ଭୁବନେଶ୍ୱର : ବାଦବିବାଦ ମଧ୍ୟରେ ଗତି କରୁଥିବା ଯୁକ୍ତ୨ ଖାତା ମୂଲ୍ୟାୟନକୁ ନେଇ ଚାଲିଛି ଟଣାଓଟରା। ବ୍ଲକଗ୍ରାଣ୍ଟ ଅଧ୍ୟାପକମାନେ ଖାତା ଦେଖିବାକୁ ବର୍ଜନ କରିଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହୋଇଛି ବୋଲି କହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରିଷଦ ପକ୍ଷରୁ କୁହାଯାଇଛି ଯେ ଖାତା ଦେଖା ସୁରୁଖୁରୁରେ ଚାଲିଛି। କୌଣସି ସମସ୍ୟା ନାହିଁ। କାର୍ଯ୍ୟାନୁଷ୍ଠାନ ଧମକ ପରେ ଅଧିକ ସଂଖ୍ୟାରେ ଅଧ୍ୟାପକ ମୂଲ୍ୟାୟନରେ ସାମିଲ ହୋଇଛନ୍ତି। […]

ପଟ୍ଟାମୁଣ୍ଡାଇ : ଆଉ କେଇଦିନ ପରେ ଦୁନିଆର ଆଲୋକ ଦେଖିଥା’ନ୍ତା। ମା’ର ଗର୍ଭରେ ରହି ସେହି ସମୟକୁ ଅପେକ୍ଷା କରିଥିଲା। ମାତ୍ର,ବିଧିର ବିଧାନ ଅଲଗା। ଡକାୟତର ଗୋଇଠା ମାଡ଼ରେ ଏହି ଗର୍ଭସ୍ଥ ଶିଶୁଟି ପ୍ରାଣ ହରାଇଛି। ମା’ ବି ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦୋଷିଆ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ, ଦୋଷିଆ ଗ୍ରାମର ମାନସୀ ସ୍ୱାଇଁଙ୍କ […]

ଭୁବନେଶ୍ୱର: ନିକଟ ଅତୀତରେ କମିସନରେଟ୍‌ ପୁଲିସ୍‌ ବାର୍ଷିକ ଅପରାଧ ପରିସଂଖ୍ୟାନ ପ୍ରକାଶ କରିଛି। ଏଥିରେ ଦୁଷ୍କର୍ମର ଚିତ୍ର ଉଦ୍‌ବେଗଜନକ ରହିଛି। କ୍ରମାଗତ ଭାବରେ ଏହି ସଂଖ୍ୟା ବର୍ଷକୁ ବର୍ଷ ବଢ଼ି ଚାଲିଛି। ମହିଳାଙ୍କୁ ଦୁଷ୍କର୍ମ କମୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ନାବାଳିକାଙ୍କୁ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ଅଭିଯୁକ୍ତ ନାବାଳିକାଙ୍କୁ ଟାର୍ଗେଟ କରୁଥିବା ଏହି ପରିସଂଖ୍ୟାନ ସୂଚନା ଦେଉଛି। ଏହି ଦୁଷ୍କର୍ମ ମାମଲାର ୭୦ ପ୍ରତିଶତ କେବଳ ପ୍ରେମ ଓ ପଳାୟନ […]

ପୁରୀ: ରଙ୍ଗୀନ ଜଳଫୁଆରାରେ ଝଲସିବ ନରେନ୍ଦ୍ର ପୁଷ୍କରଣୀ। ଶ୍ରୀଜଗନ୍ନାଥଙ୍କ ଭଜନର ତାଳେ ତାଳେ ନାଚି ଉଠିବ ପୁଷ୍କରଣୀର ଜଳରାଶି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପୁରୀରେ ଏମିତି କିଛି ଯୋଜନା କରାଯାଇଥିଲା। ୨୦୧୭ ମସିହାରେ ମ୍ୟୁଜିକାଲ ଫାଉଣ୍ଟେନର ଉଦଘାଟନ କରାଯାଇଥିଲା । ଆଶା ଥିଲା ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ ଏବଂ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଶୋଭା ବଢିବ । କିନ୍ତୁ ଉଦ୍‌ଘାଟନର ମାତ୍ର […]

ସ୍ୱପ୍ନରେ ମସ୍‌ଗୁଲ୍‌ ବିଏମ୍‌ସି, ପୁରୁଣା ପ୍ରକଳ୍ପକୁ ହତାଦର ଭୁବନେଶ୍ୱର: ସ୍ମାର୍ଟ ସିଟିର ସୁନେଲି ସ୍ୱପ୍ନ ଦେଖାଇ ଗୋଟିଏ ପରେ ଗୋଟିଏ ସମ୍ମାନ ହାସଲ କରୁଛି ବିଏମ୍‌ସି। ଖୁସି ମନାଉଛନ୍ତି କର୍ପୋରେଟର୍‌, ଅଧିକାରୀ। ନୂଆ ନୂଆ ସ୍ୱପ୍ନରେ ମସ୍‌ଗୁଲ୍‌ ହୋଇ ପୁରୁଣା ପ୍ରକଳ୍ପଗୁଡ଼ିକୁ ହତାଦାର କରୁଛନ୍ତି। ଦିନେ ଭେଣ୍ଡିଂ ଜୋନ୍‌ ପରି ଏକ ଅଭିନବ ଚିନ୍ତାଧାରା ପାଇଁ ସାରା ଦେଶରେ ବେଶ୍‌ ପ୍ରଶଂସା ସାଉଁଟିଥିଲା ବିଏମ୍‌ସି। କିନ୍ତୁ କର୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ, […]

ପୁରୀ : ଦୀର୍ଘ ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଜି ଶ୍ରୀମନ୍ଦିର ଜଗମୋହନ ଖୋଲିବା ନିଶ୍ଚିତ ହୋଇଛି। ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଜଗମୋହନ ଖୋଲିବା ପାଇଁ ସବୁ ବ୍ୟବସ୍ଥା କରିଛି। ଆଜି ସକାଳଧୂପ ସରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରୁ ୧୨ଟା ଭିତରେ ଜଗମୋହନ ଖୋଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ମହାପ୍ରଭୁଙ୍କୁ ଭିତରକାଠ (ଜଗମୋହନ)ନିକଟରୁ ଦର୍ଶନ କରିବା […]

ଗୋଲ୍‌ଡକୋଷ୍ଟ୍‍ : ରବିବାର ଦିନ ଉଦ୍‌ଯାପିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ତୃତୀୟ ସ୍ଥାନ ଦଖଲ କରିଛି। ୨୬ ସ୍ୱର୍ଣ୍ଣ ସହିତ ଭାରତ ମୋଟ ୬୬ ପଦକ ଜିତିଛି। ଅଷ୍ଟ୍ରେଲିଆ (୧୯୮) ଏବଂ ଇଂଲଣ୍ଡ (୧୩୬) ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତ ସର୍ବକାଳିନ ସଫଳତାରେ ମଧ୍ୟ ତୃତୀୟ ଶ୍ରେଷ୍ଠ ସଫଳତା ଅର୍ଜନ କରିଛି। ଭାରତ ପୂର୍ବରୁ କେବଳ ୨୦୧୦ ନୂଆଦିଲ୍ଲୀ ଏବଂ […]

କାଗଜ କଲମରେ ଗଛ ଲଗାଇଛି ବିଡିଏ ଭୁବନେଶ୍ୱର: ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବାକୁ ସରକାର ଆହ୍ଵାନ ଦେଇଛନ୍ତି। ଏଥିପାଇଁ ସରକାରୀ ସଂସ୍ଥାଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ରାଜଧାନୀରେ ଗଛ ଲଗାଇବାରେ ବ୍ୟସ୍ତ। ବିଏମ୍‌ସି, ବିଡିଏ, ଜଙ୍ଗଲ ଓ ପରିବେଶ ବିଭାଗ ଏଥିପାଇଁ ସରକାରୀ ତହବିଲ୍‌ରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି। ଯେଉଁ ଗଛ ଲଗାଇବା ପାଇଁ ବିଡିଏ ୧୭ରୁ ୨୦ଟଙ୍କା ଖର୍ଚ କରିଛି। […]

ସମ୍ବଲପୁର/ଇବଥର୍ମାଲ : ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମିତ ସପ୍‌ନେ-ରମ୍ପେଲା ସେତୁର ଆଜି ଲୋକାର୍ପଣ ହେବ। ଶେଷପର୍ଯ୍ୟନ୍ତ ଏହି ସେତୁର ନିଦ୍ଦିଷ୍ଟ ନାମକରଣ ହୋଇ ପାରିନଥିଲେ ବି ରବିବାର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବା ସହ ଏହାର ଆପ୍ରୋଚ୍‌ ରୋଡ୍‌କୁ ବି ଉଦ୍‌ଘାଟନ କରିବେ। ରାଜ୍ୟର ଅନ୍ୟତମ ଦୀର୍ଘତମ ସେତୁ ଭାବେ ପରିଗଣିତ ହେବାକୁ ଯାଉଥିବା ଏହି ସେତୁ ସମ୍ବଲପୁର ଓ ଝାରସୁଗୁଡ଼ାର ବେଲପାହାଡ଼, ଲଖନପୁର ଅଞ୍ଚଳ ମଧ୍ୟରେ ଦୂରତ୍ୱ ବହୁ […]

ଗୋଲ୍ଡକୋଷ୍ଟ:ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ ସହ ମୋଟ୍ ୮ଟି ସ୍ୱର୍ଣ୍ଣ ଜିତିଛନ୍ତି। ସ୍ୱର୍ଣ୍ଣିମ ଶନିବାରର ପ୍ରଥମ ଗୋଲ୍ଡ ମେଡାଲ୍ ଜିଣିଥିଲେ ବକ୍ସିଂର ଆଇରନ୍ ଲେଡି ଭାବେ ପରିଚିତ ମେରିକମ୍। ୪୮ କେଜି ବର୍ଗର ମହିଳା ବକ୍ସିଂ ଫାଇନାଲରେ ମେରିକମ୍ ଆୟରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏଥିସହିତ ରାଜ୍ୟଗୋଷ୍ଟୀ କ୍ରୀଡ଼ାରେ ପ୍ରଥମ ଥର ଲାଗି ପଦକ ହାସଲ […]

Social media & sharing icons powered by UltimatelySocial