ରିଆମାଳ ପୁଲିସକୁ ବଡ଼ ସଫଳତା : ୯ ଜଣ ଶିକାରୀ ଗିରଫ

ବନ୍ୟଜନ୍ତୁ ଶିକାର

ରିଆମାଳ: ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗତ ସୋମବାର ଦିନ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ୯ ଜଣ ଶିକାରୀକୁ ଗିରଫ କରିଛି ରିଆମାଳ ପୁଲିସ୍। ସୂଚନା ଅନୁସାରେ ତାର ସଂସ୍ପର୍ଶରେ ସେହି ଗ୍ରାମର ଦେବ ସାହୁ (୫୦)ଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳେ ପରିବାର ଓ ଗ୍ରାମବାସୀ ଜାଣିଥିଲେ।ସଙ୍ଗେ ସଙ୍ଗେ ଦେବର ପୁଅ କୁନା ସାହୁ(୨୫) ରିଆମାଳ ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ସଦଳବଳେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ଦେବଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିଲା। ୧୦ ଜଣ ଶିକାରୀ ମିଶି ଏପରି ବେଆଇନ ଭାବେ ଶିକାର ପାଇଁ ତାର ବିଛାଇଥିବା ପକ୍ଷରୁ ପୁଲିସ୍ ତଦନ୍ତରୁ ଜାଣିଥିଲା। ଏହି ମାମଲା ନିଜେ ଥାନା ଅଧିକାରୀ ଶ୍ରୀମତୀ ପ୍ରଧାନ ହାତକୁ ନେଇ ତଦନ୍ତ ଚଳାଇଥିଲେ। ନିଶାବିରା ନିକଟସ୍ଥ କାଇଁସର ଗ୍ରାମର ଶିକାରୀ ଏଥିରେ ସାମିଲ ଥିବା ଜଣା ପଡ଼ିଥିଲା। ଘଟଣା ଘଟାଇ ଶିକାରୀମାନେ ନିଶାବିରା ପାଣୁନାଳୀ କଣ୍ଟା ଜଙ୍ଗଲରେ ଲୁଚି ଶିକାର କରୁଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଶନିବାର ସକାଳ ୯ଟା ୪୫ରେ ଥାନା ଅଧିକାରୀଙ୍କ ସହ ୧୦ ଜଣ ପୁଲିସ ବଳ ଧରି ଉକ୍ତ ସ୍ଥାନରେ ପହଞ୍ଚି ଚଢାଉ କରିଥିଲେ। ଦୁଇ ଦଳ ହୋଇ ଶିକାରୀମାନେ ଲୁଚି ରହିଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବରେ ସକ୍ଷମ ହୋଇଥିଲା। ସେମାନେ ହେଲେ ସେହି ଗ୍ରାମର ବିଷ୍ଣୁ ପ୍ରଧାନ(୩୭),ତଅଁଳୁ ସାହୁ(୨୫),ପ୍ରତାପ କିସାନ(୨୬)(ବାଙ୍ଗୁରୁ),ତନୁ ପ୍ରଧାନ(୩୫),ବିକାଶ କିସାନ(୨୮),କାଇଁସର ଗ୍ରାମର ଅର୍ଜୁନ ପ୍ରଧାନ(୩୬),ପ୍ରମୋଦ ପ୍ରଧାନ(୩୫)(ପରି),ନିଶାବିରା ନୁଆଁସାହିର ମାନସ ସାହୁ(୩୨) ଓ ବାବୁଲି ସାହୁ (୩୫)। ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ,ଟାଙ୍ଗିଆ, ୫ଶହ ମିଟର ବିଦ୍ୟୁତ ତାର, ୧ଶହ ମିଟରର ଆଲୁମିନିୟମ୍ ତାର,ବିଦ୍ୟୁତ ତାର ରେ ହୁକ ପାଇଁ ବ୍ୟବହାର ହେଉଥିବା ବାଉଁଶ,କାଠ ଓ ବାଉଁଶରେ ତିଆରି ୧୬ଟି କାଠି,୩ଟି ମୋବାଇଲ ଫୋନ,୬ଟି ଖାଲି ବିଅର ବୋତଲ୍, ୨୨ଲିଡ୍ ପ୍ଲେଟ୍ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ ପଚରାଉଚରା କରାଯାଉଛି।

Share Now:

Kalinga News Beuro

Next Post

‘ୟୁରିଆ ଲୁଟ୍‌’ରେ ଶେଷ ହେଲା ସାର ପାଇଁ ପ୍ରତିବାଦ : ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକଙ୍କ ନାଁରେ ମାମଲା

Sat Nov 12 , 2022
ଭୋପାଳ: ମଧ୍ୟପ୍ରଦେଶର ରତ୍‌ଲାମ୍‌ ଜିଲ୍ଲାସ୍ଥିତ ସାର ବଣ୍ଟନ କେନ୍ଦ୍ରରୁ ୟୁରିଆ ‌ଚୋରି ଅଭିଯୋଗରେ ଜଣେ କଂଗ୍ରେସ ବିଧାୟକ ଏବଂ ଅନ୍ୟ କେତେଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ଉକ୍ତ ଘଟଣାରେ ଆଲୋଟ୍‌ ନିର୍ବାଚନ ମଣ୍ଡଳୀର ବିଧାୟକ ମନୋଜ ଚାୱଲା, କଂଗ୍ରେସ ନେତା ଯୋଗେନ୍ଦ୍ର ସିଂହ ଜାଡୋନ୍‌ ଏବଂ ଆଉ କେତେ ଜଣଙ୍କୁ ଅଭିଯୁକ୍ତ କରାଯାଇଛି ବୋଲି ସାମ୍ବାଦିକମାନଙ୍କୁ ପୁଲିସ […]
‘ୟୁରିଆ ଲୁଟ୍‌’ରେ ଶେଷ ହେଲା ସାର ପାଇଁ ପ୍ରତିବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial