ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ। ତେଲେଙ୍ଗାନା, ଆନ୍ଧ୍ର, ବିହାର, ଛତିଶଗଡ଼ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି। ଏଥିଲାଗି ଉପରୋକ୍ତ ୪ଟି ରାଜ୍ୟର ନିକଟବର୍ତ୍ତୀ ସୁନ୍ଦରଗଡ଼, ମାଲକାନଗିରି, ନୂଆପଡ଼ା ଆଦି ସମେତ ଅନ୍ୟ ଜିଲ୍ଲାଗୁଡ଼ିକୁ ଆଲର୍ଟରେ ରଖାଯାଇଛି। ୫୦ ଲକ୍ଷ ଚାଷୀଙ୍କୁ ସଚେତନ କରାଯାଇଛି। ଜିଲ୍ଲାପାଳ ଓ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଜଙ୍ଗଲ, କୃଷି, ଅଗ୍ନିଶମ ଓ ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମରେ ମୁକାବିଲା କରାଯିବା ଲାଗି ଯୋଜନା କରାଯାଇଛି ବୋଲି ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇଛନ୍ତି। କେମିକାଲ ସହ ବଡ଼ ବଡ଼ ସ୍ପ୍ରେ ମେସିନ ପ୍ରସ୍ତୁତ କରି ରଖାଯାଇଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ସହିଦ ନଗର ଅଞ୍ଚଳରୁ ମହିଳାଙ୍କୁ ଅପହରଣ ଉଦ୍ୟମ କରି ଜଣେ କନଷ୍ଟେବଳଙ୍କ ସମେତ ୩ ଗିରଫ

Tue Jun 2 , 2020
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ମହିଳାଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗରେ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସର ଜଣେ କନଷ୍ଟେବଳ ଥିବା ବି ଜଣାପଡ଼ିଛି। ସୂଚନାଯୋଗ୍ୟ, ସହିଦ ନଗର ଅଞ୍ଚଳର ଜଣେ ମହିଳା ଗତକାଲି ରାତିରେ ସ୍ୱାମୀଙ୍କ ସହିତ ଝଗଡ଼ା କରି ଚାଲିଚାଲି ପୁଲିସ ଷ୍ଟେସନରେ ଅଭିଯୋଗ କରିବାକୁ ଯାଉଥିଲେ। ଏହି ସମୟରେ ସେହି ବାଟ ଦେଇ ଅଟୋରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial