ଜାକର୍ତ୍ତା: ଇଣ୍ଡୋନେସିଆର କାକର୍ତାସ୍ଥିତ ଗେଲୋରା ବଙ୍ଗ୍‌ କର୍ନୋ ମେନ୍‌ ଷ୍ଟାଡିୟମ୍‌ରେ ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଦୋଦୋ ଏକ ମନୋଜ୍ଞ ଉତ୍ସବରେ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପରେ ପରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତ ଓ ନୃତ୍ୟର ତାଳେ ତାଳେ ଖେଳାଳିମାନେ ମାର୍ଚ ପାଷ୍ଟ କରିଥିଲେ। ତାରକା ଖଚିତ ଉଦ୍‌ଘାଟନୀ ଉତ୍ସବରେ ଇଣ୍ଡୋନେସିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଆଙ୍ଗନ୍‌, ରାଇସା, […]

ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀ; ଭାରତୀୟ ରାଜନୀତିର ଅଜାତଶତ୍ରୁ। ସେ ଥିଲେ ଏପରି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କୁ ରାଜନୈତିକ ବିରୋଧୀମାନେ ମଧ୍ୟ ପସନ୍ଦ କରିବା ସହିତ ପ୍ରଶଂସା କରୁଥିଲେ। ଏହା ସାଂପ୍ରତିକ ଭାରତ ଇତିହାସରେ ବାଜପେୟୀଙ୍କୁ ଜଣେ ବିରଳ ରାଜନେତାର ସ୍ଥାନ ଦେଇଛିି। ନିଜର ଦୀର୍ଘ ରାଜନୈତିକ ଜୀବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିଭିନ୍ନ ରାଜନୈିତକ ଦଳର ନେତାଙ୍କ ସହିତ ଆଦର୍ଶଗତ ପାର୍ଥକ୍ୟ ଥିଲା ସତ, […]

ନୂଆଦିଲ୍ଲୀ: ଅଗଷ୍ଟ ୧୮ ତାରିଖରୁ ଇଣ୍ଡୋନେସିଆର ଜାକର୍ତା ଏବଂ ପାଲେମବାଙ୍ଗରେ ଖେଳାଯିବାକୁ ଥିବା ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ମଙ୍ଗଳବାର ଯାତ୍ରା କରିଛି। ‘ଆମ ଆଗରେ କେବଳ ଗୋଟିଏ ଲକ୍ଷ୍ୟ, ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ। ଆମେ କେବଳ ସ୍ୱର୍ଣ୍ଣ ପଦକରେ ସନ୍ତୁଷ୍ଟ ହେବୁ, ଏହାଠାରୁ କିଛି କମ୍‌ ନୁହେଁ’ ବୋଲି କହିଛନ୍ତି ଦଳର ବରିଷ୍ଠ ଖେଳାଳି ମନପ୍ରୀତ୍‌ ସିଂହ। […]

ନୂଆଦିଲ୍ଲୀ: ଭାରତୀୟ ଜଳ ସୀମା ମଧ୍ୟରେ ସୁରକ୍ଷାକୁ ନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରତିରକ୍ଷା ବିଭାଗ ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ କ୍ଷମତା ସମ୍ପନ୍ନ ୬ଟି ପାଟ୍ରୋଲିଂ ଜାହଜ କିଣିବା ପାଇଁ ନିଷ୍ପତ୍ତି ନେଇଛି। ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ କ୍ଷମତା ସମ୍ପନ୍ନ ଏହି ୬ଟି ପାଟ୍ରୋଲିଂ ଜାହଜ କିଣା ହୋଇ ଆସିବା ପରେ ସେଗୁଡ଼ିକୁ ଭାରତୀୟ ନୌସେନାରେ ସାମିଲ କରାଯିବ ଏବଂ ସମୁଦ୍ର ମଧ୍ୟରେ ଭାରତୀୟ ଜଳ […]

ସିଟଲ: ସାଧାରଣତଃ କାର, ମୋଟର ସାଇକେଲ, ଟ୍ରକ, ବସ ଚୋରି କଥା ଶୁଣାଯାଇଥାଏ। ମାତ୍ର ଆମେରିକାର ଜଣେ ଯୁବକ ଏକ ବିମାନ ଚୋରି କରି ନେବା ପରି ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ସିଟଲର ସାଲକମା ଆର୍ନ୍ତଜାତିକ ବିମାନବନ୍ଦରରେ ଶନିବାର ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଦେଖଣାହାରୀମନଙ୍କ ସୂତ୍ରରୁ ପ୍ରକାଶ ଯେ ବିମାନବନ୍ଦରରୁ ହରିଜନ କ୍ୟୁ ୪୦୦ ବିମାନଟି ଉଡ଼ାଣ ଭରିବାର କେତେ ସେକେଣ୍ଡ ମଧ୍ୟରେ ତାକୁ ଆମେରିକା ବାୟୁସେନାର […]

ନୂଆଦିଲ୍ଲୀ: ଏଣିକି ପାକିସ୍ତାନୀ ସୈନିକ ଓ ସେନା ଅଧିକାରୀ ଋଷୀୟ ସାମରିକ ପ୍ରଶିକ୍ଷଣ ସଂସ୍ଥାରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇବେ ବୋଲି ନିକଟରେ ଜାଣିବାକୁ ମିିଳିଛି। ଏହି ଦୁଇ ଦେଶ ମଧ୍ୟରେ ଏପରି ସଂପର୍କ ସ୍ଥାପନ ଗତ କିଛି ବର୍ଷ ଧରି ବିଶ୍ୱ ରାଜନୀତିକୁ ପ୍ରଭାବିତ କରି ଆସୁଥିଲା। ରୁଷିଆନ୍‌ ଫେଡରେସନ୍‌(ଆର୍‌ଏଫ୍‌)ର ପ୍ରଶିକ୍ଷଣ ସଂସ୍ଥାରେ ପାକିସ୍ତାନୀ ସୈନିକ ଓ ସେନା ଅଧିକାରୀ ପ୍ରଶିକ୍ଷଣ ନେବା ନେଇ ଗୁରୁବାର ଏହି ଦୁଇ […]

ଡ୍ୟୁରାଙ୍ଗୋ/ମେକ୍ସିକୋ: ଉତ୍ତର ମେକ୍ସିକୋରେ କୁଆପଥର ବୃଷ୍ଟି ସମୟରେ ଉଡ଼ାଣ ଆରମ୍ଭ କରିଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଅାଁ ଲାଗିଯିବାରୁ ଗୁଡ଼ାଏ ଲୋକ ଆହତ ହୋଇଛନ୍ତି ବୋଲି ସମ୍ପୃକ୍ତ ଏୟାର୍‌ଲାଇନ୍‌ ଓ ଯାତ୍ରୀମାନେ ମଙ୍ଗଳବାର ଦିନ କହିଛନ୍ତି। ଡ୍ୟୁରାଙ୍ଗୋ ରାଜ୍ୟପାଳ ଜୋସ୍‌ ରୋଜାସ୍‌ ମିଲେନିଓ ଟେଲିଭିଜନ୍‌ ଚାନେଲ୍‌କୁ କହିଛନ୍ତି, ଯାତ୍ରୀମାନେ କହିଲେ କି, ଅଦ୍ଭୁତ ଢଙ୍ଗରେ ବିମାନ ଆକାଶକୁ ଉଠିବା ସମୟରେ ଦୁର୍ଘଟଣା ଘଟିଲା। ଗୋଟାଏ ବିଲରେ ପଡ଼ି […]

ନୂଆଦିଲ୍ଲୀ: ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିରେ କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଇଟାଲୀକୁ ୩-୦ ଗୋଲ୍‌ରେ ପରାସ୍ତ କରି ଦଳ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛି। ଗତକାଲି ମ୍ୟାଚ୍‌ରେ ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି। ଦଳ ପକ୍ଷରୁ ପ୍ରଥମ ୯ ମିନିଟ୍‌ରେ ଲାଲ୍‌ ରେମିସିଆନି ପ୍ରଥମ ଗୋଲ୍‌ ସ୍କୋର୍‌ କରିଥିଲେ। ୪୫ ମିନିଟ୍‌ରେ ଦ୍ୱିତୀୟ ଗୋଲ୍‌ କରିଥିଲେ ନେହା ଗୋୟଲ। ସେହିପରି ୫୫ ମିନିଟ୍‌ରେ ବନ୍ଦନା […]

ଭୁବନେଶ୍ୱର : ଆଜି ଦେଖାଯିବ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ। ରାତି ୧୦ଟା ୪୪ରୁ ଏହା ଆରମ୍ଭ ହେବ। ରାତି ୧୧ଟା ୫୪ମିନିଟ ପରେ ଆର୍ଥାତ ଆସନ୍ତା ୨୮ତାରିଖ ରାତି ୩ଟା ୪୯ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବାକୁ ମିଳିବ। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ୧ଟାରୁ ଆରମ୍ଭ ହୋଇ ୨ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ, ପ୍ରାୟ ଏକ ଘଣ୍ଟା ୪୩ ମିନିଟ୍‌ ଧରି ଦେଖାଯିବ। […]

ହାରି କେନ୍‌ଙ୍କୁ (ଇଂଲଣ୍ଡ) ସ୍ୱର୍ଣ୍ଣ ଜୋତା, ଲୁକା ମୋଡ୍ରିକ୍‌ଙ୍କୁ (କ୍ରୋଏସିଆ) ସ୍ୱର୍ଣ୍ଣ ବଲ୍‌ ମସ୍କୋ : ରୁଷିଆ ରଣକ୍ଷେତ୍ରରେ ଫ୍ରାନ୍ସର ବାଜିମାତ୍‌। ଆର୍ଜେଣ୍ଟିନା ଓ ଇଂଲଣ୍ଡ ଭଳି ଅଭିଜ୍ଞ ତଥା ଶକ୍ତିଶାଳୀ ଦଳକୁ ଧରାଶାୟୀ କରିଥିବା ଚମତ୍କାରୀ କ୍ରୋଏସିଆକୁ ରବିବାର ଅନୁଷ୍ଠିତ ଫାଇନାଲରେ ୪-୨ ଗୋଲ୍‌ରେ ଧୂଳି ଚଟାଇ ଦ୍ୱିତୀୟବାର ବିଶ୍ୱ ବିଜୟୀ ହୋଇଛି ଫ୍ରାନ୍ସ। ପୂରା ପ୍ରତିଯୋଗିତାରେ ଅପରାଜେୟ ରହି ୩୨ ଦଳିଆ ମସ୍କୋ ମହାସମରର ଶ୍ରେଷ୍ଠ ଦଳ […]

Social media & sharing icons powered by UltimatelySocial