ପାଟନା: ବିହାରରେ ମୋତିହାରି ସିକରହନା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୨ ଜଣ ଯାତ୍ରୀ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ଥିବା ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ନିଖୋଜ ଯାତ୍ରୀମାନଙ୍କୁ ଯୁଦ୍ଧକାଳିନଭିତ୍ତିରେ ଖୋଜାଖୋଜି ଜାରି ରଖିଛନ୍ତି।ସୂଚନା ମୁତାବକ, ଏହି ଦୁର୍ଘଟଣା ଶିକାରଗଞ୍ଜ ଥାନା […]

ଭୁବନେଶ୍ୱର: ୪ ଜଣ ଆନ୍ତରାଜ୍ୟ ଏଟିଏମ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କମିସନରେଟ ପୁଲିସ। କାନପୁରର ଏହି ୪ ଜଣ ଏଟିଏମ ଲୁଟେରାଙ୍କୁ ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଥିବା ଜଣାଯାଇଛି। ଏମାନେ ଭୁବନେଶ୍ୱରରେ ଏଟିଏମରୁ ଲୁଟ କରିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ଆଗରୁ ପୁରୀ ଠାରୁ ବାରିପଦା ପର୍ଯ୍ୟନ୍ତ ୩୦ରୁ ଅଧିକ ଏଟିଏମରେ ଲୋକଙ୍କ ଟଙ୍କା ଲୁଟିଥିଲେ ଏହି ୪ ଲୁଟେରା। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା, ଡିଭାଇସ […]

୧୧ଟି ଜିଲ୍ଲାରେ ଆସନ୍ତା ୨ ଦିନ ପାଇଁ ବନ୍ଦ ରହିବ ସ୍କୁଲ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ବାତ୍ୟାର ସମୀକ୍ଷା କରିଛନ୍ତି। ଦିନ ୪ଟା ସୁଦ୍ଧା ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ। ସ୍ଲୋପ୍ ,ମାଟି ଘର, ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ ହେବ। ଗର୍ଭବତୀଙ୍କୁ ପ୍ରଧାନ୍ୟ ଦିଆଯିବ। କୌଣସି ପ୍ରାଣହାନି ଯେପରି ନ ଘଟେ ସେଥିପ୍ରତି ଧ୍ୟାନ […]

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଗୁଲାବ୍’ର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୩୫ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଥିବା ବାତ୍ୟା ଏବେ ୧୬ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ବିଶାଖପାଟଣା ଓ ଗୋପାଳପୁରସ୍ଥିତ ପାଣିପାଗ […]

ଭୁବନେଶ୍ବର : ଢେଙ୍କାନାଳ ଭାପୁର ନିକଟ ନିକାଞ୍ଛନ ସ୍ଥାନରେ ଚୋରା ବନ୍ଧୁକ ତିଆରି କାରଖାନା ଓ ବିକ୍ରି ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଖବର ମିଳିଥିଲା। ଖବର ମୁତାବକ କାରାଖାନା ମାଲିକ ଦୁଇ ବେପାରୀଙ୍କୁ ବନ୍ଧୁକ ବିକ୍ରି କରିବାକୁ ଆସିଥିଲା। ଏସଟିଏଫ୍ ଚଢ଼ଉ କରି ଦୁଇ ବନ୍ଧୁକ ବେପାରୀଙ୍କୁ ଧରିବାକୁ ସକ୍ଷମ ହେଲା। କିନ୍ତୁ କାରଖାନା ମାଲିକ ଫେରାର ହୋଇଗଲା। ଦୁଇ ବେପାରୀଙ୍କ ପାଖରୁ ୧୦ ବନ୍ଧୁକ ଜବତ ହେଲା ସତ, […]

ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସହାୟକ ଭାବେ ପାକିସ୍ତାନ ବିଶ୍ବ ବିଦିତ ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ପରିଷଦ୍‌ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କଶ୍ମୀର ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ଦେବା ଅଧିକାର ସାବ୍ୟସ୍ତ କରି ଭାରତ କହିଛି, ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସହାୟକ ଭାବେ ପାକିସ୍ତାନ ବିଶ୍ବ ବିଦିତ। ଜାତିସଂଘ ସାଧାରଣ ପରିଷଦ୍‌ରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି, ଆତଙ୍କବାଦୀଙ୍କୁ ପାଳନ କରିବା, ସାହାଯ୍ୟ ଦେବା ଓ ସିଧାସଳଖ […]

କେନ୍ଦୁଝର: ଓଡ଼ିଶାର ଜଣେ ଦୁଃସାହସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୨୦ ମିନିଟ୍‌ରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ ଅରିନ୍ଦମଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ତାପରେ ସେଠାରେ ଶୋକାକୁଳ ପରିବେଶରେ ବୈତରଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ […]

ପୁଣି ଚାନ୍ଦିପୁରରେ କ୍ରାଇମବ୍ରାଞ୍ଚର ତନାଘନା,ରିମାଣ୍ଡ ପରେ ଜେଲ୍ ଫେରିଲେ ୫ ଅଭିଯୁକ୍ତ ବାଲେଶ୍ୱର : ଚାନ୍ଦିପୁର ଆଇଟିଆର୍ ନିର୍ଦ୍ଦେଶକଙ୍କ ଗାଡ଼ି ଡ୍ରାଇଭର୍ ଥିବା ଉତ୍ତରପ୍ରଦେଶର ସଚିନ୍ କୁମାର ଛେତା ୩ ଜଣ ଯୁବତୀଙ୍କ ସମ୍ପର୍କରେ ଥିଲା। ଆଇଟିଆରରେ ସ୍ଥାୟୀ କର୍ମଚାରୀ ଥିବା ସଚିନ୍ ନିର୍ଦ୍ଦେଶକଙ୍କୁ ଗାଡ଼ିରେ ବିଭିନ୍ନ ସ୍ଥାନକୁ ନେବା ଆଣିବା କରିଥିବାରୁ ଏହି ସମୟରେ କ୍ଷେପଣାସ୍ତ୍ର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଶୁଣି ସଚିନ୍ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କୁ ବିକ୍ରି […]

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ୍‌ର ୭୬ତମ ଅଧିବେଶନରେ ଉଦ୍‌ବୋଧନ ଦେବା ଲାଗି ଶୁକ୍ରବାର ସନ୍ଧ୍ୟାରେ (ନ୍ୟୁୟର୍କର ସ୍ଥାନୀୟ ସମୟ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସାକ୍ଷାତ୍‌ କରିବା ପରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ‘କ୍ବାଡ୍‌ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାସିଂଟନ୍‌ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ନ୍ୟୁୟର୍କ ସହରରେ […]

ଘଣ୍ଟାପ୍ରତି ୯୦ କିମି ବେଗରେ ଝଟ୍‌କା ଦେବ-କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ବିପଦ ଭୁବନେଶ୍ବର : ଏ ବର୍ଷ ଦ୍ବିତୀୟ ଥର ପାଇଁ ବାତ୍ୟାର ସମୁଖୀନ ହେବାକୁ ଯାଉଛି ଓଡ଼ିଶା। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ରାତିରେ ଅବପାତରେ ପରିଣତ ହୋଇଛି। ଆଜି ଶନିବାର ସକାଳ ସୁଦ୍ଧା ଏହା ଗଭୀର ଅବପାତ‌ରେ ପରିଣତ ହୋଇ ସ୍ଥଳଭାଗମୁହାଁ ହୋଇଛି ଏବଂ ସମୁଦ୍ର […]

Social media & sharing icons powered by UltimatelySocial