ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରାରେ ହେବାକୁ ଥିବା କିମ୍ଭୀରା ନାଳ ବ୍ରିଜ୍‌ ନିର୍ମାଣ ପାଇଁ ବାଟ ଫିଟିଛି। ଏହି ବ୍ରିଜ୍‌ ନିର୍ମାଣ ପାଇଁ ବର୍ଷେ ହେଲା ବାଧକ ସାଜିଥିବା ଜବରଦଖଲକୁ ଆଜି ଉଚ୍ଛେଦ କରାଯାଇଛି। ପ୍ରାୟ ୪ ହଜାର ବର୍ଗଫୁଟ ଜମିରେ ଥିବା ୧୨ଟି ଦୋକାନକୁ ଭାଙ୍ଗି ଦିଆଯାଇଛି। କମିସନରେଟ୍‌ ପୁଲିସର ସହଯୋଗରେ ବିଡିଏ ଏହି ଜବରଦଖଲ ଉଚ୍ଛେଦ କରିଛି।ପାଣ୍ଡରା ମୌଜା ରାସ୍ତା ପାଖ ୩୮୬୧ ନମ୍ବର ପ୍ଲଟରେ ଜବରଦଖଲ […]

ଆୟୁଷ ନିର୍ଦ୍ଦେଶକଙ୍କ ମତାମତ ସତ୍ତ୍ୱେ ନିଷ୍ପତ୍ତି ନିଆଯାଉନାହିଁ, ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ସଂଘ ଭୁବନେଶ୍ୱର: ରାଜ୍ୟର ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ପାଇଁ ସରକାର ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଆୟୁଷ ନିର୍ଦ୍ଦେଶକ ସରକାରଙ୍କୁ ଏ ନେଇ ସୁପାରିଶ କରିସାରିଛନ୍ତି। ତଥାପି, ଏଥିପ୍ରତି ସମ୍ବେଦନଶୀଳ ହୋଇନାହାନ୍ତି ବୋଲି ରାଜ୍ୟ ହୋମିଓପାଥି ସରକାରୀ ସେବାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଓଡ଼ିଶା […]

ହରିଆଣାର ପ୍ରଦୀପ ସିଂହ ସର୍ବଭାରତୀୟ ଟପର୍‌ ଭୁବନେଶ୍ବର: ୟୁପିଏସ୍‌ସି ଦ୍ବ‌ାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ଫଳାଫଳ ଆଜି ପ୍ରକ‌ାଶ ପାଇଛି। ହରିଆଣାର ସୋନପତ ଜିଲ୍ଲା ବାସିନ୍ଦା ପ୍ରଦୀପ ସିଂହ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ପ୍ରଦୀପଙ୍କ ପଛକୁ ଯତିନ୍‌ କିଶୋର ଓ ପ୍ରତିଭା ବର୍ମା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଶୀର୍ଷରେ ରହିଥିବା ପ୍ରଥମ ୨୬ ଜଣଙ୍କ ଭିତରେ ୧୩ ଜଣ ପୁରୁଷ ଓ […]

ଭୁବନେଶ୍ୱର : ରାଜଧାନୀର କୌଣସି ହୋଟେଲ, ଠେଲା, ଷ୍ଟଲ୍‌ ନିକଟରେ ଛିଡ଼ା ହୋଇ ଖାଇବାକୁ ବିଏମ୍‌ସି ଅନୁମତି ଦେଇନି। କେବଳ ସେମାନେ ପାର୍ସଲ ଦେଇପାରିବେ। ଯଦି କେହି ଠେଲା ବା ରାସ୍ତା କଡ଼ ଦୋକାନରେ ଛିଡ଼ା ହୋଇ ଖାଉଥିବା ଦେଖାଯିବ ତେବେ ଉକ୍ତ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ ସହ ସିଲ୍‌ କରାଯିବ। ଏନେଇ ବିଏମ୍‌ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଖୁବ୍‌ ଶୀଘ୍ର ଜୋନାଲ ଡେପୁଟି କମିସନରମାନେ ଏନେଇ […]

ଜଗନ୍ନାଥପ୍ରସାଦ : ଘଣ୍ଟାଏ ନୁହେଁ କି ୨ ଘଣ୍ଟା ନୁହେଁ, ଦୀର୍ଘ ୯ ଘଣ୍ଟା କାଳ ଧରି ଅଟୋରେ ପଡ଼ି ରହିଥିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଶବ। କାନ୍ଦି କାନ୍ଦି ଲୋଟି ପଡ଼ୁଥିଲେ ପତ୍ନୀ। ହେଲେ କରୋନା ମହାମାରୀର ଭୟ ଏମିତି ଘାରିଥିଲା ଯେ ଶବକୁ କାନ୍ଧ ଦେବା ତ ଦୂରର କଥା, ଅଟୋରୁ ଓହ୍ଲାଇ ଘର ବାରଣ୍ଡାକୁ ଆଣି ଦେବାକୁ କେହିବି ଉଚିତ୍ ମଣି ନଥିଲେ। ଯେଉଁ ଶିକ୍ଷକ ଦିନେ […]

ମୁମ୍ବାଇ ସଂଗରୋଧରେ ବିହାର ପୋଲିସ,ଜୋର ଧରିଲା ସିବିଆଇ ତଦନ୍ତ ଦାବି ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଦେଢ଼ ମାସ ହୋଇ ଯାଇଥିଲେ ମଧ୍ୟ ଏହା ପଛର ପ୍ରକୃତ ରହସ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ତେବେ ଗତକିଛି ଦିନ ହେଲା ଏହାକୁ ନେଇ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି, ଯାହାକି ସୁଶାନ୍ତଙ୍କ ମୃତ୍ୟୁକୁ ନୂଆ ମୋଡ଼ ଦେଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ […]

ଭୁବନେଶ୍ୱର : ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ କରାଯିବ। ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଏ ନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ନେତା ଓ କର୍ମୀମାନଙ୍କ ମତାମତ ନିଆଯାଇଛି। ଲୋକଙ୍କ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ବ ଦେଇ ଏଣିକି ଗଣ ଆନ୍ଦୋଳନ କରିବାକୁ ଆଲୋଚନାରେ ସ୍ଥିର କରାଯାଇଛି। ସଂଗଠନର ଜାତୀୟ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ […]

ଭୁବନେଶ୍ୱର : କରୋନା ସଂକ୍ରମଣ ଗଞ୍ଜାମରେ ଭୟଙ୍କର ରୂପ ନେଲାଣି। ସେଠି ବର୍ତ୍ତମାନ‌ ଅସମ୍ଭାଳ ସ୍ଥିତି ଉପୁଜିଛି। ସରକାରଙ୍କ ଘୋଷଣା ମୁତାବକ କାର୍ଯ୍ୟ ହେଉନି। ଗଞ୍ଜାମର କୋଭିଡ୍‌ ପରିଚାଳନାକୁ ନେଇ ଏପରି ଉଦବେଗ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସଂକ୍ରମିତ ବ୍ୟକ୍ତିଙ୍କ ପରୀକ୍ଷା ଠିକ ଭାବେ ହେଉନି କି ଗ୍ରାମାଞ୍ଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଗତକାଲି ଏକ ପ୍ରେସ୍‌ […]

ଭୁବନେଶ୍ୱର: ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜିଠୁଁ ଚାଲିବ ମୋ ବସ୍‌। ଅତି ଗୁରୁତ୍ୱପୂର୍ଣ୍ଣ ୮ଟି ରୁଟରେ ନନ୍‌ ଏସି ବସ୍‌ ସେବା ଚାଲିବ ବୋଲି ଜଣାପଡ଼ିଛି। ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଳ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂସ୍ଥା ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରୀଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ସେବା ମିଳିବ। ରୁଟ ନଂ ୧୧, […]

ଭୁବନେଶ୍ୱର: କରୋନା ଯୋଗୁଁ କଳାକୁ ପେସା କରି ଚଳୁଥିବା ଶିଳ୍ପୀକୁଳ ଭାଙ୍ଗି ପଡ଼ିଛନ୍ତି। ବ୍ୟବସାୟ ପାଇଁ ବାଟ ବନ୍ଦ ‌ହୋଇଯାଇଛି। ତେବେ ଇତିମଧ୍ୟରେ ସରକାର କଟକଣା କୋହଳ କରିବାରୁ ଏକାମ୍ର ହାଟକୁ ସାହାରା କରି ପଡ଼ି ରହିଥିବା ଶିଳ୍ପୀକୁଳ ଆଜି ଆସି ବ୍ୟବସାୟ କେନ୍ଦ୍ର ଖୋଲିଥିଲେ। ମାତ୍ର ଦେଖିବା ବେଳକୁ ବିଦ୍ୟୁତ ଓ ପାଣି ସଂଯୋଗ ବିଛିନ୍ନ ହୋଇଯାଇଥିଲା। ଇଡ୍‌କୋ ହାତରୁ ଏହି ହାଟର ଭାଗ୍ୟ ତଥା ପରିଚାଳନା ଭାର […]

Social media & sharing icons powered by UltimatelySocial