ଭୁବନେଶ୍ୱର:ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ସଙ୍ଗରୋଧରେ ରହିଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ସବୁ ମାମଲା ସାମ୍ନାକୁ ଆସିଥିବ‌ା ଜଣାପଡ଼ିଛି। ୬ଟି ସ୍ଥାନୀୟ ସଂକ୍ରମଣ ରାଜଧାନୀର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ୟୁନିଟ-୪ ଅଞ୍ଚଳରୁ ୨ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୩୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୨୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୧ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି କଟକ […]

ତିରୁଅନନ୍ତପୁରମ୍‌: ଜଙ୍ଗଲୀ ଅନ୍ତଃସତ୍ତ୍ୱା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏଥିସହିତ ହାତୀ ‌ ହତ୍ୟାରେ ସାମିଲ ଅଭିଯୁକ୍ତଙ୍କୁ ଧରାଇ ଦେଲେ ଏକଲକ୍ଷ ଟଙ୍କାର ପୁରସ୍କାର ରାଶିର ଘୋଷଣା କରିଛି ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେସରକାରୀ ସଂଗଠନ ୱାଇଲ୍ଡ ଲାଇଫ୍ ଏସଓଏସ୍। ଏହି ମାମଲାରେ ବନବିଭାଗର ସାହାଯ୍ୟ କରିବା ବ୍ୟକ୍ତିଙ୍କୁ ଓ୍ଵାଇଲ୍ଡ ଲାଇଫ୍ […]

ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୪ ଜଣ ଚିହ୍ନଟ ହୋଇଥିବ‌ା ସୂଚନା ଦେଇଛି ଭୁବନେଶ୍ୱର ମହ‌ାନଗର ନିଗମ। ବିଏମସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତ ଜଣକ ହୋମ କ୍ଵାରେଣ୍ଟିନରେ ଥିଲେ ଏବଂ ସେ ପୂର୍ବରୁ କଳିଙ୍ଗ ବିହାରରେ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୯୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୧୩ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୭୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। […]

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଆମେ ୨୦୨୦ର ପ୍ରଥମ ଚନ୍ଦ୍ରଗ୍ରହଣର ଦେଖିଥିଲେ। ଏବେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଜୁନ୍ ୫ରୁ ଜୁନ୍ ୬ ମଧ୍ୟରେ ଦେଖିବାକୁ ମିଳିବ। ପ୍ରଥମ ଚନ୍ଦ୍ରଗ୍ରହଣ ପରି ଦ୍ଵିତୀୟ ଚନ୍ଦ୍ରଗ୍ରହଣ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ, ଯାହାକୁ ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ପାର୍ଥକ୍ୟ କରିବା କଷ୍ଟକର ହେବ। ଯେତେବେଳେ ଚନ୍ଦ୍ର ପୃଥିବୀର ଛାୟାର ଦୁର୍ବଳ ବାହ୍ୟ ଅଂଶ ଦେଇ ଗତି କରେ ସେତେବେଳେ ଏଭଳି ଘଟେ। ତେବେ […]

ଭୁବନେଶ୍ୱର: ଦେଶରେ ଜୁନ ମାସରେ ତାଲାବନ୍ଦ ଖୋଲାଯାଇ କଟକଣା କୋହଳ କରାଯାଇଛି। ହେଲେ ଓଡ଼ିଶାରେ ଆହୁରି କଡାକଡି ହେଉଛି କଟକଣା। କାରଣ ଜୁନ୍ ମାସରେ କରୋନା ଅଧିକ ବଢ଼ିବା ନେଇ ଆଶଙ୍କା କରିଛନ୍ତି ସରକାର। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଭାବେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜୁନ୍ ମାସରେ ଅଧିକ ସତର୍କତା ଜରୁରୀ। କାରଣ ରାଜ୍ୟକୁ ଲକ୍ଷାଧିକ ପ୍ରବାସୀ ଫେରୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବ। […]

ଭୁବନେଶ୍ୱର: ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି। ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି। ବିଏମସି ପକ୍ଷରୁ ବିଜ୍ଞପ୍ତି ମୁତାବକ ଏଣିକି ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ଖୋଲିବ। ସେହିପରି ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ମଧ୍ୟ ପାର୍କ ଖୋଲିବ। ତେବେ ସଟଡାଉନ ସମୟରେ ଅର୍ଥାତ […]

କୋଲ୍‌କାତା: ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୧୦ ହଜାର ଟଙ୍କା ଲେଖାଏଁ ଟ୍ରାନ୍‌ସ୍‌ଫର୍ କରିବାକୁ ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଟୁଇଟ୍‌ କରି ବାନାର୍ଜୀ ଲେଖିଛନ୍ତି, ମହାମାରୀ ଯୋଗୁଁ ଲୋକେ ଆର୍ଥିକ କଷ୍ଟ ଓ ଅକଳ୍ପନୀୟ ବୈଷମ୍ୟର ସମ୍ମୁଖୀନ ହେଉଛନ୍ତି। ଅଣସଙ୍ଗଠିତ କ୍ଷେତ୍ରର ବ୍ୟକ୍ତି‌ବିଶେଷଙ୍କ ସମେତ ପ୍ରବାସୀ ଶ୍ରମଜୀବୀଙ୍କ ଆକାଉଣ୍ଟ୍‌କୁ ଏକକାଳୀନ ସହାୟତା ରାଶି ଭାବେ ୧୦ ହଜାର ଲେଖାଏଁ ଟ୍ରାନ୍‌ସଫର୍ […]

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୨ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଂଚିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ ଏ ପର୍ଯ୍ୟନ୍ତ ୧୬୨୮୯୧ ନମୁନା ପରୀକ୍ଷା ହୋଇଥିବାବେଳେ ଆଜି ୧୪୩ ଜଣ ପଜିଟିଭ ଚିହ୍ନଟ […]

Social media & sharing icons powered by UltimatelySocial