ପୁଣେ‌ରେ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ କୁମାର ପୂର୍ଣ୍ଣିମା ଉତ୍ସବ

‘କୁମାର ପୂର୍ଣ୍ଣିମା’

ପୁଣେ: ମହାରାଷ୍ଟ୍ରର ପୁଣେ ସହରରେ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ “କୁମାର ପୂର୍ଣ୍ଣିମା – ୨୦୨୨” ପାଳନ କରାଯାଇଛି। ଚନ୍ଦ୍ରଭାନୁ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଣେର ବିଶିଷ୍ଟ ସମାଜସେବୀ ଦାନେଶ୍ବର କଟକେ, ସମ୍ମାନିତ ଅତିଥି ଭାବେ ଓଲିଉଡ ଅଭିନେତା ତଥା ଉପସ୍ଥାପକ କୁନା ତ୍ରିପାଠୀ ଏବଂ ପୁଣେର ବିଶିଷ୍ଟ ପ୍ରବାସୀ ଓଡ଼ିଆ ମାନସ ସାହୁ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ପ୍ରବାସୀ ଓଡ଼ିଆମାନଙ୍କ ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ ଓ ଏହା ସହ ଆଗାମୀ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ସମ୍ମାନିତ ଅତିଥି ଭାବେ କୁନା ତ୍ରିପାଠୀ ପୁଣେରେ ଓଡ଼ିଆଙ୍କୁ ଏକତ୍ର କରିବା ଦିଗରେ “ଓଡ଼ିଆ ସାଂସ୍କୃତିକ ପରିଷଦ” ର ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ଚଳଚ୍ଚିତ୍ର କଳାକାରଙ୍କୁ ନେଇ ଏକ ଅନନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ ବୋଲି ମଞ୍ଚରେ ଘୋଷଣା କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆରତୀ ସହିତ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା। କୁମାର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ ଗୀତରେ ସବୁ ଓଡ଼ିଆ ଭାଇଭଉଣୀ ନାଚିଉଠିଥିଲେ। ଓଡିଶାର ଯୁବ କଣ୍ଠଶିଳ୍ପୀ କୁମାର ଜାନୁଙ୍କ ଗୀତ ତଥା ଅଭିନୟ ପ୍ରବାସୀ ଓଡିଆଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମରେ ସୁସଂଜିତା ରାୟ ଓ ଜଲି ରାଉତ ମଞ୍ଚ ପରିଚାଳନା କରିଥିଲେ। ପ୍ରଦୀପ ପାଣି ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ।

Share Now:

Kalinga News Beuro

Next Post

ଟଙ୍କା ହଡ଼ପ ମହଙ୍ଗା ପଡ଼ିଲା : ବିବାଦୀୟ ଏସ୍‌ଡିପିଓ ହୃଷୀକେଶ ମେହେର ନିଲମ୍ବିତ

Mon Oct 10 , 2022
ବଲାଙ୍ଗୀର: ଦାଦନ ନେବାକୁ ଆସିଥିବା ଇଟାଭାଟିମାଲିକଙ୍କୁ ଜୁଆଡ଼ି ସଜାଇଥିଲା କଣ୍ଟାବାଞ୍ଜି ପୁଲିସ। ଆଉ ଏସବୁର ମାଷ୍ଟରମାଇଣ୍ଡ ଥିଲେ ତତ୍କାଳୀନ ଏସ୍‌ଡିପିଓ ହୃଷୀକେଶ ମେହେର। ଏସ୍‌ଡିପିଓ ରାତି ଉଜାଗର ରହି ଜବତ ଟଙ୍କାରୁ ଲକ୍ଷ ଲକ୍ଷ ହଡ଼ପ କରିଥିଲେ। ଆଉ ଏବେ ଏବେ ଟଙ୍କା ହଡ଼ପ କରି ବିବାଦରେ ଥିବା ତତ୍କାଳୀନ ଏସ୍‌ଡିପିଓଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ନିଲମ୍ବନ ସମୟରେ ସେ ନୟାଗଡ଼ ଏସ୍‌ପିଙ୍କୁ ରିପୋର୍ଟ କରିବେ। ଗତ […]
ବିବାଦୀୟ ଏସ୍‌ଡିପିଓ ହୃଷୀକେଶ ମେହେର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial