ମାଡ୍ରିଡ୍‌: ସପ୍ତାହେବ୍ୟାପୀ ଭୂକମ୍ପନ ପ୍ରକ୍ରିୟା ଜାରି ରହିବା ପରେ ରବିବାର ଦିନ ସ୍ପେନ୍‌ର ଆଟ୍‌ଲାଣ୍ଟିକ୍ ମହାସାଗର ମଧ୍ୟସ୍ଥ ଲା ପ୍ଲାମା ଦ୍ବୀପରେ ରବିବାର ଦିନ ଆଗ୍ନେୟଗିରି ଉଦ୍‌ଗୀରଣ ହୋଇଛି। ନିକାଞ୍ଚନ ପାର୍ବତ୍ୟ ଅଞ୍ଚଳରେ ଥିବା ବାସଗୃହ ଆଡ଼କୁ ଆଗ୍ନେୟଗିରି ଉଦ୍‌ଗୀରଣଜନିତ ଗଳିତଧାତୁ (ଲାଭା) ସ୍ରୋତ ମାଡ଼ି ଯିବାର ଆଶଙ୍କା କରି ସରକାରୀ କର୍ତ୍ତୃପକ୍ଷମାନେ ତୁରନ୍ତ ୧୦୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଥିଲେ। ‘କେନେରି ଆଇଲାଣ୍ଡ୍‌ସ୍‌ ଭଲକାନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌’ ରିପୋର୍ଟ ଅନୁସାରେ, ଦ୍ବୀପର […]

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯୫ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ […]

ଶିଶୁ ରୋଗୀଙ୍କ କ୍ଷୀର, ବିସ୍କୁଟ ଖାଇବା ସହ ପିଲାଙ୍କ ଶଯ୍ୟାରେ ଶୋଉଛନ୍ତି ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏବେ କୁକୁର ଓ ବିଲେଇଙ୍କ ଉତ୍ପାତ ବଢ଼ିଯାଇଛି। ହସ୍ପିଟାଲ ଭିତରେ ନିର୍ଭୟରେ କୁକୁର ଓ ବିଲେଇ ବିଚରଣ କରୁଛନ୍ତି। ଏଥିପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅସୁବିଧାରେ ପଡ଼ୁଛନ୍ତି। ହେଲେ ସବୁ ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିଲେଇଙ୍କ ପ୍ରାଦୁର୍ଭାବ ଯୋଗୁଁ ଶିଶୁ ବିଭାଗରେ […]

ଭୁବନେଶ୍ୱର: ୧୮ ଘଣ୍ଟା ବିତିଯାଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ପାଣି ସୁଅରେ ଭାସିଯାଇ ଟ୍ୟୁସନ ପଢ଼ିବାକୁ ଯାଇଥିବା ଛାତ୍ର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜାଙ୍କୁ ଠାବ କରାଯାଇପାରିନାହିଁ। ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର। ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଭାସି ଯାଇଥିଲେ ଛାତ୍ର ଜଣକ। ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି। ତେବେ […]

ରାଜନନ୍ଦଗାଓଁ: ରାଜନନ୍ଦଗାଓଁ ଜିଲ୍ଲାସ୍ଥିତ ବାସଭବନରେ ରବିବାର ସନ୍ଧ୍ୟାରେ ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ‘ବିଜେପି’ର ବରିଷ୍ଠ ନେତା ରାଜିନ୍ଦର୍‌ ପାଲ୍‌ ସିଂହ ଭାଟିଆଙ୍କ ଶବ ଗୋଟାଏ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିବା ପୁଲିସ ଟିମ୍‌, ରାଜିନ୍ଦର୍‌ଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି। ଛୁରିୟାନା ସହରରେ ଥିବା ୭୨ ବର୍ଷିୟ ରାଜିନ୍ଦର୍‌ ପାଲ୍ ସିଂହ ଭାଟିଆଙ୍କ ଘରୁ ‘ସ୍ୟୁଇସାଇଡ୍‌ ନୋଟ୍‌’ […]

ମାଲକାନଗିରି: ମାଓ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେଣ୍ଟ୍ରାଲ କମିଟିର ମୁଖପାତ୍ର ଅଭୟ ଏହି ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି।ସେ ଏହି ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ଗତ ୧୦ ମାସ ଧରି କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ କୃଷକ ସଂଗଠନ ଆନ୍ଦୋଳନ କରିଆସୁଥିବା ବେଳେ ଏହାକୁ କେନ୍ଦ୍ର […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରେ ଘଟିଛି ଏକ ଅଘଟଣ। ପାଣି ସୁଅରେ ଭାସିଯାଇ ଟ୍ୟୁସନ ପଢ଼ିବାକୁ ଯାଉଥିବା ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର। ପ୍ରବଳ ବର୍ଷା ପରେ ‌ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡିଯିବାରୁ ଭାସି ଯାଇଛନ୍ତି ଛାତ୍ର ଜଣକ। ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି। ଛାତ୍ରଙ୍କୁ ଠାବ କରିବାକୁ ପୋଲିସ ଓ ଅଗ୍ନିଶମବାହିନୀ […]

ନୂଆଦିଲ୍ଲୀ : ଅନଲାଇନ ସପିଂ ୱେବସାଇଟ ଆମାଜନରୁ ବେଶ ସହଜରେ ଓ ସୁବିଧାରେ ଲୋକେ ମନ ମୁତାବକ ଜିନିଷ ଅର୍ଡର କରିଥାନ୍ତି। ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସାମଗ୍ରୀ ଆଉ ତା’ସାଙ୍ଗରେ ଗ୍ରାହକଙ୍କୁ ଭଲ ଅଫର ଯୋଗାଇ ଆମାଜନ ବେଶ ଲୋକପ୍ରିୟ ହୋଇଛି। ତେଣୁ ଏହି ୱେବସାଇଟରେ କିଛି ଖରାପ ସାମଗ୍ରୀ ବିକ୍ରି ହେଉ ତାହା ଚାହୁଁନାହିଁ ଆମାଜନ୍। ସେଥିପାଇଁ ଆମାଜନ ନିଜର ନିୟମକୁ ନେଇ ବେଶ କଠୋର ହୋଇଥିବା […]

ଅସରାଏ ବର୍ଷାରେ ବୁଡ଼ି ଯାଉଛି ଶିଶୁଭବନ ରାସ୍ତା ଭୁବନେଶ୍ବର: ଶିଶୁ ଭବନକୁ ଆସୁ ନାହାନ୍ତି ଡାକ୍ତର। ଡାକ୍ତରଖାନାରେ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ରୋଗୀ ଚିକିତ୍ସା ଚାଲିଛି। ଏହା କୌଣସି ମଫସଲ ଅଞ୍ଚଳର ଡାକ୍ତରଖାନା ନୁହେଁ ବରଂ ରାଜଧାନୀର ନବୀନ ନିବାସ ପାଖରେ ଥିବା ଶିଶୁ ଭବନର ଅବସ୍ଥା। ଡାକ୍ତରଖାନାରେ ଦୁଇ ଜଣ ଡାକ୍ତର ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନା ଡ୍ୟୁଟିରେ ଥିବାବେଳେ ଅନ୍ୟ ଜଣେ ଦୀର୍ଘ ଦିନ […]

ଦୁବାଇ: କୋଭିଡ୍‌ ସଂକ୍ରମଣ ପାଇଁ ଅଧାରୁ ଅଟକିଯାଇଥିବା ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ଚରଣ ଆଜି ପୁନଃଆରମ୍ଭ ହେଉଛି। ଦୁବାଇରେ ରାତି ୭.୩୦ ମିନିଟ୍‌ରେ ଆଇପିଏଲ୍‌ ଇତିହାସର ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁକାବିଲାରୁ ଏହି ଲୋକପ୍ରିୟ ତଥା ଲୋଭନୀୟ ଲିଗ୍‌ ପ୍ରତ୍ୟାବର୍ତ୍ତନ କରୁଛି। ଏଥି ପାଇଁ ଟସ୍‌ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି। […]

Social media & sharing icons powered by UltimatelySocial