ଭୁବନେଶ୍ବର : ଏମ୍ସରେ ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ ଯୋଜନା। ସୁବିଧା ପାଇବା ପାଇଁ ଦୁଇ ଦିନ ଧରି ଧାଡ଼ିରେ ଛିଡ଼ା ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଏଥିଯୋଗୁଁ ଅନେକ ଆବେଦନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହି ଯୋଜନାରେ ପ୍ରତିଦିନ ଆବେଦକଙ୍କ ସଂଖ୍ୟା ଶହେରୁ ଅଧିକ। କିନ୍ତୁ ଦୈନିକ ମାତ୍ର ୧୦ରୁ ୧୨ ରୋଗୀଙ୍କୁ ଟୋକନ୍‌ ମିଳୁଥିବାରୁ ସମ୍ପର୍କୀୟମାନେ ନାକେଦମ୍‌ ହୋଇ ପଡ଼ୁଛନ୍ତି। ମାର୍ଚ୍ଚ ମାସରୁ ରାଜ୍ୟ ସରକାରଙ୍କ ପକ୍ଷରୁ […]

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭୬୧ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭରତପୁର ସ୍ଥିତ ଜିଏ କଲୋନିରେ ୩ ଜଣ ଡେଙ୍ଗୁ ରୋଗୀ ଥିବା ଜଣାପଡ଼ିଛି। ତେଣୁ ଏଠାରେ ଯଥାଶୀଘ୍ର ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜମି ରହୁଥିବା ପାଣି ନିଷ୍କାସନ ସହିତ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ […]

ମୋଟ ଆକ୍ରାନ୍ତ ସଂଖ୍ୟା ୭୧୪ ଛୁଇଁଲା,କଲୋନିରେ ମାଡ଼ୁଛି, ବସ୍ତିରେ ସ୍ଥିର ଭୁବନେଶ୍ବର: ରାଜଧାନୀରେ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି ଡେଙ୍ଗୁ। ୭ ନମ୍ବର ୱାର୍ଡର ନୀଳାଦ୍ରିବିହାରରୁ ଆରମ୍ଭ ହୋଇଥିବା ଡେଙ୍ଗୁରେ ଏଯାଏ ସହରର ୭ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲାଣି। ଏବେ ସୁଦ୍ଧା ଅଧା ରାଜଧାନୀକୁ କବ୍‌ଜା କରି ସାରିଲାଣି ଡେଙ୍ଗୁ। ଆଜି ୫୦କୁ ମିଶାଇ ଗତ ଦୁଇ ଦିନରେ ୧୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ […]

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ସଂକ୍ରମଣ ମାମଲା ପୁଣେ ଜିଲ୍ଲାରେ ଦେଖା ଦେଇଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି ଏବଂ ଲୋକେ ଭୟଭୀତ ନ ହେବାକୁ ନିବେଦନ କରିଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ମହିଳା ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କର କୌଣସି ଲକ୍ଷଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ପୁରନ୍ଦର ତହସିଲ ବେଲସର ଗାଁର ୫୦ ବର୍ଷ […]

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ମାଡ଼ି ଚାଲିଥିବାବେଳେ ପ୍ରତିଦିନ ଭିନ୍ନଭିନ୍ନ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ଅନେକ ଡେଙ୍ଗୁ ଆକ୍ରାନ୍ତଙ୍କ ଶରୀରର ରକ୍ତରେ ପ୍ଲେଟ୍‌ଲେଟ୍ ସଂଖ୍ୟା ଅଚାନକ ହ୍ରାସ ପାଉଥିବାରୁ ରୋଗୀ ଗୁରୁତର ହୋଇଯାଉଛନ୍ତି। ଏଭଳି ସ୍ଥିତିରେ ରୋଗୀଙ୍କୁ ବଞ୍ଚାଇବା ଲାଗି ବାରମ୍ବାର ପ୍ଲେଟ୍‌‌ଲେଟ୍‌ ଦେବାକୁ ପଡ଼ୁଛି। ଏହି କାରଣରୁ ଏମ୍ସ, କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଘରୋଇ ଡାକ୍ତରଖାନା ସବୁଠି ପ୍ଲେଟ୍‌ଲେଟର ଆବଶ୍ୟକତା ପ୍ରାୟ ଅଢ଼େଇ ଗୁଣ […]

ଭୁବନେଶ୍ବର : ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌(ଡିଇଏନ୍‌ଭି-୨ ବା ଡେଙ୍ଗୁ ଭାଇରସ-୨)କୁ ଭୁବନେଶ୍ବରରେ ଠାବ କରାଯାଇଛି। ଏହାସହ ଡି-୧ ଓ ଡି-୨ ଷ୍ଟ୍ରେନ୍‌ର ସହ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ହଠାତ୍ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ପଛରେ ଏହି ଡି-୨ ଷ୍ଟ୍ରେନ୍‌ ରହିଥିବା କୁହାଯାଉଛି। ଏହି ଷ୍ଟ୍ରେନ୍‌ ଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ। ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ ବା ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ୫୬ […]

ରିପୋର୍ଟ ପଜିଟିଭ୍, ବିଏମ୍‌ସି ମାନୁନି ଚନ୍ଦ୍ରଶେଖରପୁର: ରାଜଧାନୀରେ ଦ୍ରୁତଗତିରେ ମାଡ଼ି ଚାଲିଛି ଡେଙ୍ଗୁ। ପ୍ରତିଦିନ ସହରରୁ ୨୦ରୁ ୩୦ ଜଣ ଆକ୍ରାନ୍ତ ବାହାରୁ ଥିବାବେଳେ ଗତକାଲି ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ନାବାଳିକାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି। ଏ ନେଇ ଖବର ପ୍ରକାଶ ପରେ ରାଜଧାନୀରେ କୋକୁଆ ଭୟ ଖେଳିଯାଇଛି। ପ୍ରଶାସନ ସମେତ ରାଜନୈତିକ ଦଳଗୁଡ଼ିକ ମଧ୍ୟ ହଠାତ୍‌ ତତ୍ପର ହୋଇ ଉଠିଛନ୍ତି। ଘରୋଇ ଲ୍ୟାବ୍‌ରେ କରାଯାଇଥିବା ନାବାଳିକାଙ୍କ ଡେଙ୍ଗୁ […]

ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, କଳ୍ପନା ଅଞ୍ଚଳ ହଟ୍‌ସ୍ପଟ୍‌ ଭୁବନେଶ୍ବର : ରାଜଧାନୀରେ ଏବେ ଡେଙ୍ଗୁ କାୟା ମେଲାଇଲାଣି। ସବୁ ଅଞ୍ଚଳରୁ ଏବେ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ‌ହେଉଛନ୍ତି। କିନ୍ତୁ ବିଏମ୍‌ସି ପାଖରେ ଏ ନେଇ ସବିଶେଷ ତଥ୍ୟ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁ ନ ଥିବାବେଳେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କ ନିଦ ହଜାଇ ଦେଲାଣି। ଏବେ ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, କଳ୍ପନା ଏବଂ ଏହା ନିକଟବର୍ତ୍ତୀ […]

ଭୁବନେଶ୍ବର : କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଗତ ଶନିବାର ସୁଦ୍ଧା ୧୨ ଜଣ ଡେଙ୍ଗୁ ଆକ୍ରାନ୍ତ ଏଠା‌ରେ ଚିକିତ୍ସାଧୀନ ଥିଲେ। ସୋମବାର ଏହି ସଂଖ୍ୟା ୨୩ରେ ପହଞ୍ଚିଥିବାରୁ ଆକ୍ରାନ୍ତ ସଂଖ୍ୟା ଦୁଇ ଗୁଣକୁ ଛୁଇଁବାକୁ ଯାଉଛି। ହସ୍ପିଟାଲ୍‌ର ନର୍ସିଂହୋମ୍‌ରେ ବର୍ତ୍ତମାନ ୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ ଡେଙ୍ଗୁ ୱାର୍ଡରେ ମୋଟ୍‌ ୩୦ଟି ଶଯ୍ୟା ରହିଛି। କିନ୍ତୁ ଡେଙ୍ଗୁ […]

ଭୁବନେଶ୍ବର : ରାଜ୍ୟ ସରକାର ଗର୍ଭବତୀଙ୍କୁ କୋଭିଡ ଟିକା ଦେବା ‌ନିୟମ କରିବା ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣିକି ପ୍ରତି ବୁଧବାର ଓ ଶୁକ୍ରବାର ଗର୍ଭବତୀଙ୍କୁ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଟିକା ଦିଆଯିବ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୧୬ଲକ୍ଷ ୨୫ହଜାର ୬୧୪ ଡୋଜ୍ ଟିକା […]

Social media & sharing icons powered by UltimatelySocial