ପୂର୍ଣ୍ଣ ନିଷ୍ଠା ଓ ସହୃଦୟତାର ସହ କୋଭିଡ୍‌ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ସମ୍ଭାବ୍ୟ କୋଭିଡ୍ ଲହରର ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳ ଏବଂ ହସ୍ପିଟାଲସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍‌ରେ ବିଭିନ୍ନ ଜିଲ୍ଲାପାଳ, ପୌର କମିସନର, ସରକାରୀ ଏବଂ ଘରୋଇ ହସ୍ପିଟାଲଙ୍କ ସହ ସିଧାସଳଖ ଆଲୋଚନା କରି […]

ଭୁବନେଶ୍ବର: କରୋନା ସଂକ୍ରମର ପୁଣି ଥରେ ବଢ଼ିବା ଆରମ୍ଭ ହୋଇଯାଇଛି। ରାଜ୍ୟରେ ଆଜି ୧୨୧୬ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୫୬ ଜଣ ଅଛନ୍ତି। ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରୁ ୩୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛି ସ୍ଥାନରେ ବହୁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇଥିବାରୁ ଭୁବନେଶ୍ବର ମହାନଗର ନିଗମ […]

ବେଜିଂ : କରୋନା ଭୁତାଣୁକୁ ନିର୍ମୂଳ କରିବାରୁ ଚୀନ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ କେନ୍ଦ୍ରୀୟ ଚୀନର ହେନାନ ରାଜ୍ୟରେ ଥିବା ୟୁଝୁ ସହରରେ ମାତ୍ର ୩ ଜଣ କରୋନା ଆକ୍ରାନ୍ତ ବାହାରିବାରୁ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି। ପ୍ରାୟ ୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରର ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ଘରୁ ବାହାରିଲେ କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ଗିରଫ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ […]

ନୂଆଦିଲ୍ଲୀ: ପୁଣି ଋପ ବଦଳାଇଲା କରୋନା। ଡେଲଟା ପରେ କରୋନାର ନୂଆ ଋପ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ। ଓମିକ୍ରନ ଭଳି ସଂକ୍ରାମକ ଭାରିଆଣ୍ଟ ସହ ଲଢ଼ିବାକୁ ବିଶ୍ବ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୁଣି ଋପ ବଦଳାଇ ଅଧିକ ସଂକ୍ରାମକ ଭାରିଆଣ୍ଟରେ ପରିଣତ ହୋଇଛି କରୋନା। ଓମିକ୍ରନ ପରେ ଏବେ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଣ୍ଟ ଚିହ୍ନଟ କରାଯାଇଛି, ଯାହା ଓମିକ୍ରନଠାରୁ ଅଧିକ ସଂକ୍ରାମକ ବୋଲି […]

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ଏବେ କୋଭିଡ୍‌ର ତୃତୀୟ ଲହର ଚିନ୍ତାର କାରଣ ପାଲଟିଛି। ପ୍ରତିଦିନ ନୂତନ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୯୪ଟି ନୂତନ କୋଭିଡ୍‌-୧୯ ମାମଲା ରିପୋର୍ଟ ହୋଇଛି। ଯାହା କି ଗତ ମେ ୨୦, ୨୦୨୧ ପରଠାରୁ ସର୍ବାଧିକ ଦୈନିକ ବୃଦ୍ଧି। ଜାତୀୟ ରାଜଧାନୀରେ ଗୋଟିଏ ଦିନ […]

ପ୍ରଥମ ଥର ଦିଲ୍ଲୀ, ମୁମ୍ବାଇର ଆର୍‌ ଭାଲ୍ୟୁ ୨ ଟପିଲା ନୂଆଦିଲ୍ଲୀ : ଭାରତର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ ବେଙ୍ଗାଲୁରୁରେ କୋଭିଡ୍‌ ସଂକ୍ରମଣ ଅତି କ୍ଷୀପ୍ର ହୋଇଛି। ଦିଲ୍ଲୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆକଳନ କରାଯାଇଛି। ଓମିକ୍ରନ୍‌ଜନିତ ତୃତୀୟ ଲହର ଭୟ ଯୋଗୁଁ ଦିଲ୍ଲୀର ସମସ୍ତ ପଜିଟିଭ୍‌ ନମୁନା ଗୁଡ଼ିକୁ ଜିନୋମ୍‌ ସିକ୍ବେନ୍ସ ପାଇଁ ପଠାଯାଇଛି। ଦେଶରେ ୧୮ ପ୍ରତିଶତ ନମୂନା‌ରେ ଓମିକ୍ରନ୍‌ […]

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା […]

ଆମେରିକାରେ ନୂଆ ସଂକ୍ରମଣର ୫୮.୬ % ଓମିକ୍ରନ୍‌ ନୂଆଦିଲ୍ଲୀ: ବିଶ୍ବରେ ରେକର୍ଡ କୋଭିଡ୍‌ ସଂକ୍ରମଣ ଚିହ୍ନଟ ହୋଇଛି। ବିଶ୍ବରେ ଗତକାଲି ଦିନକରେ ୧୦ ଲକ୍ଷ ୪୪ ହଜାର ସଂକ୍ରମଣ ମାମଲା ଚିହ୍ନଟ ‌ହୋଇଛି। ପୂର୍ବ ରେକର୍ଡକୁ ଏହା ଭାଙ୍ଗି ଦେଇଛି। ଅତ୍ୟନ୍ତ ସଂକ୍ରାମକ ଓମିକ୍ରନ୍‌ ପ୍ରଜାତି ଏବେ ବୈଶ୍ବିକ ସ୍ତରରେ ଏକ ପ୍ରଭାବଶାଳୀ ପ୍ରଜାତିରେ ପରିଣତ ହୋଇଛି। ପୂର୍ବ ପ୍ରଜାତି ତୁଳନାରେ ଓମିକ୍ରନ୍‌ ୭୦ ଗୁଣା ଅଧିକ ସଂକ୍ରାମକ। କିନ୍ତୁ […]

ଭୁବନେଶ୍ବର: ରାଜ୍ୟ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଭୟ ବଢ଼ିଛି। ବିଶେଷ କରି ଏପର୍ଯ୍ୟନ୍ତ ୫ ଜଣ ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ମୁଣ୍ଡବିନ୍ଧାର କାରଣ ପାଲଟିଛି। ହେଲେ, ଆଶ୍ୱସ୍ତିର କଥା ହେଉଛି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଛି। ସେହିପରି ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ପାର କରିଥିଲେ ବି ସେମାନଙ୍କ ମଧ୍ୟରୁ ୧୩୦ […]

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। କରୋନାରେ ପ୍ରାଣ ହରାଇଥିବା ଆଉ ୨ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାରୁ ୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ତାଙ୍କର ବୟସ ୮୪ ବର୍ଷ ଓ ସେ ଜଣେ ମହିଳା ବୋଲି ଜଣାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାର ଜଣେ […]

Social media & sharing icons powered by UltimatelySocial