀ ଏବଂ ପରେ କରାଯାଇଥିବା ଦେଶବ୍ୟାପୀ ଲକଡାଉନକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ ଲକଡାଉନ ପ୍ରତିବନ୍ଧକକୁ କୋହଳ କରାଯାଉଥିବାରୁ ଆୟୋଗ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ପରିଚାଳନା ପାଇଁ ବ୍ୟବସ୍ଥା କରୁଥିବାବେଳେ କୋଭିଡ-୧୯ […]

Social media & sharing icons powered by UltimatelySocial