ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ହେଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଶ୍ରୀଗୀତଗୋବିନ୍ଦର ସ୍ରଷ୍ଠା ମହାକବି ଶ୍ରୀ ଜୟଦେବଙ୍କର ଆଜି ଜୟନ୍ତୀ। ଏଥିପାଇଁ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବ ଜୟନ୍ତୀ ପାଳନ ପାଇଁ ଆଜି ସକାଳୁ ପୁରୁଣା ଭୁବନେଶ୍ୱରସ୍ଥିତ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଠାରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଶ୍ରୀ ଜୟଦେବଙ୍କ ଜନ୍ମପୀଠ କେନ୍ଦୁଲି ଅଭିମୁଖେ ଯାତ୍ରା କରିଛି। ରାଜ୍ୟ ସଂସ୍କୃତି […]

ପୁରୀ: ଦୁଇ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି। ରାତି ୧୦ଟା ୫୦ ମିନିଟରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧ଟା୨୦ ମିନିଟରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ ଲାଗି କରାଯାଇଥିଲା। ଗର୍ଭଗୃହକୁ କେବଳ ପାଳିଆ […]

ଆମେରିକାର ମୁକାବିଲା ପାଇଁ ପ୍ରସ୍ତୁତି ବିରୁଟ: ସିରିୟାର ପୂର୍ବାଞ୍ଚଳ ଘୌଟା ପ୍ରଦେଶରୁ ବିଦ୍ରୋହୀଙ୍କୁ ମୂଳପୋଛ କରିବାକୁ ରୁଷ୍‌ ସହାୟତାରେ ଏବେ ସିରିୟା ସେନା ବିଶାଳ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଯେ କୌଣସି ମୁହୂର୍ତ୍ତରେ ବିଦ୍ରୋହୀ ଅଧ୍ୟୁଷିତ ଅଂଚଳରେ ବୋମାବର୍ଷା ଆରମ୍ଭ ହେବ ଏବଂ ମିଳିତ ପଦାତିକ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ବୋଲି ସିରିୟା ସରକାର ଘୋଷଣା କରିଛନ୍ତି। ଘୌଟା ପ୍ରଦେଶରେ ବିଦ୍ରୋହୀଙ୍କୁ ନିପାତ ପରେ ସିରିୟା […]

ପୁରୀ: ସେବାୟତ-ପ୍ରଶାସନ ବିବାଦକୁ ନେଇ ଦ୍ଵିତୀୟ ଦିନରେ ବି ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି ରହିଛି। ଏଭଳି ପରିସ୍ଥିତିରେ ଆଜି ବି ମହାପ୍ରଭୁଙ୍କୁ ଅବଢ଼ା ଲାଗି ହୋଇପାରିନି। ଦ୍ଵିତୀୟ ଦିନରେ ବି ଭକ୍ତମାନେ ବରାଦି ଅବଢ଼ାରୁ ବଞ୍ଚିତ ହୋଇଛନ୍ତି। ବିବାଦ ଯୋଗୁଁ ଆଜି ରୋଷଘରେ ଚୁଲି ଜଳିନି। ଫଳରେ ଦଶାହ, ଶ୍ରାଦ୍ଧ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବରାଦ ଦେଇଥିବା ଭକ୍ତମାନେ ଆଜି ବି ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି। ସେପଟେ […]

ପୁରୁଣା ଭୁବନେଶ୍ୱ: ଆଜିଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ୩ ବର୍ଷ ଧରି ସେବାୟତ ବିବାଦକୁ ନେଇ ବନ୍ଦ ରହିଥିବା ଏହି ପରମ୍ପରା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଦେବତ୍ତୋର କମିସନଙ୍କ ରାୟ ପରେ ଏହି ନିଆରା ପରମ୍ପରାକୁ ପାଳନ କରାଯିବା ପାଇଁ ଉଦ୍ୟମ ହେଉଛି। ଶୃଙ୍ଖଳାର ସହ ମାଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତ କିଭଳି ନୀତି […]

ପୁରୁଣା ଭୁବନେଶ୍ୱର: ମନ୍ଦିରମାଳିନୀ ସହର ଭୁବନେଶ୍ୱର ମହାନ ଐତିହ୍ୟକୁ ନେଇ ସମୃଦ୍ଧ। ଏଠାରେ ଥିବା କୀର୍ତ୍ତିିରାଜିକୁ ଦେଖିବା ପାଇଁ ଦୈନିକ ଆସନ୍ତି ହଜାର ହଜାର ପର୍ଯ୍ୟଟକ। ହେଲେ ଏଠାରେ ଥିବା କେତେକ ପୁରାତନ ମନ୍ଦିର ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ଆଉ କିଛି ଐତିହ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ଶ୍ରୀଲିଙ୍ଗରାଜ ମନ୍ଦିରରୁ ଗଳୁଛି ପାଣି ବିଶ୍ୱପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିରର ଭୋଗ […]

ଭୁବନେଶ୍ୱର: ଅନୁକୂଳର ଦିନ ଅକ୍ଷୟ ତୃତୀୟାକୁ ନେଇ ଓଡ଼ିଶା ଉତ୍ସବ ମୁଖର ହୋଇଛି। ଅକ୍ଷିମୁଠି ଅନୁକୂଳ ସହ ଚଷା ପୁଅ ଚଳିତ ବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ବେଳେ ବିଶେଷକରି ପଶ୍ଚିମ ଓଡ଼ିଶା ଏନେଇ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଏହି ପର୍ବ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟ ପାଇଁ ଅନେକ ଦୃଷ୍ଟିରୁ ପ୍ରାସଙ୍ଗିକ। ପୌରାଣିକ ପୃଷ୍ଠଭୂମି କୁହେ, ଏହି ନିର୍ଦିଷ୍ଟ ଦିନରେ ଜ୍ଞାନ ଓ […]

ଏଟିଏମରୁ ବାହାରୁନି ଟଙ୍କା,ଲୋକେ ହିନସ୍ତା ଭୁବନେଶ୍ୱର: ଓଡ଼ିଶାରେ ମଧ୍ୟ ଟଙ୍କା ସଙ୍କଟ ରହିଛି। ଭୁବନେଶ୍ୱରଠାରୁ ଆରମ୍ଭ କରି ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଅଧିକାଂଶ ଏଟିଏମ୍‌ ଫାଙ୍କା ରହୁଛି। କିନ୍ତୁ ଛୋଟ ସହରଗୁଡ଼ିକରେ ସମସ୍ୟା ଅଧିକ ଗମ୍ଭୀର ରହିଛି। ଯେଉଁ ସ୍ଥାନଗୁଡ଼ିକରେ ୭-୮ଟି ଏଟିଏମ୍‌ ରହିଛି ସେଠାରେ ଅଧିକାଂଶ ଏଟିଏମ୍‌ରୁ ଟଙ୍କା ବାହାରୁ ନାହିଁ। ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ଗୁଡ଼ିକ ଶୀଘ୍ର ଫାଙ୍କା ହୋଇଯାଉଛି। କିଛି ଘରୋଇ ବ୍ୟାଙ୍କର ଏଟିଏମ୍‌କୁ ବାଦ ଦେଲେ […]

ଚେନ୍ନାଇ: ତାମିଲନାଡ଼ୁର ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟର ଉପର ଅଧିକାରୀଙ୍କ କାମବାସନା ଚରତାର୍ଥ କରିବା ପାଇଁ କଲେଜ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଓ ଭୟ ଦେଖାଇ ପଠାଉଥିବା ପ୍ରଫେସର ନିର୍ମଳା ଦେବୀଙ୍କୁ ପୁଲିସ ଗିରଫ କରିଛି। ଏ ବାବଦ କେତେକ ବଳିଷ୍ଠ ପ୍ରମାଣ ମିଳିବା ପରେ ଆରୁପ୍ପୁ କୋଟ୍ଟାଇ ମହାବିଦ୍ୟାଳୟର ଏହି ପ୍ରଫେସରଙ୍କୁ ଗତକାଲି ପୁଲିସ ତାଙ୍କ ଘରୁ ଗିରଫ କରିଛି। ଏହି ମାମଲାରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ୧୫ ଦିନ […]

Social media & sharing icons powered by UltimatelySocial