ପୂର୍ବରୁ ବିରିୟାନି ଡେଲିଭରି ବଏ ହୋଇଥିଲେ ଆକ୍ରାନ୍ତ ଚନ୍ଦ୍ରଶେଖରପୁର: କିଛି ଦିନ ପୂର୍ବରୁ ରାଜଧାନୀର ଜଣେ ବିରିୟାନି ଡେଲିଭରି ବଏ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏବେ ଏକ ଗ୍ୟାସ୍‌ ଏଜେନ୍ସିର ଷ୍ଟୋର୍‌ କିପର୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ଚନ୍ଦ୍ରଶେଖର ଅଞ୍ଚଳରେ ସଂପୃକ୍ତ ଯୁବକଜଣକ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସଂପୃକ୍ତ ଏଜେନ୍ସିରୁ କାହା କାହା ଘରକୁ ଗ୍ୟାସ୍‌ ଡେଲିଭରି ହୋଇଛି ତାହାର […]

କଟକ: ଓଡ଼ିଶାରେ ଲକଡାଉନ ସମୟରେ ମଦର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଅବକାରୀ ବିଭାଗ ପକ୍ଷରୁ ଏ ନେଇ ଓଡ଼ିଶା ଅବକାରୀ ନିୟମ-୨୦୧୭ରେ ଆବଶ୍ୟକୀୟ ପରିବର୍ତ୍ତନ ଅଣାଯାଇଛି। ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନୀ ଗ୍ରାହକଙ୍କୁ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ଦେଇପାରିବେ। ଭାରତ ତିଆରି ବିଦେଶୀ ମଦ ଓ ବିୟର ଏହି ଦୋକାନ ଜରିଆରେ ଗ୍ରାହକଙ୍କ ଘରେ ପହଞ୍ଚାଯିବ। […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୮୦ଜଣ ସଙ୍ଗରୋଧରେ ଥିବା ଜଣେ କଣ୍ଟେନମେଣ୍ଟ ଜୋନର ଓ ୫ଜଣ ସ୍ଥାନୀୟ ଲୋକ ଥିବା ଜଣାଯାଇଛି।ଆଜି ପୁରୀରୁ ୩ ଜଣ ଓ କଟକ ଜିଲ୍ଲାରୁ ୧୧ ଜଣ […]

ଭୁବନେଶ୍ୱର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୫୧ ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀରୁ ଚିହ୍ନଟ ଆକ୍ରାନ୍ତଜଣକ ପଶ୍ଚିମବଙ୍ଗ ଫେରନ୍ତା। ଗଞ୍ଜାମର ୪ଜଣଙ୍କ ମଧ୍ୟରୁ ୩ ସୁରତ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଅନୁଗୁଳରୁ ଚିହ୍ନଟ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଯେଉଁ ନୂଆ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଏହି ୭୪ଜଣଙ୍କ ମଧ୍ୟରୁ ୪୪ଜଣ ହେଉଛନ୍ତି ଗୁଜୁରାଟ ଫେରନ୍ତା। ଏଥିମଧ୍ୟରୁ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଲୋକ ଗୁଜୁରାଟ ଫେରନ୍ତା। ଠିକ୍ ସେହିପରି […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେ ଖୋର୍ଦ୍ଧା ଜିଲ୍ଲାର ଏବଂ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ କଟକର ୭୫ବର୍ଷର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ। ତାଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଥିବା ସହିତ ନିଶ୍ଵାସ ପ୍ରଶ୍ଵାସରେ ସମସ୍ୟା ରହିଥିଲା। ଗତ ୧୭ତାରିଖରେ ଭୁବନେଶ୍ୱର ଏମ୍‌ସରେ ତାଙ୍କୁ ଭର୍ତି […]

ଜଣେ କିମ୍ବା ଦୁଇ ଜଣ କରୋନା ଆକ୍ରାନ୍ତ ହେଲେ ପୂରା କାର୍ଯ୍ୟାଳୟକୁ ବନ୍ଦ କରିବା ଅନାବଶ୍ୟକ ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଦେଶରେ ତୃତୀୟ ଲକ୍‌ଡାଉନ୍‌ ଉଠିବା ପରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ‌ହୋଇଛି। ଏହି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଅନେକ କିଛି ପରିବର୍ତ୍ତନ ଆସିଥିବା ବେଳେ କାର୍ଯ୍ୟକ୍ଷେତ୍ରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିୟମାବଳୀ‌ ଜାରି କରାଯାଇଛି। ଏହି […]

ଭୁବନେଶ୍ୱରକୁ ଲେଉଟିଲା କରୋନା ଭୁବନେଶ୍ୱର :ରାଜ୍ୟରେ ମଙ୍ଗଳବାର ଚିହ୍ନଟ ୧୦୨ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ ସରକାର ପ୍ରଦାନ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଏମାନଙ୍କ ଭିତରୁ ୪୬ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଏଥିମଧ୍ୟରୁ ଯାଜପୁରର ୩୦, ଭଦ୍ରକର ୧୨, ଅନୁଗୁଳର ୨ ଏବଂ ସମ୍ବଲପୁରର ୨ଜଣ ଅଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ ବୋଲି ସରକାର ତଥ୍ୟ […]

ଭୁବନେଶ୍ୱର:ରାଜ୍ୟରେ ଜଣେ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ଭୁବନେଶ୍ୱର-କଟକ ପୁଲିସ କମିସନ୍‌ରେଟ୍‌ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ପ୍ରାପ୍ତ ତଥ୍ୟ ଅନୁସାରେ, ଛୁଟିରେ ଥିବା କମିସନ୍‌ରେଟ୍‌ ପୁଲିସର ଜଣେ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ନମୁନା ପଜିଟିଭ୍‌ ଆସିଥିଲା। କରୋନା ଆକ୍ରାନ୍ତ ହୋଇଥିବା କର୍ମଚାରୀଙ୍କ ବୟସ ୩୬ବର୍ଷ। ତେବେ ତାଙ୍କ ଠାରେ କରୋନାର […]

ଭୁବନେଶ୍ୱର: ପ୍ରତିଦିନ ଶହଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଆସୁଛନ୍ତି ଓ ଓଡ଼ିଶା ହୋଇ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, କୌଣସି ଶ୍ରମିକ ଚାଲି ଚାଲି ଯିବେନି। ସେଥିପାଇଁ ବସ୍‌ରେ ନିଆଯାଉଛି। କିନ୍ତୁ ଏହା ଏବେ ଜାତୀୟ ରାଜପଥ କଡ଼ରେ ରହୁଥିବା ଲୋକଙ୍କ ପାଇଁ ଚିନ୍ତା ପାଲଟିଛି। ଖାସ୍‌ କରି ରାଜଧାନୀ ପାଇଁ। ବାହାର ରାଜ୍ୟରୁ ବହୁ ବସ୍‌ରେ ପ୍ରବାସୀ ଶ୍ରମିକ ଆସୁଥିବାବେଳେ ସେମାନେ ଝାଡ଼ା, […]

Social media & sharing icons powered by UltimatelySocial