ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ଡଙ୍ଗା ମରାମତି ଆରମ୍ଭ : ବିଏମ୍‌ସି କରୁଛି ଦଳ ସଫେଇ

ଡଙ୍ଗା ମରାମତି ଆରମ୍ଭ

ପୁରୁଣା ଭୁବନେଶ୍ବର : ଆସନ୍ତା ୨୩ତାରିଖରେ ଚନ୍ଦନ ଯାତ୍ରା। ଏହି ଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କ ସହ ୨୨ଦିନ ଧରି ଚାପ ଖେଳିବେ। ହେଲେ ବିନ୍ଦୁସାଗରରେ ଏବେ ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇ ରହିଛି। ଚନ୍ଦନଯାତ୍ରାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆଜିଠୁ ପୁଷ୍କରିଣୀରୁ ଦଳ ସଫା ଆରମ୍ଭ କରିଛି। ହେଲେ ଜଗତିକୁ ଆଲୋକ ବ୍ୟବସ୍ଥା ହୋଇନାହିଁ। ଜଗତିକୁ ଥିବା‌ କେବୁଲ୍‌ ଛିଡ଼ି ଯାଇଥିବା ବେଳେ ଏହାକୁ ନୂଆ କରି ଲଗାଇବା ସହ ଜଗତିକୁ ଆଲୋକୀକରଣ କାମ ବାକି ରହିଛି। ମହାପ୍ରଭୁ ସନ୍ଧ୍ୟାରେ ଚାପ ଖେଳି ଜଗତିରେ ଚନ୍ଦନ କୁଣ୍ଡରେ ବିଶ୍ରାମ ନେବେ। ଏଥିସହ ସେଠାରେ ଠାକୁରଙ୍କ ପାଇଁ ଭୋଗ ରନ୍ଧା ହେବ। ଏଥିପାଇଁ ଜଗତିର ଠାକୁର ଘର, ରୋଷ ଓ ବାହାର ପାଚେରିକୁ ଲିଚୁମାଳାରେ ସଜା ହେବ। ଯାତ୍ରାକୁ ଆଉ ମାତ୍ର ୭ଦିନ ରହିଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଅପରପକ୍ଷରେ ଚନ୍ଦନ ଯାତ୍ରା ପାଇଁ ପୁଷ୍କରିଣୀରୁ ୨ଟି ଡଙ୍ଗା ବାହର କରାଯାଇଛି। ଦୁଇ ଡଙ୍ଗା ଯୋଡ଼ା ହୋଇ ଚାପ ଖେଳ ହେବ। ପୁଷ୍କରିଣୀ ମଧ୍ୟରେ ଅଷ୍ଟଚଣ୍ଡୀଙ୍କ ନାମରେ ୭ଘେରା ଡଙ୍ଗା ବୁଲିବ। ଏହି ଚାପ ଖେଳ ପାଇଁ ଦୁଇ ଡଙ୍ଗାକୁ ମରାମତି କରାଯାଇ ଆଲକାତରା ବୋଳା ଆରମ୍ଭ ହୋଇଛି। ଆସନ୍ତା ସୋମବାର ରଙ୍ଗ ଓ ଚିତ୍ର କରାଯିବ। ମନ୍ଦିର କର୍ମଚାରୀ ହେମନ୍ତ ମହାପାତ୍ରଙ୍କ ତତ୍ତ୍ବାବଧାନରେ ୫ଜଣ କର୍ମଚାରୀ ରଙ୍ଗ ଓ ମରାମତି କାମ କରୁଛନ୍ତି।

Share Now:

Kalinga News Beuro

Next Post

ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

Mon Apr 17 , 2023
କଟକ: ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ,। ଏନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ଆଜି ମାଟ୍ରିକ ଖାତା ଦେଖା ସରିଛି। ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦ୍ଦେଶ ରହିଛି। କେବେ ପରୀକ୍ଷାଫଳ ବାହାରିବ କହି ହେବନି, ତଥାପି ମେ ତୃତୀୟ […]
ମାଟ୍ରିକ ପରୀକ୍ଷା ରେଜଲ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial