ଭୁବନେଶ୍ୱର: ରାଜଧାନୀର ପ୍ରାୟ ସବୁ ପ୍ରମୁଖ ଛକରେ ରହିଛି ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି। କିନ୍ତୁ କିଛି ହାତଗଣତି ଛକକୁ ବାଦ୍‌ ଦେଲେ ବହୁ ଛକରେ ମହାମନୀଷୀମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ବେଶ୍ ଅଲୋଡ଼ା ଅବସ୍ଥାରେ ଅଛନ୍ତି। ଅଳିଆଗଦାରେ ମଳିନ ପ୍ରତିମୂର୍ତ୍ତି ସବୁ ନିର୍ବିକାର ଭାବେ ଠିଆ ହୋଇଛନ୍ତି। କେଉଁଠି ମୂର୍ତ୍ତିରୁ ରଙ୍ଗ ଉଡ଼ି ଗଲାଣି ତ କେଉଁଠି ଆବର୍ଜନା ପାହାଡ଼ ଓ ବଣବୁଦାରେ ଭିତରେ ଲୁଚି ଗଲେଣି। କାହାର ପିଣ୍ଡି ଭାଙ୍ଗି ଗଲାଣି […]

ଭୁବନେଶ୍ୱର: ପୁରାତନ ପରମ୍ପରା, ରୀତିନୀତି, ଧାର୍ମିକ ଭାବନା, ଚାଲିଚଳଣି ଓ ଯୁଦ୍ଧ ବା ସମରକଳାକୁ ନେଇ ପ୍ରସ୍ତୁତ ଲୋକକଳା ସମସା‌ମୟିକ ସମୟର ମୁକସାକ୍ଷୀ। ଆମ ପ୍ରାଚୀନତା ଓ ପ୍ରାଚୁର୍ଯ୍ୟମୟ ଇତିହାସର ଦସ୍ତାବିଜ ହୋଇ ରହିଯାଏ ଏହି ଲୋକନୃତ୍ୟ ଓ ଲୋକକଳା। କିନ୍ତୁ ସମୟ ସହ ଓ ଆଧୁନିତକାର ଚାକଚକ୍ୟରେ ଧୀରେଧୀରେ ଏହା ଲୁପ୍ତ ହେବାକୁ ବସିଲାଣି। ଏସବୁକୁ ଏବେଠାରୁ ଦସ୍ତାବିଜ କରି ସାଇତି ନ ରଖିଲେ, ଆମ ପୁରାତନତାର ସଂରକ୍ଷଣ […]

ପୁରୁଣା ଭୁବନେଶ୍ୱର: ପ୍ରାଚୀନ ତଥା ପ୍ରସିଦ୍ଧ ଶୈବ ପୀଠରେ ଭରପୂର ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବଙ୍କ ମନ୍ଦିର ହେଉଛି ଏକମାତ୍ର ବିଷ୍ଣୁ ମନ୍ଦିର। ତେଣୁ ଏହି ମନ୍ଦିରର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି। ମାତ୍ର ଦୀର୍ଘ ବର୍ଷ ଧରି ଏହି ମନ୍ଦିରକୁ ସମ୍ଭାଳିଛି ଲୁହା ଖମ୍ବ। ଲୁହା ଖମ୍ବର ଢେରାରେ ମନ୍ଦିର ଠିଆହୋଇ ରହିଛି। ସେହିଭଳି ଏହି ମନ୍ଦିର ପରିସରରେ ଥିବା ମା’ ଲକ୍ଷ୍ମୀଙ୍କ ମନ୍ଦିର ବହୁ ବର୍ଷ ହେଲା […]

ପୁରୁଣା ଭୁବନେଶ୍ବର : ଆସନ୍ତା ୨୩ତାରିଖରେ ଚନ୍ଦନ ଯାତ୍ରା। ଏହି ଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କ ସହ ୨୨ଦିନ ଧରି ଚାପ ଖେଳିବେ। ହେଲେ ବିନ୍ଦୁସାଗରରେ ଏବେ ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇ ରହିଛି। ଚନ୍ଦନଯାତ୍ରାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆଜିଠୁ ପୁଷ୍କରିଣୀରୁ ଦଳ ସଫା ଆରମ୍ଭ କରିଛି। ହେଲେ ଜଗତିକୁ ଆଲୋକ ବ୍ୟବସ୍ଥା ହୋଇନାହିଁ। ଜଗତିକୁ ଥିବା‌ କେବୁଲ୍‌ ଛିଡ଼ି ଯାଇଥିବା ବେଳେ ଏହାକୁ ନୂଆ କରି […]

ଭୁବନେଶ୍ବର: ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଛି। ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳାକୁ ଏଥିଲାଗି ଦାୟୀ କରିଛନ୍ତି। ଯଦି ଏହି ଭଳି ଭାବେ ବିଳମ୍ବରେ ନୀତି ଚାଲେ, ତେବେ ପହଣ୍ଡି ବିଳମ୍ବ ହେବା ସହ ୫ ଟା ବେଳେ ରଥ ଟଣା […]

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାକୁ ପୁଣି ବନ୍ଦ କରାଯାଇଛି। ଖଣ୍ଡଗିରି ଯାତ୍ରା ପୂର୍ବରୁ ବ୍ୟାରିକେଡ୍‌ କରି ଏହି ରାସ୍ତାକୁ ବନ୍ଦ କରାଯାଇଥିଲା। କିନ୍ତୁ ଖଣ୍ଡଗିରି ମେଳା ସରିବା ପରେ ଏଏସ୍‌ଆଇର ଦାୟିତ୍ବହୀନତା ପାଇଁ ବ୍ୟାରିକେଡ୍‌ ସୁରକ୍ଷିତ ରହିପାରିଲାନାହିଁ ଏବଂ ଉକ୍ତ ରାସ୍ତାରେ ଲୋକେ ଯାତାୟାତ କରିବା ଆରମ୍ଭ କରିଥିଲେ। ଏମିତିକି ଭାରୀଯାନ ବି ଚଳାଚଳ ଆରମ୍ଭ ହୋଇଯାଇଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏଏସ୍‌ଆଇର ଚେତା ଫେରିଛି। […]

ପାଇକମାଳ : ନୃସିଂହନାଥ ପୀଠରେ ବୈଶାଖ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ପଦ୍ମପୁର ଭାରାପ୍ରାପ୍ତ ଉପ ଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ଭୋଗମଣ୍ତପ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପାଇକମାଳ ବିଡିଓ ତଥା ମନ୍ଦିର ଟ୍ରଷ୍ଟି ସୁରେନ୍ଦ୍ର ସାହୁ ବୈଶାଖ ମେଳା ଆସନ୍ତା ମେ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ବୋଲି ସୁଚନା ଦେଇଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଗତ […]

ପୁରୁଣା ଭୁବନେଶ୍ୱର: ୨-୩ ଦିନ ଧରି ଚାଲିଥିବା ଡ୍ରାଇଭର୍‌ଙ୍କ ଆନ୍ଦୋଳନ ଯୋଗୁଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ନିର୍ଦ୍ଧାରିତ ସମୟରେ ସରିବା ନେଇ ଆଶଙ୍କା ଦେଖାଦେଇଛି। ଆସନ୍ତା ୨୯ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଥିବା ବେଳେ ଏପର୍ଯ୍ୟନ୍ତ ଅଖ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଅଖ ନିର୍ମାଣ ପାଇଁ ଆବଶ୍ୟକ ତେନ୍ତୁଳି କାଠ ପହଞ୍ଚିବାରେ ବିଳମ୍ବ ହେବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏହାକୁ ନେଇ ଆଜି […]

ଯାଜପୁର: ଆଜି ପବିତ୍ର ବାରୁଣୀ। ଯାଜପୁର ଦଶାଶ୍ୱମେଧ ଘାଟ ପୁଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି। ଏଥିସହିତ ବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି।ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୂପ। […]

କୋଣାର୍କ: କୋଣାର୍କର ଅନତି ଦୂରରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଏକ ଐତିହାସିକ ବୌଦ୍ଧପୀଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସୂଚନା ମୁତାବକ, କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ମାତ୍ର ୬ କିଲୋମିଟର ଦୂରରେ କୁରୁମ ଗ୍ରାମ ରହିଛି। ୭୦ ଦଶକରେ କୁରୁମ ଗ୍ରାମ ବିଦ୍ୟାଳୟର ଶିକ୍ଷକ ବ୍ରଜବନ୍ଧୁ ଦାଶ ବିଦ୍ୟାଳୟ ପରିସରରେ ଗଛ ଲଗାଇବାକୁ ଗାତ ଖୋଳିବା ସବୟରେ ଏହି ସ୍ଥାନରୁ ଖପରା, ପୁରୁଣା ଇଟା ଭଳି ସମାଗ୍ରୀ ପାଇଥିଲେ। କ୍ରମେ […]

Social media & sharing icons powered by UltimatelySocial