ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଅଟକ ଯୁବକଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ୍‌ ହାତିମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଦାରିଙ୍ଗବାଡିସ୍ଥିତ ଡ. ବି.ଆର୍‌ ଆମ୍ବେଦକର କଲେଜରେ ଥିବା […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୭୧ ସଙ୍ଗରୋଧ କେନ୍ଦ୍ରର ଓ ୮ଜଣ ସ୍ଥାନୀୟ ବ୍ୟକ୍ତି ଥିବା ଜଣାଯାଇଛି। ଆଜି ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ କରୋନା ଛୁଇଁଲା ପରେ କରୋନା ଆକ୍ରାନ୍ତ […]

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଜଣେ ଜିଜିପି କଲୋନି ନିକଟସ୍ଥ ବାଲିଆପଠା ବସ୍ତିର ବାସିନ୍ଦା। ମିଳିଥିବା ସୂଚନା ଅନୁଯା‌ୟୀ, ବାଲିଆପଠା ବସ୍ତିର ଏହି ଆକ୍ରାନ୍ତ ଜଣଙ୍କ ତିନି ଦିନ ତଳେ ଗଞ୍ଜାମ ଜିଲ୍ଲାରୁ ଫେରିଥିଲେ। ସେ ଜଣେ ଶ୍ରମିକ ହୋଇଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ କାମଧନ୍ଦା ନ ମିଳିବାରୁ ନିଜ ଗାଁକୁ ପଳାଇଥିଲେ। ତିନି ଦିନ ତଳେ ସେ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାଯାଇଛି। କାରଣ ଆଗରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ କେବେ ବି ଚିହ୍ନଟ ହୋଇ ନ […]

ଭୁବନେଶ୍ୱର: ଆଜି ଓଡ଼ିଶା ସରକାର ପ୍ରବାସରୁ ଫେରୁଥିବା ଓଡ଼ିଆଙ୍କ ପାଇଁ କ୍ଵାରେଣ୍ଟିନ୍ ନିୟମ ପରିବର୍ତ୍ତନ କରିଛନ୍ତି। ଏବେ ପ୍ରବାସ ଫେରନ୍ତା ଓଡ଼ିଆମାନେ ୧୪ ଦିନିଆ କ୍ଵାରେଣ୍ଟିନ୍‌ରେ ରହିବେ। ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳମାନେ ଏହାକୁ ପ୍ରଣୟନ କରିବେ। ଆଜି ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ୍ କମିସନର୍‌ଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଆଦେଶନାମା ଅନୁସାରେ, ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସ ଫେରନ୍ତାମାନେ ବାଧ୍ୟତାମୂଳକ ଭାବେ ୭ ଦିନ ସରକାରୀ କ୍ଵାରେଣ୍ଟିନ୍‌ରେ ରହିବେ। […]

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍‌ ଅଭି‌ନେତା କିରନ କୁମାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ନିଜକୁ ୧୦ ଦିନ ଧରି ସେଲ୍‌ଫ କ୍ଵାରେଣ୍ଟାଇନରେ ରଖିଥିଲେ। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଅଭିନେତା ଜଣକ ନିଜେ କରୋନା ଭାଇରସ୍‌ ଆକ୍ରାନ୍ତ ବୋଲି ଖୁଲାସା କରିଛନ୍ତି। ସେ ତାଙ୍କର ଭିନ୍ନ ଏକ ଅସୁସ୍ଥତା କାରଣରୁ ହସ୍ପିଟାଲ୍‌ ଯାଇଥିଲେ ଓ ସେଠାରେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ୬୭ଜଣଙ୍କ ମଧ୍ୟରୁ ୬୦ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୪ଜଣ ହୋମ୍ କ୍ଵାରେଣ୍ଟାଇନରେ ଏବଂ ୩ଜଣ ସ୍ଥାନୀୟ ଲୋକ ଅଛନ୍ତି। ଆଜି ପୁରୀ ଜିଲ୍ଲାରୁ […]

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ଟ୍ରାଫିକ୍‌ରେ ଭିଡ଼ ବଢ଼ିଛି। ତାଲାବନ୍ଦ କଟକଣା‌ରେ ମାତିଥିବା ପୁଲିସ୍ ମଧ୍ୟ ଅନେକାଂଶରେ ଚାପମୁକ୍ତ ହୋଇଛି। ତେଣୁ ଆଜିଠାରୁ କମିସନରେଟ୍‌ ପୁଲିସ ପକ୍ଷରୁ ପୁଣିଥ‌ରେ ଉଲ୍ଲଙ୍ଘନକାରୀଙ୍କୁ ଧରପଗଡ଼ ଆରମ୍ଭ ହୋଇଯାଇଛି। ସହିଦନଗର ଥାନାର ବିଭିନ୍ନ ଅଞ୍ଚଳରେ ଆଜି ଚଢ଼ଉ ହୋଇଛି। ବିନା‌ ମାସ୍କ, ବିନା ହେଲ୍‌ମେଟ୍‌, ତାଲାବନ୍ଦ ସମୟରେ ସାମାଜିକ ଦୂରତ୍ୱ କଟକଣା ଉପରେ ଆଜି ଜୋରଦାର ଚଢ଼ଉ ହୋଇଛି। ଶନିବାର ପାଖାପାଖି […]

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ଥିବାବେଳେ ଭାରତରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ କିଛି ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ପିଏମ କେୟାର୍ସ ଫଣ୍ଡ ଗଠନ କରିଥିବା ବେଳେ ଦେଶବାସୀଙ୍କୁ ଏଥିରେ ଦାନ ଦେବା ପାଇଁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଅନେକ […]

ଭୁବନେଶ୍ୱର: ଆଜି ରାଜ୍ୟରେ ୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ ୮୨୬ଟି ସକ୍ରିୟ ସଂକ୍ରମିତ ରହିଥିବାର ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରୁ ସୂଚନା ମିଳିଛି। ନୂଆ କଥା ହେଲା, କରୋନା ସଂକ୍ରମଣ ଛୁଇଁ ନ ଥିବା ନବରଙ୍ଗପୁର ଓ […]

Social media & sharing icons powered by UltimatelySocial