ହୀରାକୁଦ ଜଳଭଣ୍ଡାର ସେତୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର/ଇବଥର୍ମାଲ : ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମିତ ସପ୍‌ନେ-ରମ୍ପେଲା ସେତୁର ଆଜି ଲୋକାର୍ପଣ ହେବ। ଶେଷପର୍ଯ୍ୟନ୍ତ ଏହି ସେତୁର ନିଦ୍ଦିଷ୍ଟ ନାମକରଣ ହୋଇ ପାରିନଥିଲେ ବି ରବିବାର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବା ସହ ଏହାର ଆପ୍ରୋଚ୍‌ ରୋଡ୍‌କୁ ବି ଉଦ୍‌ଘାଟନ କରିବେ। ରାଜ୍ୟର ଅନ୍ୟତମ ଦୀର୍ଘତମ ସେତୁ ଭାବେ ପରିଗଣିତ ହେବାକୁ ଯାଉଥିବା ଏହି ସେତୁ ସମ୍ବଲପୁର ଓ ଝାରସୁଗୁଡ଼ାର ବେଲପାହାଡ଼, ଲଖନପୁର ଅଞ୍ଚଳ ମଧ୍ୟରେ ଦୂରତ୍ୱ ବହୁ ପରିମାଣରେ ହ୍ରାସ କରିବ।

ସମ୍ବଲପୁର ଜିଲ୍ଲା ଏବଂ ଝାରସୁଗୁଡ଼ା ମଧ୍ୟରେ ସୀମା ରେଖା ଟାଣିଥିବା ଇବ ନଦୀର ଗୋଟିଏ ପଟେ ସାଲଟ ପଞ୍ଚାୟତର ସପ୍ନେ ଏବଂ ଅନ୍ୟପଟେ ରମ୍ପେଲା ପଞ୍ଚାୟତର ତାଳବେର୍ଣ୍ଣକୁ ସଂଯୋଗ କରୁଛି ଏହି ସେତୁ। କହିବାକୁ ଗଲେ ଯେଉଁଠି ରମ୍ପେଲା ଡଙ୍ଗା ଘାଟ ଥିଲା ଓ ପ୍ରତ୍ୟହ ଲୋକେ ଡଙ୍ଗାରେ ଯିବା ଆସିବା କରୁଥିଲେ ଉକ୍ତ ସ୍ଥାନରେ ନିର୍ମାଣ ହୋଇଛି ଏହି ସେତୁ। ହୀରାକୁଦ ନଦୀବନ୍ଧ ଯୋଗୁ ବୁଡ଼ି ଯାଇଥିବା ଐତିହ୍ୟ ସଂପନ୍ନ ରମ୍ପେଲା ଗାଁ ଉପରେ ଏହି ସେତୁ ନିର୍ମାଣ ହୋଇଥିବାର ପ୍ରମାଣ ଦେଇଛି ପୋଲ ପାଖକୁ ଲାଗି ରହିଥିବା ଉକ୍ତ ଗାଁର ପ୍ରାଚୀନ ହରିହର ମନ୍ଦିର। ୧୧୭ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲ ପାଇଁ ଅଞ୍ଚଳବାସୀ ବହୁ ଦିନରୁ ସ୍ୱପ୍ନ ଦେଖି ଆସୁଥିଲେ। ଅର୍ଦ୍ଧ ଶତାବ୍ଦୀର ଅପେକ୍ଷା ପରେ ତାହା ସାକାର ହୋଇଛି। ହୀରାକୁଦ ବୁଡ଼ି ଅଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଭେଟି କହିଲେ ଅତ୍ୟୁକ୍ତି ହେବ ନାହିଁ।

Share Now:

Kalinga News Beuro

Leave a Reply

Next Post

ବିଏମସିର ମହାଦୁର୍ନୀତି :ଲୁଟିବାକୁ ଗଛକୁ କଲେ ମାଧ୍ୟମ

Sun Apr 15 , 2018
କାଗଜ କଲମରେ ଗଛ ଲଗାଇଛି ବିଡିଏ ଭୁବନେଶ୍ୱର: ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବାକୁ ସରକାର ଆହ୍ଵାନ ଦେଇଛନ୍ତି। ଏଥିପାଇଁ ସରକାରୀ ସଂସ୍ଥାଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ରାଜଧାନୀରେ ଗଛ ଲଗାଇବାରେ ବ୍ୟସ୍ତ। ବିଏମ୍‌ସି, ବିଡିଏ, ଜଙ୍ଗଲ ଓ ପରିବେଶ ବିଭାଗ ଏଥିପାଇଁ ସରକାରୀ ତହବିଲ୍‌ରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି। ଯେଉଁ ଗଛ ଲଗାଇବା ପାଇଁ ବିଡିଏ ୧୭ରୁ ୨୦ଟଙ୍କା ଖର୍ଚ କରିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial