ଭୁବନେଶ୍ୱର: ରାଜ୍ୟରେ ଆଜି ୫୯୬୫ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୩୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୧୫୧ ଜଣ […]

ଜୋହାନସ୍‌ବର୍ଗ: ଟିକା ନ ନେଇ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଶେଷ ସାଙ୍ଘାତିକ ହେବନାହିଁ। ସେମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ଅବସ୍ଥା ଏବଂ ମୃତ୍ୟୁ ମଧ୍ୟ ‘କରୋନାଭାଇରସ୍‌ର ପୂର୍ବ ଭେରିଏଣ୍ଟ୍‌’ଗୁଡ଼ିକ ଠାରୁ ସ୍ବଳ୍ପ ବୋଲି ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକାର ଏକ ଅଧ୍ୟୟନରୁ ଜଣାପଡ଼ିଛି। ୱେଷ୍ଟର୍ଣ୍ଣ କେପ୍‌ ଅଞ୍ଚଳରେ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ୟୁନିକେବଲ୍‌ ଡିଜିଜେସ୍‌’ (ଏନ୍‌ଆଇସିଡି) ଉପରୋକ୍ତ ଅଧ୍ୟୟନ କରିଥିଲା। ଏଥିରେ କୋଭିଡ୍‌-୧୯ର ପ୍ରଥମ […]

୧୦୬୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-କିଶୋର ସଂକ୍ରମିତ ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୯୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୬୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ […]

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ମାଡ଼ିଚାଲିଛି କରୋନା। ବହୁ ବିଭାଗରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଆକ୍ରାନ୍ତ ହୋଇଗଲେଣି। ବର୍ତ୍ତମାନ ସୁଦ୍ଧା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ୨୮ରୁ ଅଧିକ କରୋନା ସଂକ୍ରମିତ ‌ହୋଇସାରିଲେଣି। କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଅଧିକ ସଂଖ୍ୟ‌ାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତମାନେ ସଙ୍ଗରୋଧରେ ରହୁଥିବାରୁ ଏଣିକି ରୋଗୀ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି।ତେବେ ଏବାବଦରେ କ୍ୟାପିଟା‌ଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ […]

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା କଡ଼ାକଡ଼ି କରୁଛନ୍ତି ସରକାର। ଆଜିଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ନୂତନ ଗାଇଡଲାଇନରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ କାର୍ଯ୍ୟାଳୟ ବ୍ୟତୀତ ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ଏହା ସହିତ, ସମସ୍ତ ରେସ୍ତୋରାଁ ଏବଂ ବାରଗୁଡିକ ବନ୍ଦ ରହିବ। କେବଳ ପାର୍ସଲ […]

ଭୁବନେଶ୍ୱର: ରାଜଧାନୀର ପୁଣି ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଜି ଭୁବନେଶ୍ୱର ମହାନଗର ନିଗମର ଝାରପଡ଼ା ଅଞ୍ଚଳରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି। ମିଳିଥିବା ସୂଚନା ଅନୁଯାୟୀ, ଝାରପଡ଼ାର ଜଗନ୍ନାଥ ଆଭେନ୍ୟୁ ଓ ବାଲାଜୀ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ବିଏମସି […]

ଓମିକ୍ରନ୍ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାଗୁଡ଼ିକ ପ୍ରସ୍ତୁତ ଭୁବନେଶ୍ବର: ଜିଲ୍ଲା ଗୁଡ଼ିକ ଓମିକ୍ରନ୍‌ ପରିସ୍ଥିତି ଓ କରୋନା ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। କରୋନାର ନୂଆ ଲହର ତଥା କୋଭିଡ ସ୍ଥିତି ନେଇ ଆଜି ଲୋକସଭା ଭବନରୁ ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ସେ ପ୍ରାଥମିକ ସ୍ତରରେ ଡାକ୍ତର ଏବଂ […]

କାଲିଠାରୁ କୋୱିନ ଆପରେ କରିପାରିବେ ପଞ୍ଜିକରଣ ଭୁବନେଶ୍ବର: କରୋନା ଟିକାର ପ୍ରିକସନ ଡୋଜ ପାଇଁ ସ୍ଲଟ ଖୋଲିଛି। କୋ-ୱିନ ମାଧ୍ୟମରେ ପଞ୍ଜିକରଣ କରିବାକୁ ଏହି ସ୍ଲଟ ଖୋଲିଛି। ଆସନ୍ତା କାଲିଠାରୁ କୋ-ୱିନ ଆପରେ ପଞ୍ଜିକରଣ କରିହେବ। କାଲିଠୁ ସମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ପ୍ରିକସନ ଡୋଜ। ଏହି ଟିକା ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦିଆଯିବ। ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ […]

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଆକ୍ରାନ୍ତ ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୮୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ […]

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଇଟ କର୍ଫ୍ୟୁ କଡାକଡି ହେବ। କଟକ-ଭୁବନେଶ୍ୱରରେ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ପୁଲିସ କମିସନର। ରାତି ୯ଟାରୁ ସକାଳ ୫ଟା ଯାଏଁ ପୁଲିସ ପଇଁତରା ମାରିବ। ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି, ନାଇଟ କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ […]

Social media & sharing icons powered by UltimatelySocial