ଭୁବନେଶ୍ବର: କରୋନା ସଂକ୍ରମର ପୁଣି ଥରେ ବଢ଼ିବା ଆରମ୍ଭ ହୋଇଯାଇଛି। ରାଜ୍ୟରେ ଆଜି ୧୨୧୬ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୫୬ ଜଣ ଅଛନ୍ତି। ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରୁ ୩୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛି ସ୍ଥାନରେ ବହୁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି। ସୈନିକ ସ୍କୁଲ କ୍ବୁଆର-୩ଆର୍୪, ଇଣ୍ଡିଆନ୍ ଅଏଲ୍ ହାଉସିଂ ସୋସାଇଟିର ୩ୟ ମହଲାସ୍ଥିତ ଏ-୩୦୪, ପାଣ୍ଡରାସ୍ଥିତ ପ୍ଲଟ ନମ୍ବର ୪୦୪୪/୪, ଏକ୍ସଆଇଏମ୍ବିର ବ୍ଲକ-୨ର ୧୨ ନମ୍ବର କ୍ବାଟର ଓ ଶୈଳଶ୍ରୀ ବିହାରସ୍ଥିତ ୬ ନମ୍ବର ଲେନ୍ର ଏଚ୍ଆଇଜିି-୫୬କୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେହିପରି ଆଚାର୍ଯ୍ୟବିହାର ସାଈମନ୍ଦିର ନିକଟସ୍ଥ ଏକ ପ୍ଲଟରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟବିହାର ଅନ୍ତର୍ଗତ ପାଣି ଟାଙ୍କି, ସତ୍ୟନଗର, ବାପୁଜି ନଗର, ଟଙ୍କ ପାଣି ରୋଡ଼ ଅଧିନସ୍ଥ ବିଷ୍ଣୁ ନଗର ଆଦି ଅଞ୍ଚଳ ମାନଙ୍କରେ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଟି ଅଞ୍ଚଳରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ କୁହାଯାଇଛି। ଏହି ଅଞ୍ଚଳ ପରିସରକୁ କୌଣସି ବାହର ଅଞ୍ଚଳର ଲୋକଙ୍କୁ ଯିବାକୁ ବାରଣ କରାଯାଇଛି। କଣ୍ଟେନ୍ମେଣ୍ଟ ଘୋଷିତ ହୋଇଥିବା ଉପରୋକ୍ତ ଅଞ୍ଚଳର ସମସ୍ତ ବାସିନ୍ଦାଙ୍କ ଜରୁରୀ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ। ଏଥିପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ୱାର୍ଡ଼ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଭୁବନେଶ୍ୱର ଡ଼ିସିପିଙ୍କୁ ଅନୁରୋଧ କରାଯାଇଛି।
ରାଜଧାନୀରେ ଚିନ୍ତା ବଢ଼ାଉଛି କରୋନା : ଦିନକରେ ୧୦ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍

Share Now: