ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ମହିଳାଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗରେ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସର ଜଣେ କନଷ୍ଟେବଳ ଥିବା ବି ଜଣାପଡ଼ିଛି। ସୂଚନାଯୋଗ୍ୟ, ସହିଦ ନଗର ଅଞ୍ଚଳର ଜଣେ ମହିଳା ଗତକାଲି ରାତିରେ ସ୍ୱାମୀଙ୍କ ସହିତ ଝଗଡ଼ା କରି ଚାଲିଚାଲି ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଯାଉଥିଲେ। ଏହି ସମୟରେ ସେହି ବାଟ ଦେଇ ଅଟୋରେ […]

ଭୁବନେଶ୍ୱର: ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ। ତେଲେଙ୍ଗାନା, ଆନ୍ଧ୍ର, ବିହାର, ଛତିଶଗଡ଼ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି। ଏଥିଲାଗି ଉପରୋକ୍ତ ୪ଟି ରାଜ୍ୟର ନିକଟବର୍ତ୍ତୀ ସୁନ୍ଦରଗଡ଼, ମାଲକାନଗିରି, […]

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ସେହିପରି ମୋଦୀଙ୍କ କାମ ପାଇଁ ୯୫ ପଏଣ୍ଟ ଦେଇଛି ଓଡିଶା। ଏଭଳି କିଛି ତଥ୍ୟ ପ୍ରକାଶ କରିଛି ସି ଭୋଟର। ବର୍ତ୍ତମାନ ଦେଶ କରୋନା ଭୂତାଣୁ ସହ ଲଢେଇ କରୁଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ସମୟରେ, ସରକାରଙ୍କ କାର୍ଯ୍ୟରେ ଲୋକମାନେ ଖୁସି ଅଛନ୍ତି କି ନାହିଁ ତାହା ଜାଣିବା […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୧୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। […]

ପୁରୀ: ଆଜି ପୁରୀରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ବଲଓ୍ଵନ୍ତ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ଧାରା ଜାରି କରାଯାଇଛି। ଆସନ୍ତା ୪ ତାରିଖ ରାତି […]

ନୂଆଦିଲ୍ଲୀ: ୧୮ଟି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୯ରେ ନିର୍ବାଚନ ହେବ। ଆଜି ଏ ନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ।ମାର୍ଚ୍ଚରେ ହେବାକୁ ଥିବା ଏହି ନିର୍ବାଚନ କରୋନାଭାଇରସ୍ ମହାମାରୀ ଏବଂ ପରେ କରାଯାଇଥିବା ଦେଶବ୍ୟାପୀ ଲକଡାଉନକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ ଲକଡାଉନ ପ୍ରତିବନ୍ଧକକୁ କୋହଳ କରାଯାଉଥିବାରୁ ଆୟୋଗ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ପରିଚାଳନା ପାଇଁ ବ୍ୟବସ୍ଥା କରୁଥିବାବେଳେ କୋଭିଡ-୧୯ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୧୫୬ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ। ଏଯାବତ୍ ଏତେ ସଂଖ୍ୟକ ଆକ୍ରାନ୍ତ ଏକାଥରକରେ ଚିହ୍ଟଟ ହୋଇ ନଥିଲେ। […]

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ସରକାର କିନ୍ତୁ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରୁନାହାନ୍ତି। ଗୋଟିଏ ପଟେ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ସରକାର ଏହି ସମୟରେ ଲକ୍‌ଡାଉନ୍ କଟକଣା କୋହଳ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବି‌ଶେଷଜ୍ଞମାନେ କଡ଼ା ସମାଲୋଚନା କରିଛନ୍ତି। କ‌ରୋନା ନିୟନ୍ତ୍ରଣ ପାଇଁ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) […]

ଭୁବନେଶ୍ୱର: କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି। ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି। ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇତିମଧ୍ୟରେ ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି। ଯେତେ‌ ଅଧିକ ଲୋକ ଆସିବେ ‌ସେତେ ସଂକ୍ରମଣ ବଢ଼ିବ। ତେଣୁ ସଂକ୍ରମଣ ରୋକିବା ଲାଗି […]

‌‌ଦେଢ଼ ଲକ୍ଷ ଟଙ୍କା, ୩ ଦାମୀ ଗାଡ଼ି ଜବତ ଭୁବନେଶ୍ୱର : ଦିନରେ ତାଲାବନ୍ଦ କଟକଣା, ରାତିରେ ୧୨ ଘଣ୍ଟିଆ କର୍ଫ୍ୟୁ। ଶୂନ୍‌ଶାନ୍‌ ରାଜଧାନୀରେ ପୁଲିସର କଡ଼ା ପହରା। ନିୟମ ଉଲ୍ଲଙ୍ଘନ କଲେ ମହାମାରୀ ଆଇନରେ ଗିରଫ ହେବେ। କିନ୍ତୁ ଏସବୁ ପ୍ରତି ଜୁଆଡ଼ିଙ୍କର ଭ୍ରୂକ୍ଷେପ ନାହିଁ। ସବୁ କଟକଣାକୁ ମୋଡ଼ି ମକଚି ଜୁଆ ଖେଳରେ ମାତିଥି‌ବା ୯ ଜୁଆଡ଼ିଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ୍‌ ଗିରଫ କରିଛି। ଆଜି […]

Social media & sharing icons powered by UltimatelySocial