ମାଲକାନଗିରି: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ମୃତକର ଶବ ଦିଆନଯିବାରୁ କତାମେଟା ମୁଖ୍ୟରାସ୍ତା ଅବରୋଧ କରି ଗାଁ ଲୋକେ ଏହାର ପ୍ରତିବାଦ କରିଛନ୍ତି। ଜୟପୁର – ମାଲକାନଗିରି ୩୨୬ ନମ୍ବର ଜାତୀୟ […]

ଭୁବନେଶ୍ବର: ରାଜଧାନୀରେ ପୁଣି ଚର୍ଚ୍ଚାରେ ଜଣେ ମାୟାବିନୀ। ଏହି ମାୟାବିନୀଙ୍କ ନାମ ପ୍ରୀତି ଦେଶାଇ। ନିଜ ଘର କର୍ଣ୍ଣାଟକରେ ହୋଇଥିବା ବେଳେ ନିଜକୁ ଉଚ୍ଚଶିକ୍ଷିତା ବୋଲି ପରିଚୟ ଦେଇକି ସେ ଭୁବନେଶ୍ବରରେ ରହୁଥିଲା। ଚନ୍ଦ୍ରଶେଖରପୁର୍ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବି ନିଜ ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଲୁଟିଥିବା ବେଳେ, କର୍ଣ୍ଣାଟକର ଜଣେ କପଡ଼ା ବ୍ୟବସାୟୀ ବି ଏହି ମାୟାବିନୀର ପ୍ରେମ ଜାଲରେ ଫସିଥିବା ଜଣାଯାଇଛି। ବ୍ୟବସାୟୀଜଣକ ବ୍ଲାକମେଲରେ […]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ବର ପାତ୍ରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୦ ଦିନିଆ ରିମାଣ୍ଡରେ ଆଣି ଗୁଡ଼େତୁଡ଼େଇ ପ୍ରଶ୍ନ କରୁଥିବା ଜଣାଯାଇଛି। ଖଗେଶ୍ୱର କାହା କାହାର ନାଁ କହିବ, କାହାର ସମ୍ପୃକ୍ତି କଥା କହିବ, ମନ୍ତ୍ରୀ ବିଧାୟକ ଙ୍କ ନାଁ କହିବ କି, କେବେଠୁ ନାଗ ଚନ୍ଦ ସାମ୍ରାଜ୍ୟ ସହ ସମ୍ପୃକ୍ତ ଥିଲା ସେନେଇ କଣ କହିବ ଖଗେଶ୍ୱର। […]

ରିଆମାଳ: ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗତ ସୋମବାର ଦିନ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ୯ ଜଣ ଶିକାରୀକୁ ଗିରଫ କରିଛି ରିଆମାଳ ପୁଲିସ୍। ସୂଚନା ଅନୁସାରେ ତାର ସଂସ୍ପର୍ଶରେ ସେହି ଗ୍ରାମର ଦେବ ସାହୁ (୫୦)ଙ୍କ ମୃତ୍ୟୁ ହୋଇଥିଲା। […]

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାର ତଦନ୍ତକୁ ଜୋରଦାର କରିଛି। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଆଜି ଇଡି ଗିରଫ କରିଥିବା ଜଣାଯାଇଛି। ଅର୍ଚ୍ଚନାଙ୍କ ସହ ଖଗେଶ୍ୱରଙ୍କ ଏକାଧିକ ବ୍ୟାଙ୍କ ଟ୍ରାଞ୍ଜାକସନ ଲିଙ୍କ୍ ଥିବା ଜାଣିବା ପରେ ଇଡି ତାଙ୍କୁ ଗିରଫ କରିଛି। ଗତକାଲି ଇଡି ପକ୍ଷରୁ ଖଗେଶ୍ୱରଙ୍କ ସୋରୁମ୍ ଓ ଘରେ ଚଢ଼ାଉ କରାଯାଇଥିଲା। ସୂଚନାଯୋଗ୍ୟ, କମିସନରେଟ ପୁଲିସ ଆଖିରେ […]

ନୂଆଦିଲ୍ଲୀ: ଭୋଟରଙ୍କୁ ଲୋଭ ଦେଖାଇବାକୁ ଏବେ ବିଭିନ୍ନ ରାଜନୈତିକ ଦଳମାନେ ବିପୁଳ ଟଙ୍କା ବାଣ୍ଟୁଛନ୍ତି। ବିଶେଷକରି ଚଳିତ ମାସ ଓ ଡିସେମ୍ବରରେ ହେବାକୁ ଥିବା ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ଭୋଟରଙ୍କୁ ପ୍ରଚୁର ଟଙ୍କା ସହ ମଦ ବଣ୍ଟାଯାଉଛି ‌ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଆଉ ନିର୍ବାଚନ ପୂର୍ବରୁ ଏତେ ଟଙ୍କା ଜବତ ହୋଇଛି ଯେ ନିର୍ବାଚନ ଆୟୋଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଖଣ୍ଡଗିରି ଅଞ୍ଚଳରୁ ଏକ ଦମ୍ପତିଙ୍କ ପାଖରୁ ୪ ମାସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ୍‌ ଓ କମିସନରେଟ ପୁଲିସର ଚଢ଼ଉ ବଳରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାକୁ ବିକ୍ରି ନେଇ ଚାଇଲ୍ଡଲାଇନ୍‌ ଓ ଖଣ୍ଡଗିରି ଥାନା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ କହିବା ଅନୁସାରେ ୪ ମାସର ଶିଶୁକନ୍ୟାକୁ ଖଣ୍ଡଗିରି ଅଞ୍ଚଳର […]

ଭୁବନେଶ୍ୱର: ରାଜଧାନୀ ଓ ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ନିଶା ବେପାରୀ କାୟା ବିସ୍ତାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଇପାସ ନିକଟରେ ଜଣେ ନିଶା ବେପାରୀକୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) କାବୁ କରିଛି। ଗିରଫ ଅଭିଯୁକ୍ତ ହେଲା ନୟାଗଡ଼ ଅନ୍ଧାରୁଆର ରାକେଶ ସାମନ୍ତରାୟ। ଏସ୍‌ଟିଏଫ୍‌ ଅଭିଯୁକ୍ତ ଠାରୁ ୨କିଲୋରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି, ଯାହାର ମୂଲ୍ୟ ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ବିଶ୍ୱସ୍ତ […]

ରାଉରକେଲା: ସ୍ଥାନୀୟ ଉଦିତନଗର ପୁଲିସ ଆଜି ଭୋର୍‌ରୁ ୧୬ .୭୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିବା ସହିତ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ବାବୁ ସିଂହ (୫୦)। ସୂଚନା ଅନୁସାରେ ଉଦିତନଗର ପୁଲିସ ପାଟ୍ରୋଲିଂ କରୁଥିଲା ବେଳେ ବେର୍ଜାପାଲି ଅଞ୍ଚଳରେ ଏକ ରୁପେଲି ରଂଗର କାର(ଓଡି ୧୪ ଏବି ୧୨୩୯) ମାଧ୍ୟମରେ ବ୍ରାଉନସୁଗାର ଚାଲାଣ କରାଯାଉଥିବା ନେଇ ସନ୍ଦେହ କରିଥିଲା। ପୁଲିସ କାରକୁ ଅଟକାଇ ଯାଞ୍ଚ କରିବାରୁ […]

ରାଞ୍ଚି: ଝାଡଖଣ୍ଡର ଦୁଇ କଂଗ୍ରେସ ବିଧାୟକ ଏବଂ ସେମାନଙ୍କ ସହଯୋଗୀଙ୍କ ସମେତ କିଛି ବ୍ୟବସାୟୀଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଆୟକର ବିଭାଗ ପ୍ରାୟ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେନାମୀ କାରବାର ଏବଂ ପୁଞ୍ଜି ବିନିଯୋଗ ବାବଦରେ ଜାଣିବାକୁ ପାଇଛି। ଏନେଇ ଆୟକର ବିଭାଗ କହିଛି ଯେ ନଭେମ୍ବର ୪ରେ ରାଞ୍ଚି, ଗୋଡା, ବେରମୋ, ଦୁମକା, ଜାମସେଦପୁର, ଚାଇବାସା, […]

Social media & sharing icons powered by UltimatelySocial