କ୍ବା‌ରେଣ୍ଟିନ୍‌ ସମୟକୁ ଛୁଟି ଭାବେ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଆଗ ଧାଡ଼ିର ଯୋଦ୍ଧା ତଥା ଡାକ୍ତରମାନଙ୍କ ଦରମା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ‌୍ ପୁଣିଥରେ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଠିକ୍‌ ସମୟରେ ଦରମା ସୁନିଶ୍ଚିତ କରିବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଏନେଇ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରନ୍ତୁ […]

କଟକ : କରୋନା ସମୟରେ ଅଭିଯୁକ୍ତଙ୍କ ଗିରଫଦାରୀ ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଗିରଫ ହେଉଥିବା କେତେକ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ କିଭଳି ସତର୍କତା ପାଳନ କରାଯିବ, ସେ ସମ୍ପର୍କରେ ପୁଲିସ ଡିଜି ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। ଏ ସମ୍ପର୍କରେ ଆଜି ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି, ଜିଲା ଏସ୍‌ପି/ଡିସିପି ଏବଂ କଟକ ଓ ରାଉରକେଲା ରେଳବାଇ ଏସ୍‌ପି ସହିତ ଭିଡିଓ […]

ନ୍ୟୁୟର୍କ: ବିଶ୍ବରେ ସମ୍ପ୍ରତି କୋଟିଏ ୭୨ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୭୨ ହଜାର ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍‌-୧୯ ପାଇଁ ଦାୟୀ କରୋନାଭୂତାଣୁ ସାର୍ସ-କୋଭ୍-୨ ଦଶନ୍ଧି ଦଶନ୍ଧି ଧରି ବାଦୁଡ଼ିଙ୍କ ରକ୍ତରେ ସଂଚରିତ ହୋଇଆସୁଛି ବୋଲି ଏକ ସଦ୍ୟ ଗବେଷଣାରୁ ଜଣାଯାଇଛି। ଏଥି ସହିତ ଏମାନେ ଅନ୍ୟ ଭୂତାଣୁଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ସହ ମନୁଷ୍ୟ ଶରୀରକୁ ସଂକ୍ରମିତ ହେବାର ଦକ୍ଷତା ରଖିଛନ୍ତି […]

୧୨ ଦିନର ଶିଶୁପୁତ୍ର ସହ ଗୋଟିଏ ପରିବାରର ୪ ଗୁରୁତର ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଘରେ ନିଆଁରେ ଜଳିପୋଡ଼ି ହୋଇ ଗୁରୁତର ଅବସ୍ଥାରେ କଟକର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି।ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଜିରଙ୍ଗ ଗ୍ରାମର ଟୁକୁନା ବାରିକ, […]

୮୦ମିଟର ଉଚ୍ଚ ଆଇକନିକ୍‌ ଟାୱାର ପାଇଁ ଅନୁମତି ଦେଲା ଏଏଆଇ,ଖୁବ୍‌ ଶୀଘ୍ର ଟେଣ୍ଡର୍‌ ଆହ୍ବାନ ଭୁବନେଶ୍ୱର : ‌ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତୀକରଣ ନେଇ ଥିବା ସବୁ ଅଡ଼ୁଆ ତୁଟିଛି। କରୋନା ପାଇଁ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁନଥିବାବେଳେ ଏବେ ରାଜ୍ୟ ସରକାରଙ୍କ ପାଇଁ ଖୁସି ଖବର ଆସିଛି। ଷ୍ଟେସନରେ ବିଡିଏ ପକ୍ଷରୁ ହେବାକୁ ଥିବା ୮୦ମିଟର ଉଚ୍ଚାର ଆଇକନିକ୍ ବିଲ୍‌ଡିଂ ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମତି […]

ନୂଆଦିଲ୍ଲୀ: ରାହୁଲ‌ ଗାନ୍ଧିଙ୍କୁ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ କରିବା ଆଗି ଆଜି ଦଳର କିଛି ବରିଷ୍ଠ ନେତା ଏକ ଭର୍ଚୁଆଲ ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦାବି ଜଣାଇଛନ୍ତି। ଦଳର ପୁରୁଖା ନେତା ତଥା ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂହ ଏହି ପ୍ରସଙ୍ଗ ପ୍ରଥମେ ଉଠାଇଥିଲେ। ଦେଶରେ ମହାମାରୀ କୋଭିଡ୍-୧୯ର ସ୍ଥିତି ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଉକ୍ତ ବୈଠକ ଆହୂତ […]

ଭୁବନେଶ୍ୱର : ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଅଭିଯୋଗର ଜବାବ ଦେଇଛି ବିଜେଡି। ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନବାଡ଼ି କର୍ମୀ, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୁଲିସ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବା […]

ତିହିଡି: ଭଦ୍ରକ ଜିଲ୍ଲା ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ଅଧୀନ ନିଶ୍ଚନ୍ତା ଗ୍ରାମର ରଶ୍ମିତା ତ୍ରିପାଠୀ ନାମ୍ନୀ ଜଣେ ବଧୂକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପୋଲିସ ଏହି ଘଟଣାରେ କେସ ନମ୍ବର ୨୮୧/୨୦ ରେ ମକଦ୍ଦମା ରୁଜୁକରି ମୃତ ରଶ୍ମିତାଙ୍କ ସ୍ୱାମୀ ତାପସ ତ୍ରିପାଠୀଙ୍କୁ ଗିରଫ କରିଛି।ଘଟଣାରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲା ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳର ଦୁର୍ଗାପ୍ରସାଦ ଆଚାରୀଙ୍କ ଝିଅ ରଶ୍ମିତାଙ୍କୁ ତିହିଡି ଥାନା […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଜୋଲହ ପଞ୍ଚାୟତ ଅଧୀନ ମୁଷାଙ୍ଗ ଗ୍ରାମର ନାଟ୍ୟନିର୍ଦ୍ଦେଶକ ତଥା ଶିକ୍ଷାବିତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କୁ ନିଜ ଗାଁରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି।ବୁଧବାର ଦ୍ୱାଦଶ କ୍ରିୟା ଅବସରରେ ମୁଷାଙ୍ଗ ଗ୍ରାମରେ ସାହିତ୍ୟିକ ବିଭୁତିଭୂଷଣ ସେନାପତିଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଗୀତିକାର ପଞ୍ଚାନନ ନାୟକ,କବି ସଂଜିତ ବଳ, ବିଭୁତିଭୂଷଣ ଗ୍ରହଚାର୍ଯ୍ୟ, ସୁଦର୍ଶନ ନାୟକ ,ଶିକ୍ଷାବିତ […]

ତିହିଡି : ଯେଉଁ ହିତାଧିକାରୀଙ୍କ ଆଧାରକାର୍ଡ଼ ନାହିଁ ସେହିମାନଙ୍କୁ ଭତ୍ତା ମିଳିବ ନାହିଁ । ଏଥିସହ ଆଧାରକାର୍ଡ଼ ନଥିଲେ କୋଭିଡ-୧୯ ପାଇଁ ସରକାର ଘୋଷଣା କରିଥିବା ଅତିରିକ୍ତ ୧ହଜାର ଟଙ୍କା ସହାୟତା ମଧ୍ୟ ଦିଆଯିବନାହିଁ ବୋଲି ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ନମ୍ବର ୫୧୯୪ /୧୭.୦୭.୨୦୨୦ରେ ଏହି ନିର୍ଦ୍ଦେଶ ଦିଆଯାଇଛି।ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ […]

Social media & sharing icons powered by UltimatelySocial