ରାଜ୍ୟରେ ପୁଣି ବଢିଲା ବସ ଭଡ଼ା: ଜାଣନ୍ତୁ କେଉଁ ବସ ପିଛା କେତେ ବଢ଼ିଲା

‘ମୋ ବସ୍‌’

ଭୁବନେଶ୍ବର: ରାଜ୍ୟରେ ତେଲଦର ହୁ ହୁ ହୋଇ ବଢୁଥିବା ବେଳେ ଏବେ ଯାତ୍ରୀଙ୍କୁ ପୁଣି ପଡ଼ିଛି ମହଙ୍ଗା ମାଡ଼। ରାଜ୍ୟରେ ବସ ଭଡ଼ା ପୁଣି ଥରେ ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି। ତେବେ ତେଲ ଦର ବୃଦ୍ଧି ପାଇବା କାରଣରୁ ରାଜ୍ୟରେ ବସ ଭଡ଼ା ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି। ତେବେ ଲଗାତାର ଭାବେ ରାଜ୍ୟରେ ବସ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଫେବୃଆରୀ ୯ରେ ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ତାକୁ ବୃଦ୍ଧି କରାଯାଇ ୮୦ ପଇସା କରାଯାଇଥିଲା। ସେହିପରି ଏକ୍ସପ୍ରେସ୍‌ ବସ୍‌ ବଡ଼ା ୭୭ରୁ ୮୪ ପଇସା, ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯ ପଇସା ବୃଦ୍ଧି ପାଇଥିଲା। ପ୍ରଥମ ଥର ପାଇଁ ସୁପର୍‌ ପ୍ରିମିୟମ୍‌ ବସ୍‌ ନିମନ୍ତେ ସ୍ବତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଥିଲା। ଏହି ବସ୍‌ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଥିଲା। ତେବେ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍‌କୁ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ କରାଯାଏ। ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପାରାମିଟର୍‌କୁ ବିଚାରକୁ ନେଇ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସୁପାରିସ୍‌ କରିଥିଲା। କୋଭିଡ୍‌ ପାଇଁ ତାହା ଲାଗୁ ହୋଇ ନ ଥିଲା। ପ୍ରାୟ ଏକ ବର୍ଷ ବିଳମ୍ବରେ ଫେବୃଆରୀ ୯ରେ ଏହାକୁ ଲାଗୁ କରାଯାଇଥିଲା।

Share Now:

Kalinga News Beuro

Next Post

କେରଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ‘ମେଟ୍ରୋ ମ୍ୟାନ୍‌’ ଶ୍ରୀଧରନ୍

Thu Mar 4 , 2021
ନୂଆଦିଲ୍ଲୀ: ‘ମେଟ୍ରୋ ମ୍ୟାନ୍‌’ ଭାବରେ ଖ୍ୟାତ ଇ ଶ୍ରୀଧରନ୍‌ଙ୍କୁ ଆସନ୍ତା କେରଳ ବିଧାନସଭା ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଗୁରୁବାର ଦିନ ବିଜେପି ଘୋଷଣା କରି କହିଛି ଯେ ଆଗାମୀ କେରଳ ବିଧାନସଭା ନିର୍ବାଚନରେ ଇ ଶ୍ରୀଧରନ୍ ହେବେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଶ୍ରୀଧରନଙ୍କ ନେତୃତ୍ୱରେ ବିଜେପି ଆଗାମୀ କେରଳ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ନିଜ ଘୋଷଣାରେ […]
କେରଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial