ମାଡ଼ି ଆସିଲା ୧୬ ଫୁଟ ଉଚ୍ଚ ଲହଡ଼ି , ୪ ମୃତ ମାନିଲା: ସୁପର ଟାଇଫୁନ୍‌ ‘ଗୋନି’ ପ୍ରଭାବରେ ପୂର୍ବ ଫିଲିପାଇନ୍‌ସରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତକାଲି ଅପରାହ୍ନରେ ଫିଲିପାଇନ୍‌ସ ଉପକୂଳରେ ବାତ୍ୟା ‘ଗୋନି’ ମାଡ଼ ହୋଇଥିଲା। ପ୍ରାଥମିକ ଅବସ୍ଥାରେ ଘଣ୍ଟା ପ୍ରତି ୨୨୫ କିଲୋମିଟର ବେଗରେ ପବନ ବହିଥିଲା ଏବଂ ଏହା ବୃଦ୍ଧି ପାଇ ୩୧୦ କିଲୋମିଟରରେ ପହଞ୍ଚିଥିଲା। […]

ଇସ୍ତା‌ନବୁଲ୍ : ତୁର୍କୀର ଏଜିୟନ୍‌ ଉପକୂଳରେ ଆଜି ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ ତୁର୍କୀ ଏବଂ ଗ୍ରୀସ୍‌ର ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଶହରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ପ୍ରଭାବରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି। ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏଜିୟନ ସାଗରରେ ଆସିଥିବା ଏହି ଭୂକମ୍ପର ଗଭୀରତା ୧୬.୫ କିଲୋମିଟର ରହିଥିଲା। […]

ନୂଆଦିଲ୍ଲୀ: ଫ୍ରାନ୍ସର ନାଇସ୍‌ ସହର ସ୍ଥିତ ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ‌ହୋଇଛି। ଅତି ବର୍ବର ଢଙ୍ଗରେ ଜଣେ ମହିଳାଙ୍କ ମୁଣ୍ଡକାଟ କରାଯାଇଛି ଏବଂ ଅନ୍ୟ ୨ ଜଣଙ୍କୁ ଛୁରି ମାରି ହତ୍ୟା କରାଯାଇଛି। ନୋଟ୍ରେ ଡାମ୍‌ ଚର୍ଚ୍ଚରେ ଏହି ଆକ୍ରମଣ ହୋଇଥିବା ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ନିପାତ ହୋଇଛି। ନାଇସ୍‌ର ମେୟର ଖ୍ରୀଷ୍ଟିଆନ୍‌ ଏଷ୍ଟ୍ରୋସି ଉକ୍ତ ଆକ୍ରମଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଏଷ୍ଟ୍ରୋସି କହିଛନ୍ତି, […]

ପ୍ୟାରିସ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଧୂସର ତାଲିକାରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ତେବେ ପାକିସ୍ତାନ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ପୁଣି ଥରେ ଧୂସର ତାଲିକାରେ ରହିବା ପାକିସ୍ତାନ ପାଇଁ ଆହୁରି ବିପଦ ଟାଣିଆଣିବ। କାରଣ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଋଣ ପାଇବା ସହଜ ହେବ ନାହିଁ। ଏବେ […]

ଶ୍ରୀନଗରଠାରୁ ୨୨୨ କିମି ଦୂରରେ ‘ଅବାକସ୍‌’ ମୁତୟନ, ଚୀନ୍‌କୁ ସହାୟତା କରିବା ପାଇଁ ରଣନୀତି ଇସ୍‌ଲାମାବାଦ : ପାକିସ୍ତାନରେ ଏବେ ଇମ୍ରାନ୍‌ ଖାନ୍‌ ସରକାର ବିରୋଧରେ ସମସ୍ତ ବିରୋଧୀ ଦଳ ଏକଜୁଟ୍‌ ହୋଇ ଆନ୍ଦୋଳନ ଚଳାଇଛନ୍ତି ଏବଂ ପୁଲିସ ବାହିନୀର ବିଦ୍ରୋହ ମଧ୍ୟ ସ୍ଥିତିକୁ ଜଟିଳ କରିଦେଇଛି। ବିଭିନ୍ନ ସ୍ଥାନରେ ହିଂସା, ଉତ୍ତେଜନା ଓ ଲୁଟ୍‌ପାଟ ଯୋଗୁଁ ଦେଶ ଗୃହଯୁଦ୍ଧ ଭଳି ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ଏଥିରୁ ଲୋକଙ୍କ […]

ନୂଆଦିଲ୍ଲୀ: ଏକ ଅଭିନବ ‘ଆନୁବଂଶିକ କଇଞ୍ଚି’ର ବିକାଶ ବା ଗୁଣସୂତ୍ରର ଆନୁବଂଶିକ ସମ୍ପାଦନ ପ୍ରକ୍ରିୟା ଆବିଷ୍କାର ପାଇଁ ଚଳିତ ବର୍ଷ ଦୁଇ ଜଣଙ୍କୁ ରସାୟନଶାସ୍ତ୍ରରେ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ସେମାନେ ହେଲେ ଫରାସୀ ବୈଜ୍ଞାନିକ ଇମାନୁଏଲ୍‌ କାର୍ପେଣ୍ଟିଅର ଓ ଆମେରିକୀୟ ଗବେଷକ ଜେନିଫର ଏ. ଡୌଡ୍‌ନା। ସେମାନଙ୍କ ନୂତନ ପଦ୍ଧତି ସାହାଯ୍ୟରେ ମନୁଷ୍ୟର ଆନୁବଂଶିକ ଉପାଦାନକୁ ସମ୍ପାଦନ କରାଯାଇ ଭବିଷ୍ୟତରେ ବଂଶଗତ ରୋଗର ନିରାକରଣ […]

ଜେନେଭା: ଆମେରିକା ଓ ଇସ୍ରାଏଲର ବିରୋଧ ମଧ୍ୟରେ ଶୁକ୍ରବାର ଜାତିସଂଘରେ ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ସଂକଳ୍ପ ପାରିତ ହୋଇଯାଇଛି। ମୋଟ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଉପସ୍ଥିତ ଥିବା ୟୁକ୍ରେନ୍‌ ଓ ହଙ୍ଗେରି ସଂକଳ୍ପ ସପକ୍ଷରେ ମତଦେବାରୁ ବିରତ ରହିଥିବା ବେଳେ ଏହା ୧୬୯-୨ ଭୋଟରେ ପାରିତ ହୋଇଯାଇଛି। ଜାତିସଂଘ ଇତିହାସରେ ସର୍ବାଧିକ ଆହ୍ବାନ ଆଣିଥିବା ଏହି ମହାମାରୀର ନିୟନ୍ତ୍ରଣ, ପ୍ରକୋପର ହ୍ରାସ ଏବଂ ଏହାର ପରିଣତି […]

ୱାଶିଂଟନ : କରୋନା ଭୂତାଣୁର ସଂକ୍ରମଣ ରୋକିବା ଲାଗି ଉତ୍ତର କୋରିଆ ପ୍ରଶାସନ ବିଶେଷ କରି ଚୀନ୍‌ରୁ ଆସୁଥିବା ଆଗନ୍ତୁକମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଦକ୍ଷିଣ କୋରିଆରେ ଥିବା ଜଣେ ଆମେରିକୀୟ ସାମରିକ ଅଧିକାରୀ ରବର୍ଟ ଆବ୍ରାହାମ୍‌ଙ୍କ ଠାରୁ ଏପରି ଚାଞ୍ଚଲ୍ୟକର ସୂଚନା ମିଳିଛି। ଉତ୍ତର କୋରିଆର ଭୁଶୁଡ଼ିପଡ଼ିଥିବା ସ୍ବାସ୍ଥ୍ୟ ସେବା କୌଣସି ପ୍ରକାର ସଂକ୍ରମଣର ମୁକାବିଲା କରିବାକୁ ଅସମର୍ଥ। ଅପରପକ୍ଷେ, ଚୀନ୍‌ରୁ ଉତ୍ପତ୍ତି […]

ମସ୍କୋ: ରୁଷୀୟ ଆଣବିକ ଶକ୍ତି ସଂସ୍ଥା ରୋଜାଟମ୍‌ ପକ୍ଷରୁ ଗତ ସପ୍ତାହରେ ଏକ ୪୦ ମିନିଟ୍‌ର ଅତ୍ୟନ୍ତ ଗୋପନ ଭିଡିଓକୁ ସାର୍ବଜନୀନ କରାଯାଇଛି। ଏହି ଭିଡିଓରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଉଦ୍‌ଜାନ ବୋମାର ବିସ୍ଫୋରଣ ଚିତ୍ର ରହିଛି। ତିଜାର ବମ୍ବା ବା ତିଜାର ବୋମା ନାମରେ ପରିଚିତ ଏହି ବୋମାକୁ ୧୯୬୧ ମସିହା ଅକ୍ଟୋବର ୩୦ରେ ଉତ୍ତର ମେରୁ ମହାସାଗରର ନୋବାୟା ଜେମଲ୍ୟା ଦ୍ବୀପସମୂହରେ ବିସ୍ଫୋରିତ କରାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ […]

ସାତ ଦଶନ୍ଧିର ତିକ୍ତ ସମ୍ପର୍କ ପରେ ଇସ୍ରାଏଲ-ୟୁଏଇ ରାଜିନାମା ନୂଆଦିଲ୍ଲୀ: ୧୯୪୮ରେ ଇସ୍ରାଏଲ ରାଷ୍ଟ୍ରଗଠନ ଓ ପରବର୍ତ୍ତୀ ସାତ ଦଶନ୍ଧିର ‘କଟୁତିକ୍ତ’ ସମ୍ପର୍କ ପରେ ନିକଟରେ ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଏକ ବୁଝାମଣାରେ ଉପନୀତ ହୋଇଛନ୍ତି। ଏହାଫଳରେ ପଶ୍ଚିମ ଏସିଆ ସମୀକରଣରେ କି ପ୍ରକାର ପରିବର୍ତ୍ତନ ଆସିବ ତାକୁ ନେଇ ସମଗ୍ର ବିଶ୍ବରେ ଉତ୍କଣ୍ଠା ଦେଖାଦେଇଛି। ଆମେରିକା ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ବେଳେ ଉଭୟ […]

Social media & sharing icons powered by UltimatelySocial