କଟକ: ଆଜି ପବିତ୍ର ଛଠ୍‌ ପୂଜା ଆରମ୍ଭ ହୋଇଯାଇଛି। କଟକ ସହରର ଉଭୟ ପାର୍ଶ୍ୱରେ ଥିବା ମହାନଦୀ ଏବଂ କାଠଯୋଡ଼ି ନଦୀ କୂଳରେ ହଜାର ହଜାର ମହିଳା ଶ୍ରଦ୍ଧାଳୁମାନେ ଓଷା ବ୍ରତ ରଖି ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଶ୍ରଦ୍ଧାଳୁମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି। ଆସନ୍ତାକାଲି (ସୋମବାର) ଉଦିତ ସୂର୍ଯ୍ୟଙ୍କୁ ପୁଣି ଥରେ ଅର୍ଘ୍ୟ ଦେଇ ବ୍ରତ ଭଙ୍ଗ କରିବେ। […]

ପୁରୁଣା ଭୁବନେଶ୍ୱର: ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଜାତିର ଐତିହ୍ୟ ଓ ଗୌରବର ବାର୍ତ୍ତା ବହନ କରୁଥିବା ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଚାରିଆଡ଼େ ଚାଲିଛି ପ୍ରସ୍ତୁତି। ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରରେ ବି ଏଥିପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରଠୁ ଅନୁଷ୍ଠାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏଥିପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଲାଣି। କିନ୍ତୁ ପୁରୁଣା ଭୁବନେଶ୍ବରର ଗୋଟିଏ ଚିନ୍ତା ଦୂର ହୋଇପାରୁନାହିଁ। ଏଠା‌ରେ […]

୮ବର୍ଷ ହେଲା ନିଷ୍କାସନ ହୋଇପାରୁନି ପାଣି ପୁରୁଣା ଭୁବନେଶ୍ୱର: ତିନି ତିନିଥର ଟେଣ୍ଡର୍‌ ହେବା ପରେ ବି କେଦାରଗୌରୀ ମନ୍ଦିରର ଅବସ୍ଥା ସୁଧୁରୁନି। ମନ୍ଦିର ଭିତରୁ ପାଣି ନିଷ୍କାସନ ହୋଇ ନପାରି ଜମି ରହୁଥିବା ବେଳେ ଏଠାରେ ଥିବା ପ୍ରାଚୀନ ୪ ଐତିହାସିକ କୁଣ୍ଡର ପାଣି ନଷ୍ଟ ହୋଇଯାଇଛି। ଶିଉଳି ଜମି ପାଣିର ରଙ୍ଗ ନୀଳ ହୋଇଗଲାଣି। ସେଥିରୁ ଅତ୍ୟନ୍ତ ଉତ୍କଟ ଗନ୍ଧ ବାହାରୁଛି। ସେହିପରି ଯେଉଁ ଦୁଧ କୁଣ୍ଡର […]

କଟକ: କଟକ ବାଲିଯାତ୍ରାକୁ ବିଶ୍ବସ୍ତରରେ ଅଧିକ ପ୍ରଚାର ପାଇଁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଏକାଧିକ ନିଆରା ପଦକ୍ଷେପ ହାତକୁ ନିଆଯାଇଛି। ୨୦୧୯ରେ କଟକ ବାଲିଯାତ୍ରାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଉତ୍ସବର ମାନ୍ୟତା ମିଳିଥିବା ବେଳେ ଏଥର ଏହାକୁ କିନ୍ତୁ ବିଧିବଦ୍ଧ ଭାବେ ରାଜ୍ୟ ଉତ୍ସବ ଭାବେ ଆୟୋଜନ କରାଯାଉଛି। ଏଥର ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ୧୦ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି ବିଶ୍ବ ରେକର୍ଡ କରିବାକୁ […]

ପୁଣେ: ମହାରାଷ୍ଟ୍ରର ପୁଣେ ସହରରେ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ “କୁମାର ପୂର୍ଣ୍ଣିମା – ୨୦୨୨” ପାଳନ କରାଯାଇଛି। ଚନ୍ଦ୍ରଭାନୁ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଣେର ବିଶିଷ୍ଟ ସମାଜସେବୀ ଦାନେଶ୍ବର କଟକେ, ସମ୍ମାନିତ ଅତିଥି ଭାବେ ଓଲିଉଡ ଅଭିନେତା ତଥା ଉପସ୍ଥାପକ କୁନା ତ୍ରିପାଠୀ ଏବଂ ପୁଣେର ବିଶିଷ୍ଟ ପ୍ରବାସୀ ଓଡ଼ିଆ ମାନସ ସାହୁ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ […]

ମୁମ୍ବାଇ: ରାବଣ ଉପରେ ରାମଙ୍କ ବିଜୟର ଉତ୍ସବ ଭାବରେ ଦଶହରା ପର୍ବ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ କୁମ୍ଭକର୍ଣ୍ଣ, ମେଘନାଦ ଏବଂ ରାବଣ ପୋଡି କରାଯାଇଥାଏ। ହେଲେ ଦେଶରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠାରେ ରାବଣ ପୋଡି ନକରାଯାଇ ରାବଣଙ୍କୁ ପୂଜା କରାଯାଏ। ଏହିପରି ଗୋଟିଏ ଗ୍ରାମ ମହାରାଷ୍ଟ୍ରର ଅକୋଲାରେ ମଧ୍ୟ ଅଛି, ଯେଉଁଠାରେ ଦଶହରା ଦିନ ରାବଣ ପୋଡି କରାନଯାଇ ରାଜା ରାବଣଙ୍କ ଆଳତୀ […]

ଭୁବନେଶ୍ୱର: ରାବଣ ପୋଡି ପାଇଁ ଭୁବନେଶ୍ବରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବ। ଏହା ସହ ରାବଣପୋଡି ପାଇଁ ୨୮ଟି ଗାଇଡ଼ଲାଇନ ରହିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ। ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ। ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡ ର ବ୍ୟବସ୍ଥା କରାଯାଇଛି। ଭସାଣି ପାଇଁ ୧୭ରୁ ଉର୍ଦ୍ଧ୍ବ ପ୍ଲାଟୁନ […]

କଟକ: ମହାନଦୀ ପଠା ପୋତାଯିବା ଘଟଣାକୁ ବିରୋଧ କରି ଦାୟର ମାମଲାର ପ୍ରକାଶିତ ରାୟରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ବାଲିଯାତ୍ରା ଆୟୋଜନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାତ୍ର ୩୪ଏକର ପରିମିତ ବାଲିଯାତ୍ରା ପଡିଆର ସଂପ୍ରସାରଣ ହୋଇପାରିବ ନାହିଁ ବୋଲି ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏ ପଟେ ପୂର୍ତ୍ତ ବିଭାଗ କିନ୍ତୁ ପୂରା ବାଲିଯାତ୍ରା ପଡ଼ିଆକୁ ସମତୁଲ କରିବା ପାଇଁ ଟେଣ୍ଡର୍‌ ଆହ୍ବାନ କରି ଅଢେଇ କୋଟି […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମା’ ଦୁର୍ଗାଙ୍କ ପୂଜା ପରେ ଗୋଟିଏ ଦିନରେ ଭସାଣି ଅନୁଷ୍ଠିତ ହେବ। ସ୍ଥାନୀୟ ଝାଡେଶ୍ୱରୀ ମନ୍ଦିର ପରିସରରେ ଆଜି କମିସନରେଟ ପୁଲିସ ଓ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଭୁବନେଶ୍ୱରସ୍ଥିତ ସମସ୍ତ ଥାନାର ଥାନା ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ ଏବଂ ୨୧ଟି ପୂଜା କମିଟିର […]

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଛି। ରୀତିନୀତି ଅନୁଯାୟୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମାଆ ସମଲେଶ୍ୱରୀଙ୍କଠାରେ ୧ ତାରିଖ ଗୁରୁବାର ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ତୁଳା ଲଗ୍ନେ ମିଥୁନ ନବାଂଶେ ନବାନ୍ନ ଭୋଗ ଲାଗି ହୋଇଛି। ଏହି ସମୟରେ ଢୋଲ, ଘଣ୍ଟଘଣ୍ଟା ଧ୍ୱନିରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର। ସେହିପରି ପାଟଣାଗଡ଼ରେ ମାଆ ପାଟଣେଶ୍ୱରୀ, […]

Social media & sharing icons powered by UltimatelySocial