ମାଗଣା ବ୍ୟବହାର ଓ କୋହଳ ମନୋଭାବର ସମୟ ଶେଷ ହେଉଛି ବୋଲି କହିଲେ ଆଇଟି ମନ୍ତ୍ରୀ ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକର ବ୍ୟବହାର ଲାଗି ‘ମାଗଣା ପାସ୍’ ବ୍ୟବସ୍ଥା ପ୍ରାୟତଃ ଶେଷ ହୋଇଛି। ଏହି ପ୍ଲାଟଫର୍ମ ଉପରେ ସମଗ୍ର ବିଶ୍ୱରେ କଠୋର ଉତ୍ତରଦାୟିତ୍ୱ ଲାଗୁ ହେବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଆମେରିକାରେ ମେଟା ବିରୋଧରେ ୪୦ରୁ ଅଧିକ ରାଜ୍ୟ କରିଥିବା ମାମଲା ପରିପ୍ରେକ୍ଷୀରେ […]

ଗାଜା ସିଟି : ଗାଜାସ୍ଥିତ ଏକ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲ୍‌ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୩୦ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପାଲେଷ୍ଟାନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି। ଉକ୍ତ ଅଟ୍ଟାଳିକାଟି ଜାବାଲିଆ ଶରଣାର୍ଥୀ ଶିବିର ଅନ୍ତର୍ଗତ ଅଲ୍‌-ଶୁହାଦା ଅଞ୍ଚଳରେ ଅବସ୍ଥିତ ଥିଲା। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଆକ୍ରମଣ ଯୋଗୁଁ ଉକ୍ତ ଅଟ୍ଟାଳିକାଟି ଧରାଶାୟୀ ହେବା ସହିତ ତା’ ଆଖପାଖରେ ଥିବା ଗୁଡ଼ାଏ କୋଠା […]

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବ୍ରିଟେନରେ ୪ ବର୍ଷ ନିର୍ବାସନରେ ରହିବାପରେ ଗତଶନିବାର ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସରିଫଙ୍କୁ ତାଙ୍କ ଦଳର କର୍ମକର୍ତ୍ତାମାନେ ଧୁମଧାମରେ ସ୍ବାଗତ କରିଥି‌ଲେ। ନୱାଜ ସରିଫ ୨୦୧୯ରେ ପାକିସ୍ତାନ ଛାଡ଼ି ଦେଇଥ‌ିଲେ। ଆଉ ବ୍ରିଟେନରେ ଯାଇ ବସବାସ କରୁଥିଲେ। ସେଠାରେ ସେ ଗତ ୪ବର୍ଷ ହେବ ରହି ଆସୁଥିଲେ। ନିକଟରେ କୋର୍ଟ ସରିଫଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାପରେ ସେ ଗତକାଲି […]

କରାଚୀ : ପାକିସ୍ତାନରେ ରହୁଥିବା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାରଣ ଜଣକ ପରେ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅଜଣା ବନ୍ଧୁକଧାରୀଙ୍କ ଗୁଳିରେ ମୃତ୍ୟୁବରଣ କରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ ଏହି ମୁଖାପିନ୍ଧା ବନ୍ଧୁକଧାରୀ କିଏ, ସେ ସମ୍ପର୍କରେ ଆଇଏସଆଇ ବି ଟେର ପାଉନାହିଁ। ଶନିବାର ଅଜଣା ବନ୍ଧୁକଧାରୀଙ୍କ ଗୁଳିରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ଦାଉଦ ମଲ୍ଲିକ୍ ମୃତ୍ୟୁବରଣ କରିଛି। ସେ ଜୈଶ-ଏ-ମହମ୍ମଦ ମୁଖ୍ୟ […]

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାକୁ ଲାଗିଥିବା ବେଳେ ମଙ୍ଗଳବାର ଗାଜା ଡାକ୍ତରଖାନା ଉପରେ ରକେଟ୍ ଆକ୍ରମଣ କରାଯାଇଥିଲା। ଏୟାର ଷ୍ଟ୍ରାଇକ୍ ପରେ ଡାକ୍ତରଖାନାରେ ଥିବା ୫୦୦ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏହି ଆକ୍ରମଣ ଇସ୍ରାଏଲ କରିଥିବା ନେଇ ଅଭିଯୋଗ କରାଯାଉଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଇସ୍ରାଏଲ ନୁହେଁ ବୋଲି କହିଛନ୍ତି। ଆଜି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ […]

ନୂଆଦିଲ୍ଳୀ: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆଜି ୧୦ମ ଦିନରେ ପହଞ୍ଚିଛି। ଗାଜାରେ ହମାସ୍‌ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଇସ୍ରାଏଲ ସେନାର ଏକ ବିବୃତି ଅନୁଯାୟୀ, ଲେବାନନ୍‌ରେ ଥିବା ହେଜବୋଲ୍ଲା ଅତଙ୍କବାଦୀଙ୍କୁ ଟାର୍ଗେଟ କରି ସେମାନଙ୍କ ବିଭିନ୍ନ ଆଡ୍ଡା ଉପରେ ଇସ୍ରାଏଲ ରାତିଅଧିଆ ଏୟାର୍‌ଷ୍ଟ୍ରାଇକ୍‌ କରିିଛି। ଲେବାନନ୍‌ର ହେଜବୋଲ୍ଲା ଅଞ୍ଚଳରେ ଥିବା ଆତଙ୍କବାଦୀ ସଂଗଠନର ଠିକଣାକୁ […]

ଗ୍ରାଉଣ୍ଡ୍‌ ଅପରେସନ ଆରମ୍ଭ, ହମାସ୍‌ ପୋଷ୍ଟ୍‌ ଉପରେ ସ୍ଥଳସେନାର ପ୍ରଚଣ୍ଡ ଆକ୍ରମଣ ତେଲ୍‌ ଅଭିଭ୍‌: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ସେନା ବିଶାଳ ସ୍ଥଳ ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ନାଗରିକଙ୍କୁ ଗାଜା ଷ୍ଟ୍ରିପ୍‌ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା ଆଜି ଗାଜାରେ ଅନେକ ହମାସ୍‌ ପୋଷ୍ଟ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଇଛି। ସ୍ଥଳ କ୍ଷେତ୍ରରେ ଲଢ଼େଇ ଆରମ୍ଭ ହେବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ […]

ୱାସିଂଟନ୍‌: ରୁଷ୍‌କୁ ଅସ୍ତ୍ରଶସ୍ତ୍ର ପଠାଇଛି କହି ଆଜି ହ୍ୱାଇଟ ହାଉସ୍‌ ଉତ୍ତର କୋରିଆ ଉପରେ ଦୋଷାରୋପ କରିବା ସହିତ ଏହାର ପ୍ରମାଣ ସ୍ୱରୂପ ‘ସାଟେଲାଇଟ୍‌’ଦ୍ୱାରା ଉତ୍ତୋଳିତ ଫଟୋ ମଧ୍ୟ ସେୟାର୍‌ କରିଛି। ଜାତୀୟ ସୁରକ୍ଷା ପରିଷଦ୍‌ର ମୁଖପାତ୍ର ଜନ୍‌ କିର୍ବି କହିଛନ୍ତି ଯେ, ଅଳ୍ପ କେତେ ସପ୍ତାହ ହେବ ଉତ୍ତର କୋରିଆ ରୁଷ୍‌କୁ ୧୦୦୦ ‘କେଣ୍ଟନର୍‌’ ସାମରିକ ଉପକରଣ ଓ ଆଗ୍ନେୟାସ୍ତ୍ର ଡେଲିଭରି କରିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ସୂଚନା […]

ଭୟରେ ଘର ଛାଡ଼ୁଛନ୍ତି ଲକ୍ଷ ଲକ୍ଷ ଲୋକ ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ଶନିବାର ୮ଦିନ ପୁରିଛି। ବର୍ତ୍ତମାନ ଏହି ଯୁଦ୍ଧ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ହମାସର ଆକ୍ରମଣ ପରେ ‌ଏବେ ପ୍ରତିଶୋଧ ନେବା ଆରମ୍ଭ କରିଛି ଇସ୍ରାଏଲ୍। ଗାଜାରେ ଇସ୍ରାଏଲ୍ ସୈନ୍ୟବାହିନୀ ପ୍ରବେଶ କରି ଗାଜାକୁ ଚାରିପଟୁ ଘେରିବା ଆରମ୍ଭ କରିଛି। ଏୟାର ଷ୍ଟ୍ରାଇକ୍ ସହିତ ଇସ୍ରାଏଲ୍ ସେନା ବର୍ତ୍ତମାନ ଗାଜାରେ […]

ତେଲ୍‌ ଆଭିଭ୍‌: ନିଜ ସୁରକ୍ଷା ପାଇଁ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣାଞ୍ଚଳକୁ ଚାଲିଯିବା ଲାଗି ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ ଆଜି ଗାଜାର ଉତ୍ତରାଞ୍ଚଳରେ ବସବାସ କରୁଥିବା ଜନତାକୁ କହିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ କରିଛି। ଏ ସଂକ୍ରାନ୍ତରେ ଜାତିସଂଘର ଜଣେ ମୁଖପାତ୍ର କହିଛନ୍ତି, ଏଭଳି ବିଜ୍ଞପ୍ତି ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ର ସମ୍ଭାବ୍ୟ ସ୍ଥଳଭାଗ ଆକ୍ରମଣକୁ ସୂଚାଉଛି। ୱାଦି ଗାଜାର ଉତ୍ତରାଞ୍ଚଳରେ ପ୍ରାୟ ୧.୧ ନିୟୁତ ପାଲେଷ୍ଟେନୀୟ […]

Social media & sharing icons powered by UltimatelySocial